ETV Bharat / bharat

ଗୁଜୁରାଟର କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, 6 ଜୀବନ୍ତ ଦଗ୍ଧ

author img

By

Published : Apr 11, 2022, 10:53 AM IST

Updated : Apr 11, 2022, 11:58 AM IST

ଗୁଜୁରାଟରେ ଭୟାବହ ଅଗ୍ମିକାଣ୍ଡ । ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ

ଗୁଜରାଟର କ୍ୟାମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ମିକାଣ୍ଡ, ୬ ମୃତ

ଗାନ୍ଧୀନଗର: ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ । ଭରୁଚ ସହରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇ ଭୟାବହ ଅଗ୍ମିକାଣ୍ଡ ଘଟିଛି । ଏହି କେମିକାଲ ଫ୍ୟାକ୍ଟ୍ରିଟି ଅହମ୍ମବାଦ ଠାରୁ ୨୩୫ କିଲୋମିଟର ଦୂରରେ ରହିଥିବା ବେଳେ ଆଜି (ସୋମବାର) ଭୋର ପ୍ରାୟ ୩ଟା ସମୟରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣ ପୋଡି ହୋଇ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ରହିଛି ।

ଭରୁଚର ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଫ୍ୟାକ୍ଟ୍ରିରେ କର୍ମଚାରୀ ମାନେ କାମ କରିବା ସମୟରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା ଏବଂ କାର୍ଯ୍ୟରତ ଥିବା ୬ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହି ବ୍ଲାଷ୍ଟର ପ୍ରଖରତାଏତେ ଥିଲା ଯେ ଏହାର ତୀବ୍ରତା ବହୁ ଦୂର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ୬ ଜଣଙ୍କର ମୃତଦେହକୁ ଉଦ୍ଧାରକରି ପୋଷ୍ଟମୋର୍ଟମ ପାଇଁ ପଠାଇଛି ପୋଲିସ । ଏହି ଅଗ୍ନିକାଣ୍ଟରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କୌଣସି କର୍ମଚାରୀ ଆହତ ହୋଇନଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଭରୁଚରେ କେମିକାଲ ଫ୍ୟାକ୍ଟ୍ରି ବ୍ଲାଷ୍ଟ ପ୍ରଥମ ଘଟଣା ନୁହେଁ । ଗତବର୍ଷ ଅଗଷ୍ଟ ମାସରେ ମଧ୍ୟ ଗୁଜୁରାଟର ଦହେଜ ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ ଘଟି ଜଣେ କର୍ମଚାରୀର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ ।

Last Updated : Apr 11, 2022, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.