ସିମଲା: ହିମାଚଳପ୍ରଦେଶରେ ଭୁସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି । କିନୌର ବଟସେରୀର ପାହାଡ ଧସି ୯ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୩ ଜଣ ଆହତ ହୋଇଛନ୍ତି ।
ବଟସେରୀ ଗାଁକୁ ଯୋଡୁଥିବା ବ୍ରିଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାନେଇ ଆଶଙ୍କା ରହିଛି । ଗତ କିଛି ଦିନରୁ ହିମାଚଳପ୍ରଦେଶରେ ଭୁସ୍ଖଳନ ଜାରି ରହିଛି । ରବିବାର ହୋଇଥିବା ଦୁର୍ଘଟଣାରେ ୯ ଜଣଙ୍କ ପ୍ରାଣ ଯାଇଛି । ଏବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଶନିବାର ମଧ୍ୟ ଏହି ଅଞ୍ଚଳରେ ଭୁସ୍ଖଳନ ହୋଇ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ରବିବାର ମଧ୍ୟ ଏହି ସ୍ଥାନରେ ପାହାଡ ଧସି ଧନଜୀବନ ହାନୀ ହୋଇଛି ।