ETV Bharat / bharat

Shaheed Pramod Negi: ମା ଜରୁରୀ ଅପରେସନରେ ଯାଉଛି, ବ୍ୟସ୍ତ ହେବୁ ନାହିଁ...

author img

By

Published : May 6, 2023, 10:28 PM IST

ସହିଦ ଯବାନ ପାରା ଟ୍ରୁପର ପ୍ରମୋଦ ନେଗୀ ଗୁରୁବାର ରାତି 11 ଟାରେ ଘରକୁ ଫୋନ କରି ନିଜ ମାଙ୍କ ସହ କଥା ହୋଇଥିଲେ । ସ୍ବଳ୍ପ ସମୟର କଥାବାର୍ତ୍ତା ବେଳେ ସହିଦ ପ୍ରମୋଦ ନିଜ ମାଙ୍କୁ କହିଥିଲେ ‘‘ ମା ମୁଁ ଜରୁରୀ ଅପରେସନରେ ଯାଉଛି । କେତେ ଦିନ ଲାଗିବ ଜାଣିନାହିଁ । ହୋଇପାରେ 10 ଦିନ ମୋବାଇଲ ବନ୍ଦ ରହିପାରେ । ବ୍ୟସ୍ତ ହେବୁ ନାହିଁ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ‘‘ମା ମୁଁ ଜରୁରୀ ଅପରେସନରେ ଯାଉଛି । କେତେ ଦିନ ଲାଗିବ ଜାଣିନାହିଁ । ହୋଇପାରେ 10 ଦିନ ମୋବାଇଲ ବନ୍ଦ ରହିପାରେ । ବ୍ୟସ୍ତ ହେବୁ ନାହିଁ । ଅପରେସନ ସଫଳ କରି ଫେରିବି। ଫେରିଲା ଫୋନ କରିବି । ଘରେ ସମସ୍ତେ ଖୁସିରେ ଥିବ । ବାପାଙ୍କ ଧ୍ୟାନ ରଖିବୁ ।’’ ଗୁରୁବାର ରାତି 11 ଟା ବେଳେ ସହିଦ ଯବାନ ପ୍ରମୋଦ ନେଗୀ ନିଜ ମାଙ୍କୁ ଫୋନ କରି ଏମିତି କହିଥିଲେ । ଆଉ ଏହାର ଠିକ 13 ଘଣ୍ଟା ପରେ ସେନା କାର୍ଯ୍ୟାଳଯରୁ ପରିବାରକୁ ଫୋନ ଆସିଲା ପ୍ରମୋଦ ନେଗୀ ସହିଦ ହୋଇଛନ୍ତି...

ଏହାବି ପଢନ୍ତୁ- 9 ରେ ନୀତୀଶ ଓ ନବୀନ ଭେଟଘାଟ, ଚର୍ଚ୍ଚା ଜୋରଦାର

  • The Raksha Mantri paid condolences to the #Bravehearts & interacted with troops. He commended them for their valour & zeal, while operating in challenging situations. He said the Nation feels "secure" due to the eternal vigil & sacrifices by Army in hard & difficult areas. 2/2

    — ADG PI - INDIAN ARMY (@adgpi) May 6, 2023 " class="align-text-top noRightClick twitterSection" data=" ">

ଶୁକ୍ରବାର ଜାମ୍ମୁ କାଶ୍ମୀରର ରଜୌରୀରେ ସ୍ପେଶାଲ ଫୋର୍ସର ୫ ଜଣ ଯବାନ ସହିଦ ହୋଇଛନ୍ତି ।। ଆଣ୍ଟି ଟେରୋରିଷ୍ଟ ଅପରେସନ ବେଳେ ଏହି ୫ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରେ ୨ ଯବାନ ପ୍ରାଣ ହରାଇଥିବା ବେଳେ ପରେ ଆଉ ୩ ଜଣ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି । ରଜୌରୀର କାଣ୍ଡି ଜଙ୍ଗଲରେ ସେନା ଆତଙ୍କବାଦୀ ଏନକାଣ୍ଟର ବେଳେ ଘଟିଛି ଏହି ଘଟଣା ।

ସହିଦ ହୋଇଥିବା 5 ଜଣ ବୀର ଯବାନ ହେଲେ ହାବିଲଦାର ନିଲମ ସିଂ, ନାଏକ ସୁବେଦାର ଅରବିନ୍ଦ କୁମାର, ଲାନ୍ସ ନାଏକ ରୁଚିନ ସିଂ ରାୱତ, ପିଟିଆର ସିଦ୍ଧାନ୍ତ ଛେତ୍ରୀ ଓ ପିଟିଆର ପ୍ରମୋଦ ନେଗୀ । ଆଜି ସମସ୍ତ ସହିଦ ଯବାନଙ୍କ ଆର୍ଥିବ ଶରୀର ନିଜ ନିଜ ପରିବାରକୁ ସେନା ପଠାଇଛି । ତେବେ ସହିଦ ଯବାନ ପିଟିଆର ପ୍ରମୋଦ ନେଗୀଙ୍କୁ ନେଇ ଏକ ଘଟଣା ଏବେ ସାମନାକୁ ଆସିଛି । ଯାହା ହିମାଚଳ ପ୍ରଦେଶ ସମେତ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି ।

  • Visited the Army Base Camp in Rajouri, J&K today. Reviewed the operational capabilities and security situation along the border. Also, interacted with the brave soldiers of the Indian Army. India salutes their devotion towards protecting our motherland. pic.twitter.com/dqya9VppAi

    — Rajnath Singh (@rajnathsingh) May 6, 2023 " class="align-text-top noRightClick twitterSection" data=" ">

ସହିଦ ଯବାନ ପାରା ଟ୍ରୁପର ପ୍ରମୋଦ ନେଗୀ ଗୁରୁବାର ରାତି 11 ଟାରେ ଘରକୁ ଫୋନ କରି ନିଜ ମାଙ୍କ ସହ କଥା ହୋଇଥିଲେ । ସ୍ବଳ୍ପ ସମୟର କଥାବାର୍ତ୍ତା ବେଳେ ସହିଦ ପ୍ରମୋଦ ନିଜ ମାଙ୍କୁ କହିଥିଲେ ‘‘ ମା ମୁଁ ଜରୁରୀ ଅପରେସନରେ ଯାଉଛି । କେତେ ଦିନ ଲାଗିବ ଜାଣିନାହିଁ । ହୋଇପାରେ 10 ଦିନ ମୋବାଇଲ ବନ୍ଦ ରହିପାରେ । ବ୍ୟସ୍ତ ହେବୁ ନାହିଁ । ଅପରେସନ ସଫଳ କରି ଫେରିବୁ। ଫେରିଲା ଫୋନ କରିବି । ଘରେ ସମସ୍ତେ ଖୁସିରେ ଥିବ ।’’ ଆଉ ଏହାର ଠିକ 13 ଘଣ୍ଟା ପରେ ଅର୍ଥାତ ଶୁକ୍ରବାର ମଧ୍ୟାହ୍ନ 12 ଟା ବେଳେକୁ ସେନା କାର୍ଯ୍ୟାଳଯରୁ ପରିବାରକୁ ଫୋନ ଆସିଲା ପ୍ରମୋଦ ନେଗୀ ସହିଦ ହୋଇଛନ୍ତି...ଯାହାକୁ ନେଇ ପରିବାର ପୁରା ଭାଙ୍ଗି ପଡିଥିବା ବେଳେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମାଙ୍କ ସହ କଥା ହୋଇଥିବା ଶେଷ ସମୟରେ ଆଲୋଚନାକୁ ମନେ ପକାଇ ସମସ୍ତେ ସ୍ତବ୍ଧ । ପରିବାର କେବେ ଭାବିନଥିଲେ କେଇ ଘଣ୍ଟାରେ ଏମିତି ଘଟିଯିବ ବୋଲି ।

ଏହାବି ପଢନ୍ତୁ- କେନାଲରେ ଭାସିଲା ବିଡ଼ା ବିଡା ଟଙ୍କା, ବୋହିନେଲେ ଲୋକେ

ହିମାଚଳ ପ୍ରଦେଶ କାଙ୍ଗଡା ଜିଲ୍ଲା ମରୁଁହ ଗାଁର ମୂଳବାସିନ୍ଦା ହେଉଛନ୍ତି ସହିଦ ପାରା ଟ୍ରୁପର ପ୍ରମୋଦ ନେଗୀ । ଆସନ୍ତାକାଲି ସୁଦ୍ଧା ପ୍ରମୋଦଙ୍କ ପାର୍ଥିବ ଶରୀର ପହଞ୍ଚିବ ବୋଲି ଆଶା କରାଯାଉଛି । ଖରାପ ପାଗ ପାଇଁ ଉଦ୍ଧମପୁରରୁ ପାର୍ଥିବ ଶରୀର ଏୟାରଲିଫ୍ଟ ହୋଇପାରିନାହିଁ । ଫଳରେ ସଡକ ପଥରେ ସହିଦ ଯବାନଙ୍କ ପାର୍ଥିବ ଶରୀର ଉଦ୍ଧମପୁରରୁ ହିମାଚଳ ପ୍ରଦେଶ ଆସୁଛି ।

ସହିଦ ପାରା ଟ୍ରୁପର ପ୍ରମୋଦ ନେଗୀ ବର୍ଷ 2010 ରେ ଭାରତୀୟ ସେନାର ପଞ୍ଜାବ ରେଜିମେଣ୍ଟରେ ସାମିଲ ହୋଇଥିଲେ । ପରେ କିଛି ଦିନ ମଧ୍ୟରେ ପ୍ରମୋଦ ସ୍ପେଶାଲ ଫୋର୍ସରେ ସାମିଲ ହୋଇଥିଲେ । ସହିଦ ପ୍ରମୋଦଙ୍କ ସାନ ଭାଇ ମଧ୍ୟ ସେନାରେ ଥିବା ବେଳେ ପରିବାର ଜଣେ ଭଉଣୀ ଓ ପିତାମାତା ଅଛନ୍ତି ।

ଆତଙ୍କୀଙ୍କ ଉପସ୍ଥିତି ନେଇ ଇନପୁଟ ମିଳିବା ପରେ ମେ’ 3 ରୁ ରଜୌରୀର କାଣ୍ଡି ଜଙ୍ଗଲରେ ସେନା ଅପରେସନ ଆରମ୍ଭ କରିଥିଲା । ଯେଉଁ ଅପରେସନରେ 5 ଜଣ ଯବାନ ସହିଦ ହୋଇଥିଲେ । ସେନା ଅପରେସନକୁ ଜାରି ରଖିଛି ।

ଅନ୍ୟପଟେ ଗୋଟିଏ ମାସ ମଧ୍ୟରେ ଜାମ୍ମୁ କାଶ୍ମୀରରେ 15ରୁ ଅଧିକ ଯବାନ ସହିଦ ହେବା ପରେ ଆଜି ରଜୌରୀରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ପ୍ରତିରକ୍ଷା ମନ୍ତ୍ରୀ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଓ ସେନାଧ୍ୟକ୍ଷ ରଜୌରୀ ପହଞ୍ଚିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ଯବାନଙ୍କୁ ଭେଟି ଆଲୋଚନା କରି ତାଙ୍କ ସାହାସ ଧର୍ଯ୍ୟ ବୀରତ୍ବର ପ୍ରଶଂସା କରି ମନୋବଳ ବୃଦ୍ଧି କରିଛନ୍ତି । ଏହାସହ ପୁରା ଅପରେସନର ସମୀକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.