ରାଞ୍ଚି: ପଡୋଶୀ ରାଜ୍ୟ ଝାଡଖଣ୍ଡରେ ଚିକିତ୍ସାକୁ ନେଇ ଚରମ ଅବହେଳା ଖବର ସାମ୍ନାକୁ ଆସୁଛି । ଅସ୍ତ୍ରୋପଚାର ପରେ ଅନେକ ଜଣ ନିଜର ଦୃଷ୍ଟିଶକ୍ତି ହରାଇଥିବା ହୋଇଛି ଅଭିଯୋଗ । ଘଟଣାକୁ ନେଇ ହସ୍ପିଟାଲରେ ରୋଗୀ ପରିଜନଙ୍କ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି ।
ଝାଡଖଣ୍ଡ ସାହିବଗଞ୍ଜର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ 12 ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି । ଏହି ପରିପ୍ରେକ୍ଷୀରେ ସିଭିଲ ସର୍ଜନ ଏହାର ତଦନ୍ତ ହେବ ବୋଲି ସୁନିଶ୍ଚିତ କରିଛନ୍ତି ।
ଅପରେସନ ପାଇଁ ହସ୍ପିଟାଲକୁ ଆସିଥିବା ରୋଗୀମାନେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେମାନଙ୍କ ଆଖି 5 ରୁ 7 ଅକ୍ଟୋବର ମଧ୍ୟରେ ଅପରେସନ୍ କରାଯାଇଥିଲା | ଏହା ପରେ ସେମାନେ ଦୃଷ୍ଟି ଶକ୍ତି ହରାଇଛନ୍ତି । ପରେ ରୋଗୀଙ୍କ ପରିଜନ ଡାକ୍ତରଖାନାରେ ପହଁଞ୍ଚି ହଙ୍ଗାମା କରିବାରୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଡାକ୍ତରଖାନା ଛାଡି ପଳାଇଥିବା କୁହାଯାଉଛି ।