ETV Bharat / bharat

ASI survey: ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ମୁସଲିମ ପକ୍ଷ - ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇର ସର୍ଭେ

ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇ ସର୍ଭେ ମାମଲା ପୁଣି ଥରେ ସର୍ବୋଚ୍ଚ କୋର୍ଟରେ । ଆଜି ମଧ୍ୟାହ୍ନରେ ଆହ୍ଲାବାଦ ହାଇକୋର୍ଟଙ୍କ ସର୍ଭେ ଅନୁମତିକୁ ସୁପ୍ରିମକୋର୍ଟରେ ଚ୍ଯାଲେଞ୍ଜ କଲା ମୁସଲିମ ପକ୍ଷ । ଅଧିକ ପଢନ୍ତୁ

ASI survey: ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ମୁସଲିମ ପକ୍ଷ

author img

By

Published : Aug 3, 2023, 5:21 PM IST

ନୂଆଦିଲ୍ଲୀ/ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦ୍‌ କମ୍ପ୍ଲେକ୍ସରେ ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ (ASI) ଦ୍ବାରା ସର୍ଭେକୁ ଆହ୍ଲାବାଦ ହାଇକୋର୍ଟ ଆଜି ଅନୁମତି ଦେଇଛନ୍ତି । ଏହାର ମାତ୍ର କେଇ ଘଣ୍ଟା ମଧ୍ୟରେ ପ୍ରତିପକ୍ଷ ଇନ୍ତିଜାମିଆ କମିଟି ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ଆହ୍ଲାବାଦ ହାଇକୋର୍ଟଙ୍କ ଏହି ରାୟ ଉପରେ ତୁରନ୍ତ ସ୍ଥଗିତାଦେଶ ଜାରି କରିବା ପାଇଁ ପିଟିସନରେ ଦର୍ଶାଇଛି ମୁସଲିମ ପକ୍ଷ । ଆଜି ମଧ୍ୟାହ୍ନରେ ଆହ୍ଲାବାଦ କୋର୍ଟ ଏହି ସର୍ଭେକୁ ଅନୁମତି ଦେଇ ରାୟ ପ୍ରକାଶ କରିଥିଲେ । କିଛି ଦିନ ପୂର୍ବରୁ ବାରାଣାସୀ ଜିଲ୍ଲା କୋର୍ଟ ଦେଇଥିବା ସର୍ଭେ ଅନୁମତିକୁ ବୈଧ ଦର୍ଶାଇବା ସହ ଏହାକୁ କାଏମ ରଖିଥିଲେ ହାଇକୋର୍ଟ ।

  • The Anjuman Intezamia Masjid Committee moves Supreme Court challenging the Allahabad High Court order allowing ASI to conduct a scientific survey by ASI of the Gyanvapi mosque premises.

    Advocate of the Masjid Committee mentions the matter before Supreme Court saying not to allow… pic.twitter.com/R6GgpLGVY4

    — ANI (@ANI) August 3, 2023 " class="align-text-top noRightClick twitterSection" data=" ">

ଆଜି ଶୁଣାଣିରେ କୋର୍ଟ କହିଥିଲେ, ମସଜିଦ କମ୍ପଲେକ୍ସରେ ଏଏସଆଇ ସର୍ଭେ କରାଯିବା ଜରୁରୀ । କିଛି ସର୍ତ୍ତ ଆଧାରରେ ଏହି ସର୍ଭେକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି । ଏହାପୂର୍ବରୁ ଜୁଲାଇ ୨୧ ତାରିଖରେ ବାରାଣାସୀ ଜିଲ୍ଲା କୋର୍ଟ ବିଜ୍ଞାନଭିତ୍ତିକ ସର୍ବେକ୍ଷଣ ପାଇଁ ପ୍ରଥମେ ଅନୁମତି ଦେଇଥିଲେ । ହେଲେ ଏହାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା ମୁସଲିମ ପକ୍ଷ । ସାଇନଟିଫିକ ସର୍ଭେ ହେବା ଫଳରେ ମସଜିଦ ଢାଞ୍ଚା କ୍ଷତିଗ୍ରସ୍ତ ହେବା ନେଇ ପିଟିସନରେ ଦର୍ଶାଇଥିଲା ଇନ୍ତିଜାମିଆ କମିଟି ।

ଏହା ମଧ୍ୟ ପଢନ୍ତୁ :-Gyanvapi Mosque Case: ଜ୍ଞାନବ୍ୟାପୀ ମସଜିଦରେ ASI ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି

ବାରଣାସୀ ଜିଲ୍ଲା କୋର୍ଟଙ୍କ ଅନୁମତି ପରେ ଜୁଲାଇ ୨୪ ତାରିଖରେ ଏଏସଆଇ ଟିମ୍ ଜ୍ଞାନବ୍ୟାପୀ ମସଜିଦରେ ପହଞ୍ଚି ସାଇଣ୍ଟିଫିକ ସର୍ଭେ ଆରମ୍ଭ କରିଥିଲା । ଏଥିରେ ପ୍ରାୟ ୪୦ ଜଣିଆ ଟିମ୍ ସାମିଲ ହୋଇଥିଲେ । ସର୍ବୋଚ୍ଚ ଅଲଦାତ ଜୁଲାଇ ୨୪ ତାରିଖରେ ଏଏସଆଇ ସର୍ଭେ ଉପରେ ୨୬ ତାରିଖ ସନ୍ଧ୍ୟା ଯାଏଁ ରୋକ୍ ଲଗାଇବା ସହ ଆହ୍ଲାବାଦ ହାଇକୋର୍ଟଙ୍କୁ ମାମଲାର ଶୁଣାଣି ପାଇଁ କହିଥିଲେ । 26 ତାରିଖରେ ଆହ୍ଲାବାଦ ହାଇକୋର୍ଟ 27 ତାରିଖ ପର୍ଯ୍ୟନ୍ତ ରହିତାଦେଶ ଲଗାଇବା ସହ 3 ତାରିଖରେ ରାୟ ପ୍ରକାଶ କରିବା ପାଇଁ ତାରିଖ ଘୋଷଣା କରିଥିଲେ । ଆଜି ମଧ୍ୟାହ୍ନରେ ହାଇକୋର୍ଟ ରାୟ ପ୍ରକାଶ କରିବା ସହ ଏହି ସର୍ଭେକୁ ଅନୁମତି ଦେଇଥିଲେ । ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ପ୍ରତିପକ୍ଷଙ୍କ ଦ୍ବାରା ମାମଲା ପୁଣି ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ତେବେ ଏହାର ଶୁଣାଣି ସର୍ବୋଚ୍ଚ କୋର୍ଟରେ କେବେ ହେବ ସେ ନେଇ ପରବର୍ତ୍ତୀ ସମୟରେ ସୂଚନା ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.