ETV Bharat / bharat

ଶୋ' ରୁମରେ ଭୟାବହ ଅଗ୍ନିକାଣ୍ଡ; ୪ ମୃତ

ଇଲେକଟ୍ରୋନିକ୍ସ ଶୋ' ରୁମରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ ୪ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଶୋ' ରୁମରେ ଭୟାବହ ଅଗ୍ନିକାଣ୍ଡ
ଶୋ' ରୁମରେ ଭୟାବହ ଅଗ୍ନିକାଣ୍ଡ
author img

By

Published : Jul 4, 2023, 7:48 AM IST

ଲକ୍ଷ୍ନୌ: ଶୋ' ରୁମରେ ଲାଗିଲା ନିଆଁ । ଜଳିଗଲେ ୪ ଜଣ । ସୋମବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଝାନ୍ସି ଅନ୍ତର୍ଗତ ସିପରି ବଜାରରେ ଥିବା ଏକ ତିନି ମହଲା ଇଲକେଟ୍ରୋନିକ୍ସ ଶୋ' ରୁମରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି । ତେବେ ଅଗ୍ନିକାଣ୍ଡର କାରଣ ଏ ଯାଏଁ ଅସ୍ପଷ୍ଟ ରହିଛି ।

ଏହାମଧ୍ୟ ପଢନ୍ତୁ: ହସ୍ପିଟାଲରେ ମୂଷା ଭୟ, ମାନସିକ ରୋଗ ବିଭାଗରେ ରୋଗୀଙ୍କ ଆଙ୍ଗୁଠି ଖାଇଲା ମୂଷା

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ସିପରି ବଜାରରେ ଏକ ଦୋକାନରୁ ଧୂଆଁ ବାହାରିଥିଲା । ଚାହୁଁ ଚାହୁଁ ଆଖି ପିଛୁଳାକେ ଧୂଆଁ ଭୀଷଣ ନିଆଁରେ ବଦଳି ଯାଇଥିଲା । ଏହା ପାଖରେ ଥିବା ତିନି ମହଲା ଇଲେକ୍ଟ୍ରୋନିକ୍ସ ଶୋ' ରୁମ ଏବଂ ଅନ୍ୟ କିଛି ଦୋକାନକୁ ମଧ୍ୟ ନିଆଁ ବ୍ୟାପୀ ଯାଇଥିଲା । ଫଳରେ ଦୋକାନଗୁଡିକ ବାହାରେ ଲାଗିଥିବା ଜେନେରେଟର ଗୋଟିଏ ପରେ ଗୋଟିଏ ନିଆଁ ସଂସ୍ପର୍ଶରେ ଆସି ବିସ୍ଫୋରଣ ହୋଇଥିଲା । ଯେଉଁ କାରଣରୁ ନିଆଁ ଆହୁରି କ୍ଷୀପ୍ର ଗତିରେ ବ୍ୟାପିଥିଲା । ଏହି ସମୟରେ ଶୋ' ରୁମ ଭିତରେ କିଛି ଲୋକ ଫସି ରହିଯାଇଥିଲେ । ଏନେଇ ଦମକଳ ବାହିନୀକୁ ସୂଚନା ମିଳିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଦୀର୍ଘ ୧୦ ଘଣ୍ଟା ଧରି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା ।

ଏହାମଧ୍ୟ ପଢନ୍ତୁ: ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ, ଯୁବକଙ୍କ ସହ ରହିବାକୁ ଦେଉନାହାନ୍ତି ପରିବାର ଲୋକେ

ଡିଆଇଜି ଯୋଗିନ୍ଦର ସିଂହ, ଜିଲ୍ଲାଧିକାରୀ ରବୀନ୍ଦ୍ର କୁମାର ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଅଗ୍ନିକାଣ୍ଡରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଏବଂ ୫ରୁ ଅଧିକ ଆହତ ହୋଇଥିଲେ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳା ଆଖି ବୁଜିଥିଲେ । ତେବେ କେମିତି ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ତଥାପି ସର୍ଟ ସର୍କିଟରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାର ଛାନଭିନ୍ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.