ETV Bharat / bharat

ଭାରସାମ୍ୟ ହରାଇ ୨୦୦ ଫୁଟ୍‌ ତଳକୁ ଖସିଲା କାର, ଗୋଟିଏ ପରିବାରର ୫ ମୃତ

author img

By

Published : Mar 5, 2022, 1:32 PM IST

ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଖାଇକୁ ଖସିଲା କାର । ଫଳରେ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Road Accident: ଖାଇକୁ ଖସିଲା କାର, ୫ମୃତ ଜଣେ ଆହାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶାମ୍ବା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଖସିଲା କାର । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ( five died in road accident in mansar) ହୋଇଛି । ଆଜି(ଶନିବାର) ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

ଷ୍ଟେସନ ହାଉସ ଅଧିକାରୀ (SHO) ଦୀପକ ଜାସ୍ରୋତିଆଙ୍କ ସୂଚନା ଅନୁସାରେ, ଗୋଟିଏ ପରିବାରର ୫ ସଦସ୍ୟଙ୍କୁ ନେଇ ପଞ୍ଜାବର ଅମୃତସରରୁ ଅନନ୍ତନାଗ ଜିଲ୍ଲା ଅଭିମୁଖେ ଯାଉଥିଲା ଏକ କାର । ହେଲେ ମାନସର ନିକଟରେ ଗାଡିଟି ଭାରସାମ୍ୟ ହରାଇ ୨୦୦ ଫୁଟ ଖାଇକୁ ଖସି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ପ୍ରାଣ ହରାଇଥିବା ବେଳେ ଡ୍ରାଇଭର ସାକିବ ଗୁରୁତର ଆହାତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ମୃତ ୫ଜଣ ହେଲେ ଗୁଲଜାର ଅହମ୍ମଦ ଭଟ ଓ ତାଙ୍କ ପତ୍ନି ଜାରା ବେଗମ, ପୁଅ ମୋହଦ ଇକବାଲ ଏବଂ ଝିଅ ମାସରାଟର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିର ପରିଚୟ ମିଳିପାରିନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.