ହାଇଦ୍ରାବାଦ: ତେଲେଙ୍ଗାନାରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ହେବା ଲାଗି ଚଲାଇଛି ଉଦ୍ୟମ । ଏଥିଲାଗି ଏମାନେ ବିଦେଶୀ ସଂଗଠନ (Foreign revolutionary organizations) ସହିତ ସମ୍ପର୍କ ସ୍ଥାପନ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଦକ୍ଷିଣ ଏସିଆର ମାଓବାଦୀ ପାର୍ଟି ଓ ସଂଗଠନର ସମନ୍ବୟ ସମିତି (COMPOSA) ସହାୟତା ନେବା ଲାଗି ଉଦ୍ୟମ କରୁଛି । ସୂତ୍ରର ଖବର ଅନୁସାରେ ସେମାନେ ବିଦେଶର କିଛି ବିପ୍ଳବ ସଂସ୍ଥାଗୁଡ଼ିକ ସହିତ ସମ୍ପର୍କ ସ୍ଥାପନ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି ।
ଭାରତୀୟ ମାଓବାଦୀମାନେ ଦକ୍ଷିଣ ଏସିଆର ମାଓବାଦୀ ପାର୍ଟି ଓ ସଂଗଠନର ସମନ୍ବୟ ସମିତି ତଥା କୋମ୍ପୋସା (COMPOSA) ରାସ୍ତାକୁ ଆପଣାଇଛନ୍ତି । ଏନେଇ ତେଲେଙ୍ଗାନା ଗୁଇନ୍ଦା ବିଭାଗକୁ ମାଓବାଦୀଙ୍କ କାର୍ଯ୍ୟକଳାପ ନେଇ ତାଜା ସୂଚନା ମିଳିଛି । ଏନେଇ ଅମ୍ରିତ ନାମରେ ଜଣେ ମାଓବାଦୀ ନେତାଙ୍କୁ ଏଭଳି କାର୍ଯ୍ୟ ଲାଗି ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି । ସୁରକ୍ଷା ଏଜେନ୍ସି ଓ ପୋଲିସର ସନ୍ଦେହ ଅନୁସାରେ ପାର୍ଟି ପୋଲିତ ବ୍ୟୁରୋର ସଦସ୍ୟ ମଲ୍ଲୋଜୁଲା ବେଣୁଗୋପାଲ ଓରଫ ସୋନୁଦାଦା, ସାମିରକ କାର୍ଯ୍ୟ ମୁଖ୍ୟ ଟିପ୍ପିରି ତିରୁପତି ଓରଫ ଚେତନା କିମ୍ବା ବରିଷ୍ଠ ନେତା ଓକେ ଗଣେଶଙ୍କ ମଧ୍ୟରୁ ଜଣେ ଅମ୍ରିତ ବୋଲି ସନ୍ଦେହ କରାଯାଉଛି ।
ଏହା ବି ପଢନ୍ତୁ-Kanjhawla incident: ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ ଶାହ
ଗୁଇନ୍ଦା ବିଭାଗ ସନ୍ଦେହ କରୁଛି ଯେ ଅମ୍ରିତ ନିକଟରେ ଜୁମ୍ ରିଭ୍ୟୁ ମିଟିଙ୍ଗ (Zoom Review Meeting)ରେ ଅଂଶଗ୍ରହଣ କରିଥିଲା । ଫିଲିପାଇନ୍ସ କମ୍ୟୁନିଟି ପାର୍ଟିର ଅଧ୍ୟକ୍ଷ ଜୋସ ମାରିୟା ସିସନ ଯାହାଙ୍କ ମୃତ୍ୟୁ ଡିସେମ୍ବର ୧୬ ତାରିଖରେ ଘଟିଥିଲା । ତାଙ୍କ ସ୍ମୃତିରେ ଜାନୁଆରୀ ୧୬ ତାରିଖରେ ପ୍ରଦର୍ଶନର ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମାଓବାଦୀମାନେ ନେପାଳ, ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଫିଲିପାଇନ୍ସ, ଜର୍ମାନୀ, ଫ୍ରାନ୍ସ, ତୁର୍କୀ, ଇଟାଲୀ ଏବଂ ଅନ୍ୟାନ୍ୟ ଦେଶରେ ବୈପ୍ଳବିକ ସଂଗଠନ ସହ ସମ୍ପର୍କ ରହିଥିଲା । ମାଓବାଦୀ ପାର୍ଟି ଗଠନ ପରେ ୨୦୦୫-୨୦୧୧ ମଧ୍ୟରେ ଫିଲିପାଇନ୍ସର କମ୍ୟୁନିଷ୍ଟ ପାର୍ଟିର ବିଶେଷଜ୍ଞଙ୍କ ଦ୍ବାରା ମାଓବାଦୀ ଦଳର କ୍ୟାଡରମାନଙ୍କୁ ସଶସ୍ତ୍ର ତାଲିମ ଦିଆଯାଇଥିଲା ବୋଲି ପ୍ରମାଣ ମିଳିଥିଲା ।
୨୦୦୯ରେ ଦିଲ୍ଲୀରେ କୋବାଡ ଗାନ୍ଧୀଙ୍କ ଗିରଫ, ୨୦୧୦ରେ ଆଦିଲାବାଦ ଜଙ୍ଗଲରେ ଆଜାଦଙ୍କ ମୁକାବିଲା ଏବଂ ପଶ୍ଚିମବଙ୍ଗର ଲାଲଗଡରେ କିଶେନଜୀଙ୍କ ଏନକାଉଣ୍ଟର ଦଳ ପାଇଁ ବହୁ କ୍ଷତି ଘଟାଇଥିଲା । ଅଧିକାଂଶ ମାଓବାଦୀ ନେତା ଜେଲରେ ରହିବା ପରେ ମାଓବାଦୀଙ୍କ ଦୃଷ୍ଟି ଆକର୍ଷଣ ଅନ୍ତର୍ଜାତୀୟ କାର୍ଯ୍ୟରୁ ଦୂରେଇ ଯାଇଥିଲା । ବର୍ତ୍ତମାନ ଏହା ପୁଣି ସକ୍ରିୟ ହେବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି ।