ETV Bharat / bharat

ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ, ୨ କର୍ମଚାରୀ ଜୀବନ୍ତ ଦଗ୍ଧ - ନୋଏଡା ଅଗ୍ନିକାଣ୍ଡ ଖବର

ନୋଏଡାର ଏକ ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲେ ୨ ଜଣ କର୍ମଚାରୀ । ଅଧିକ ପଢନ୍ତୁ

ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ, ୨ କର୍ମଚାରୀ ଜୀବନ୍ତ ଦଗ୍ଧ

author img

By

Published : Feb 18, 2022, 1:59 PM IST

ନୂଆଦିଲ୍ଲୀ: ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ଜୀବନ୍ତ ଜଳିଗଲେ ଦୁଇ ଜଣ କର୍ମଚାରୀ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆଦିଲ୍ଲୀ ନିକଟସ୍ଥ ନୋଏଡା ଅଞ୍ଚଳରୁ ।

ସୂଚନା ମୁତାବକ, ଗତକାଲି(ଶୁକ୍ରବାର) ନୋଏଡା ସ୍ଥିତ ଆଶୀର୍ବାଦ ସପିଙ୍ଗ କମ୍ପ୍ଲେସରେ ଥିବା ଏକ ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡି ଘଟିଥିଲା । ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଅଗ୍ନିଶମ ବିଭାଗର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଦୁଇ ଜଣ ଜୀବନ୍ତ ଜଳି ଯାଇଛନ୍ତି।

ମୃତକଙ୍କ ମଧ୍ୟରେ ଜଣେ ୨୬ ବର୍ଷିୟା ମହିଳା ରହିଥିବା ବେଳେ ୩୫ ବର୍ଷିୟ ପୁରୁଷ ଅଛନ୍ତି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ଅନୁମାନ କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.