ETV Bharat / bharat

ପୁଅ ଶହୀଦ ଖବର ଶୁଣି ମ୍ରିୟମାଣ ମା’, ଏକାଠି ଜଳିଲା ମାଆ-ପୁଅଙ୍କ ଜୁଇ - ଶହୀଦ ପୋଲିସ ଏସଏଚଓଙ୍କ ସହ ମା ଙ୍କ ମୃତଦେହ ଗଲା ଶ୍ମଶାନ

ପୁଅ ଶହୀଦ ହେବା ଶୁଣି ଚାଲିଗଲେ ମା’ । ଶହୀଦ ପୁଅଙ୍କ ସହ ମାଙ୍କ ମୃତଦେହ ଗଲା ଶ୍ମଶାନ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବିହାରର ପୂର୍ଣ୍ଣିଆ ଜିଲ୍ଲାରେ । ଅଧିକ ପଢନ୍ତୁ...

martyred police SHO mother also death in bihar
ଶହୀଦ ପୋଲିସ ଏସଏଚଓଙ୍କ ସହ ମା ଙ୍କ ମୃତଦେହ ଗଲା ଶ୍ମଶାନ
author img

By

Published : Apr 12, 2021, 12:38 PM IST

ପାଟନା: ଶହୀଦ ପୁଅଙ୍କ ସହ ମାଙ୍କ ମୃତଦେହ ଗଲା ଶ୍ମଶାନ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବିହାରର ପୂର୍ଣ୍ଣିଆ ଜିଲ୍ଲାରେ । ବିହାରର ପୋଲିସରେ କାର୍ଯ୍ୟରତ ଏସଏଚଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ବୃତ୍ତମାନଙ୍କ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ହଠାତ ଏହି ଖବର ଶୁଣି ମା ଉର୍ମିଳା ଦେବୀ ମଧ୍ୟ ମୃତ୍ୟୁବରଣ କରିଥିଲେ । ରବିବାର ଉଭୟ ମା ଓ ପୁଅଙ୍କ ମୃତଦେହ ଶ୍ମଶାନରେ ଯାଇଛି ଯାହା ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

ବିହାରର କ୍ରିଷ୍ଣାଗଞ୍ଜ ଏସଏଚଓ ତଥା ଥାନା ଅଧିକାରୀ ଅଶ୍ବୀନ କୁମାରଙ୍କୁ ଉତ୍ତର ଦିନାଜପୁରରେ ଜନଗହଳିରେ ଦୃବୃର୍ତ୍ତମାନେ ପିଟିପିଟି ହତ୍ୟା କରିଥିଲେ । ଏହା ପରେ ଥାନା ଅଧିକାରୀଙ୍କ ଶହୀଦ ଖବର ଘରେ ଥିବା 70 ବର୍ଷିୟ ମା ଶୁଣିବା ପରେ ନିଜ ପୁଅର ମୃ୍ତ୍ୟୁକୁ ସେ ଗ୍ରହଣ କରିପାରିନଥିଲେ । ଏଥିରେ ଅତ୍ୟଧିକ ମ୍ରିୟମାଣ ହୋଇ ସେ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

ସୂଚନାଥାଉକି, ଏକ ବାଇକ ଚୋରୀ ମାମଲାରେ ଉତ୍ତର ଦିନାଜପୁରର ପନତପ୍ରିରେ ଏସଏଚଓ ଅଶ୍ବିନ କୁମାରଙ୍କ ନେତୃତ୍ବରେ ପୋଲିସ ଚଢାଉ କରିଥିଲା । ଏହି ଚଢାଉବେଳେ ଅପରାଧୀ ଓ ଜନଗହଳି ଭିତରେ ଏସଏଚଓ ଅଶ୍ବିନ କୁମାରଙ୍କ ସଂଘର୍ଷ ହୋଇଥିଲା । ଏହି ଜନଗହଳି ଭିତରେ ଏସଏଚଓଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଘଟଣାପରେ ସଂପୃକ୍ତ ସାତଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.