ETV Bharat / bharat

Innovative Manifesto: ସ୍ବାଧୀନ ପ୍ରାର୍ଥୀଙ୍କ ଲୋଭନୀୟ ଇସ୍ତାହାର, ଜିତିଲେ ତୁଲାଇବେ ବିବାହ ଖର୍ଚ୍ଚ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ଲୋଭନୀୟ ଇସ୍ତାହାର ଜାରି କଲେ ସ୍ବାଧୀନ ପ୍ରାର୍ଥୀ । ଜିତିଲେ ଯୁବପୀଢିଙ୍କ ବିବାହ ଖର୍ଚ୍ଚ ତୁଲାଇବା ଲାଗି ଦେଲେ ପ୍ରତିଶୃତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 5, 2023, 10:22 PM IST

ବେଙ୍ଗାଲୁରୁ: ଆସନ୍ତା ୨୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ପଡ଼ିବ ଭୋଟ । ଆଉ ମାତ୍ର କିଛି ଦିନ ରହିଥିବା ବେଳେ ଭୋଟରଙ୍କ ଆକୃଷ୍ଟ କରିବା ଲାଗି ଲୋଭନୀୟ ଇସ୍ତାହାର ଜାରି କରିଛନ୍ତି ସମସ୍ତ ଦଳ । ହେଲେ ଏଠାରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ନିର୍ବାଚନୀ ଇସ୍ତାହାରକୁ ନେଇ ବେଶ ଚର୍ଚ୍ଚା ହେଉଛି । ବେଲଗମ ଜିଲ୍ଲାର ୨ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଜିତିଲେ ସମସ୍ତ ଯୁବପୀଢିଙ୍କ ବିବାହ ଖର୍ଚ୍ଚ ତୁଲାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ସ୍ବାଧୀନ ପ୍ରାର୍ଥୀଙ୍କ ଲୋଭନୀୟ ଇସ୍ତାହାର
ସ୍ବାଧୀନ ପ୍ରାର୍ଥୀଙ୍କ ଲୋଭନୀୟ ଇସ୍ତାହାର

ପ୍ରଭାବଶାଳୀ ରାଜନୈତିକ ଦଳ ନିଜର ନିର୍ବାଚନୀ ଇସ୍ତାହାର ଜାରି କରି ସମାଜର ସମସ୍ତ ଦିଗ ଉପରେ ଗୁରୁତ୍ବ ଦେଇଛନ୍ତି । ତେବେ ବେଲଗମ ଜିଲ୍ଲାର ୨ ସ୍ବାଧୀନ ପ୍ରାର୍ଥୀଙ୍କ ଇସ୍ତାହାରକୁ ନେଇ ବେଶ ଚର୍ଚ୍ଚା ହେଉଛି । ଏହା ସମସ୍ତ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆରବଭି ନିର୍ବାଚନ ମଣ୍ଡଳୀରୁ ଗୁରୁପୁତ୍ର କେମ୍ବାନ୍ନା କୁଲ୍ଲୁର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ସେହିପରି ଗୋକାକ ନିର୍ବାଚନ ମଣ୍ଡଳୀରୁ ପୁନ୍ଦାଲିକା କୁଲ୍ଲୁର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଢୁଛନ୍ତି । ଏହି ୨ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଇସ୍ତାହାର ଜାରି କରି ଯୁବପୀଢିଙ୍କ ବିବାହ କରାଇବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- ବଦଳିଲା ମନ, ଇସ୍ତଫା ଫେରାଇନେଲେ NCP ନେତା ଶରଦ ପାୱାର

ଗୁରୁପୁତ୍ର ଓ ପୁନ୍ଦାଲିକା ହେଉଛନ୍ତି ୨ ଭାଇ । ଏହି ୨ଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଏମାନଙ୍କ ପକ୍ଷରୁ ଜାରି ହୋଇଥିବା ଇସ୍ତାହାର ଅଧିକାଂଶ ଭୋଟରଙ୍କୁ ଆକୃଷ୍ଟ କରିଛି । ଏମାନେ ନିର୍ବାଚନ ଜିତିଲେ ବ୍ରାଇଡ ଗ୍ରୁମ ମ୍ୟାରେଜ ଫର୍ଚୁନ ଯୋଜନା ୨୦୨୩ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ଯୋଜନା ମାଧ୍ୟମରେ ଯୁବପୀଢିଙ୍କ ବିବାହ ଖର୍ଚ୍ଚ ସେ ତୁଲାଇବେ । ଏହାସହ ପ୍ରତି ଭୋଟରଙ୍କ ଆକାଉଣ୍ଟରେ ୩୧, ୬୦୦ ଟଙ୍କା ଜମା କରିବେ । ଚାଷୀଙ୍କ ଲାଗି ନିଶୁଳ୍କ ବୋରୱେଲ ଖୋଦନ କରିବେ । ବେରୋଜଗାର ଥିବା ଯୁବକଙ୍କୁ ନିଯୁକ୍ତି ଦେବେ ।

ସେହିପରି ବେଘର ଲୋକଙ୍କୁ ବାସଗୃହ ଲାଗି ୩ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇବେ । ଯୁବପୀଢି ଆତ୍ମନିର୍ଭରଶୀଳ ହେବା ଲାଗି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବେ । ଏଭଳି ଅନେକ ପ୍ରତିଶୃତି ଦେଇଛନ୍ତି ଏହି ୨ ସ୍ବାଧୀନ ପ୍ରାର୍ଥୀ । ସୂଚନା ଥାଉ କି ଆସନ୍ତା ୧୦ ତାରିଖରେ ରାଜ୍ୟରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.