ETV Bharat / bharat

ମଣିପୁରରେ ବଡ ଧରଣର ଭୂସ୍ଖଳନ: ୭ ମୃତ, ୪୫ ନିଖୋଜ

author img

By

Published : Jun 30, 2022, 3:48 PM IST

ମଣିପୁରର ନୋନି ଜିଲ୍ଲାରେ ବଡ ଧରଣର ଭୂସ୍ଖଳନ । ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ରୁ ଅଧିକ ନିଖୋଜ । ଅଧିକ ପଢନ୍ତୁ

ମଣିପୁରରେ ବଡ ଧରଣର ଭୂସ୍ଖଳନ: ୭ ମୃତ, ୪୫ ନିଖୋଜ
ମଣିପୁରରେ ବଡ ଧରଣର ଭୂସ୍ଖଳନ: ୭ ମୃତ, ୪୫ ନିଖୋଜ

ଇମ୍ଫାଲ: ମଣିପୁରର ନୋନି ଜିଲ୍ଲାରେ ବଡ ଧରଣର ଭୂସ୍ଖଳନ (Massive landslide in Manipur) ହୋଇଛି । ଏଥିରେ ଅତିକମରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ରୁ ଅଧିକ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ଭାରତୀୟ ଯବାନଙ୍କ ସମେତ ସ୍ଥାନୀୟ ଲୋକ ରହିଥିବାର ସୂଚନା ମିଳିଛି । ବୁଧବାର ରାତିରେ ନୋନିର ଟୁପୁଲ ରେଲୱେ କନଷ୍ଟ୍ରକସନ ସାଇଟ(Railway Construction Site) ଠାରେ ଏହି ଭୂସ୍ଖଳନ ହୋଇଛି । ଏହି ସମୟରେ ଏଠାରେ ରେଳ ଲାଇନର ସୁରକ୍ଷା ପାଇଁ ଭାରତୀୟ ସେନାର 107 ଟେରିଟୋରିଆଲ୍ ଆର୍ମିର ଏକ କ୍ୟାମ୍ପ ମୁତୟନ ହୋଇଥିଲେ ।

ସୂଚନା ଅନୁଯାୟୀ, ଏବେସୁଦ୍ଧା ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆବର୍ଜନା ତଳେ ୪୫ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂସ୍ଖଳନ ପରେ ଆବର୍ଜନାଗୁଡିକ ନିକଟରେ ପ୍ରବାହିତ ଇଜାଇ ନଦୀରେ ପଡିବା ଯୋଗୁଁ ସେଠାରେ ଏକ ଜଳାଶୟ ସୃଷ୍ଟି ହୋଇଯାଇଛି, ଯାହାଦ୍ବାରା ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ମାଡିବା ନେଇ ଆଶଙ୍କା କରାଯାଉଛି । ଏନେଇ ନୋନି ଡେପୁଟି କମିଶନର ଏକ ଆଡଭାଇଜରୀ ଜାରି କରିଛନ୍ତି । ଏଥିରେ କୁହାଯାଇଛି, ଟୁପୁଲ ରେଲୱେ କନଷ୍ଟ୍ରକସନ ସାଇଟରେ ଘଟିଥିବା ଦୁର୍ଭାଗ୍ୟଜନକ ଭୂସ୍ଖଳନ ଯୋଗୁଁ ଅନେକ ମୃତାହତ ହୋଇଛନ୍ତି । ଇଜାଇ ନଦୀ ପ୍ରବାହ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ଲୋକମାନଙ୍କୁ ସତର୍କ କରାଯିବା ସହ ନଦୀ ନିକଟକୁ ନ ଯିବାକୁ ବାରଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଦୁଃଖପ୍ରକାଶ କରିବା ସହ କହିଛନ୍ତି, ''ସର୍ଚ୍ଚ ଅପରେସନ ଜାରି ରହିଛି । ଆମ୍ବୁଲାନ୍ସ ସହ ଡାକ୍ତର ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ରେସ୍କ୍ୟୁ ଅପରେସନର ସାମିଲ ହେବା ପାଇଁ ଏନଡିଆରଏଫ ଏବଂ ଏସଡିଆରଏଫ ମଧ୍ୟ ରେଳ ଷ୍ଟେସନ ଅଭିମୁଖେ ବାହାରିଛନ୍ତି । ଫସି ରହିଥିବା ଲୋକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅପିଲ୍ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.