ଚେନ୍ନାଇ: ବିବାହ କରି ଲୁଟୁଥିଲେ । ବିବାହ କରି ଲୁଟ୍ କରିବା ଥିଲା ତାଙ୍କ ପେଶା । ଏଥିପାଇଁ ସେ ଜଣଙ୍କ ପରେ ଜଣେ ୬ ଜଣଙ୍କୁ ବିବାହ କରି ଲୁଟ୍ କରି ଚାଲିଥିଲେ । ଏଭଳି ଜଣେ ପେଶାଦାର ଲୁଟେରା ଠକ ଯୁବତୀଙ୍କୁ ଗିରଫ କରିଛି ତାମିଲନାଡ଼ୁ ପୋଲିସ । ଏହି ଯୁବତୀ ଜଣକ ନାମ ସନ୍ଧ୍ୟା ବୋଲି ଜଣା ପଡ଼ିଛି ।
ନାମାକ୍କଲ ଜିଲ୍ଲାର ପରମାଥୀ ଭେଲୋର ଅଞ୍ଚଳର ଧନପାଲ୍ ଗତ ସେପ୍ଟେମ୍ବର ୭ ତାରିଖରେ ମଦୁରାଇର ୨୬ ବର୍ଷୀୟ ସନ୍ଧ୍ୟାଙ୍କୁ ବିବାହ କରିଥିଲେ । ସନ୍ଧ୍ୟାଙ୍କୁ ବିବାହ କରିବା ପାଇଁ ବାଲାମୁରୁଗନର ମଧ୍ୟସ୍ଥିଙ୍କୁ ୧.୫ ଲକ୍ଷ ଟଙ୍କା ଦେଇଥିଲେ । ତେବେ ବିବାହର କିଛିଦିନ ପରେ ସନ୍ଧ୍ୟା କେଉଁଆଡ଼େ ଚମ୍ପଟ ମାରିଥିଲେ । ଗଲାବେଳେ ସାଥିରେ ଘରେ ଥିବା ମୂଲ୍ୟବାନ ଜିନିଷ ଓ ଗହଣା ଚୋରି କରି ନେଇଥିଲେ ।
ସେପଟେ ସନ୍ଧ୍ୟାଙ୍କୁ ଖୋଜିବା ପାଇଁ ଧନପାଲଙ୍କ ପରିବାର ପକ୍ଷରୁ ସମସ୍ତ ସମ୍ଭବ ଚେଷ୍ଟା ଆରମ୍ଭ ହୋଇଥିଲା । ସେପଟେ ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିଲା । ଶେଷରେ ସନ୍ଧ୍ୟା ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ପରମାଥୀ ଥାନାରେ ଏତଲା ଦିଆଯାଇଥିଲା । ଦୁଇ ଦିନ ଧରି ଛାନଭିନ୍ ପରେ ପୋଲିସ ପରମାଥୀରରେ ଜଣେ ବ୍ୟକ୍ତିଙ୍କୁ ଖୋଜି ପାଇଥିଲା ପୋଲିସ । ସନ୍ଧ୍ୟା ଅନ୍ୟ ଏକ ମଧ୍ୟସ୍ତି ଧନଲକ୍ଷ୍ମୀ ସହ ଯୋଗାଯୋଗ କରି ପୁନଃ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ଖବର ପାଇଥିଲେ ଧନପାଲ୍ । ଏହାପରେ ଯୋଜନା ପ୍ରସ୍ତୁତ କରିଥିଲେ ।
ମଧ୍ୟସ୍ତି ସହ ଯୋଗାଯୋଗ କରି ସେପ୍ଟେମ୍ବର ୨୨ ତାରିଖରେ ସନ୍ଧ୍ୟାକୁ ବିବାହ ପାଇଁ ଡକାଇଥିଲେ । ସେପଟେ ପୂର୍ବ ଯୋଜନା ମୁତାବକ ଧନାପାଲ୍ ପୋଲିସ୍ ଟିମ୍ ସହ ପ୍ରସ୍ତୁତ ହୋଇ ରହିଥିଲେ । ସନ୍ଧ୍ୟା ପହଞ୍ଚିବା କ୍ଷଣି ତାର ସମ୍ପର୍କୀୟ ସହ ମଧ୍ୟସ୍ତିଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ପରେ ସନ୍ଧ୍ୟା ଯେଉଁ ଖୁଲାସା କରିଥିଲେ ତାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲା ପୋଲିସ ।
ଧନପାଲ୍ଙ୍କୁ ପ୍ରଥମ ଥର ପାଇଁ ବିବାହ କରିନଥିଲା ସନ୍ଧ୍ୟା । ଏହାପୂର୍ବରୁ ୫ ଜଣଙ୍କୁ ବିବାହ କରି ବିବାହର ଦୁଇଦିନ ପରେ ଲୁଟ୍ କରି ଫେରାର୍ ହୋଇ ଯାଇଥିଲା ସନ୍ଧ୍ୟା । ଷଷ୍ଠ ଥର ପାଇଁ ଧନପାଲ୍କୁ ବିବାହ କରିଥିବା ବେଳେ ପୁଣି ସପ୍ତମ ଥର ବିବାହ କରିବାକୁ ପ୍ରସ୍ତୁତ ଥିଲେ । ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ବାଲାମୁରୁଗନର ମଧ୍ୟସ୍ଥିକୁ ଏବେବି ଖୋଜୁଛି ପୋଲିସ ।