ETV Bharat / bharat

ଔରଙ୍ଗାବାଦରେ ଅଘଟଣ: ଚୁଲି ନିଆଁରେ ଜଳିଗଲା ଘର, 5 ମୃତ - ଚୁଲି ନିଆଁରେ ଜଳିଗଲା ଘର

ଚୁଲି ନିଆଁରୁ ଅଘଟଣ । ମୁଫାସିଲ ପୋଲିସ ଷ୍ଟେସନ ଅନ୍ତର୍ଗତ ହେତମପୁର ଗ୍ରାମର ଦୁଇଟି ଘରେ ନିଆଁଲାଗି ୫ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Aurangabad Fire Accident
Aurangabad Fire Accident
author img

By

Published : Apr 21, 2023, 9:49 AM IST

Updated : Apr 21, 2023, 11:25 AM IST

ପାଟନା: ବିହାରର ଔରଙ୍ଗାବାଦରେ ଭୟାବହ ଅଗ୍ନିକାଣ୍ଡ । ଚୁଲିରେ ରୋଷେଇ କରିବା ବେଳେ ଘଟିଲା ଅଘଟଣ । ଘରେ ନିଆଁ ଲାଗିବାରୁ 5 ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପରିବାରର 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ପରିବାରର 2 ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ମୁଫାସିଲ ପୋଲିସ ଷ୍ଟେସନ ଅନ୍ତର୍ଗତ ହେତମପୁର ଗ୍ରାମରେ ଘଟିଛି । ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଚୁଲି ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟଲୋକେ କହିଛନ୍ତି । ଏହି ଘଟଣା ପରେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।

ଚୁଲିର ନିଆଁ ହେଲା କାଳ ! ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ହେତାମପୁର ଗ୍ରାମର ବାସିନ୍ଦା ବିନୟ ଭୂୟାଁଙ୍କ ଘରେ ରୋଷେଇ ପାଇଁ ଚୁଲି ଜଳୁଥିବା ବେଳେ ହଠାତ ନିଆଁ ବାହାରି ଚାଳରେ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ, ଉକ୍ତ ଘର ସହ ପାଖରେ ଥିବା ଦୁଇଟି ଘର ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଥିଲା । ତେବେ ନିଆଁର ପ୍ରକୋପରୁ ଆଉ ଘର ବାହାରକୁ ବାହାରି ପାରିନଥିଲେ ପରିବାର ଲୋକେ ।

ତେବେ କୌଣସି ଉପାୟ ନପାଇ ଚିତ୍କାର କରିବାକୁ ଲାଗିଥିଲେ । ନିଆଁର ଭୟାବହତା ଏତେ ମାତ୍ରାରେ ରହିଥିଲା ଯେ ଦେଖୁଦେଖୁ ନିଆଁ ଗୋଟିଏ ଘରୁ ଅନ୍ୟ ଘରକୁ ବ୍ୟାପି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଗୋଟିଏ ପରିବାରର 3 ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅକ ପରିବାରର ୨ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଛି । 5 ଜଣ ମୃତକ ହେଲେ ଶାଶୁ ଗୀତା ଦେବୀ, ବୋହୂ ରିନା ଦେବୀ ଓ ନାତୁଣୀ ରାନୀ କୁମାରୀ ଅନ୍ୟ ଏକ ପରିବାରର 2 ଶିଶୁ ପୂଜା କୁମାରୀ ଓ ଧୀରଜ କୁମାର ବୋଲି ଜଣାପଡିଛି ।

ଅଗ୍ନିକାଣ୍ଡ ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ: ଭୟାବହ ଅଗ୍ନିକାଣ୍ଡରେ ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ଗୋଟିଏ ପଟେ ଘର ଭିତରୁ ବଞ୍ଚିବା ପାଇଁ ଚିତ୍କାର କରୁଥିବା ବେଳେ ଅନ୍ୟପଟେ ନିଆଁକୁ ଦେଖି ଭୟଭୀତ ହୋଇଥିଲେ ଲୋକେ । ସ୍ଥାନୀୟ ଲୋକେ କିଛି କରିବା ଆଗରୁ ସବୁ ଛାରଖାର ହୋଇଯାଇଥିଲା । ତେବେ ନିଆଁକୁ ଆୟତ୍ତ କରିବା ବେଳକୁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଏକ ପରିବାରର ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା: ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏନେଇ ଏଡିଏମ ଆଶିଷ କୁମାର ସିହ୍ନା କହିଛନ୍ତି, " ମୃତକଙ୍କ ପରିବାରକୁ ଚାରି ଲକ୍ଷ କ୍ଷତିପୂରଣ ପ୍ରଦାନ କରାଯିବ । ଏଥିସହ ଯେଉଁମାନଙ୍କ ଘର ପୋଡି ଯାଇଛି ସେମାନଙ୍କୁ କ୍ଷତିପୂରଣ ମିଳିବ । ସମସ୍ତ ଆହତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଉପରେ ନଜର ରଖାଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 21, 2023, 11:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.