ETV Bharat / bharat

ବିହାରରେ ଏନକାଉଣ୍ଟର, ଟଳିଲେ ଏକାଧିକ ନକ୍ସଲ

author img

By

Published : Sep 1, 2021, 10:54 AM IST

ସୁରକ୍ଷାକର୍ମୀଙ୍କ ନକ୍ସଲ ଦମନ ଅଭିଯାନ । ବିହାରର ଲକିସରାଇ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଣ୍ଟରରେ ଏକାଧିକ ନକ୍ସଲ ଟଳି ପଡିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ସୁରକ୍ଷାକର୍ମୀଙ୍କ ଏନକାଣ୍ଟର : ଟଳିଲେ ଏକାଧିକ ନକ୍ସଲ

ପାଟନା: ସୁରକ୍ଷାକର୍ମୀଙ୍କ ନକ୍ସଲ ଦମନ ଅଭିଯାନ । ବିହାରର ଲକିସରାଇ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଣ୍ଟରରେ ଏକାଧିକ ନକ୍ସଲ ଟଳି ପଡିଥିବା ସୂଚନା ମିଳିଛି । ଏନେଇ ବିପୁଳ ପରିମାଣର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ସୂଚନା ମିଳିଛି ଯେ, ନକ୍ସଲ ବଳେଶ୍ୱର କୋଡା ଗ୍ୟାଙ୍ଗ ସହିତ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଛି । ଏବେବି କୁମ୍ବିଂ ଅପରେସନ ଜାରି ରହିଥିବା କହିଛନ୍ତି ଲକିସରାଇ ଜିଲ୍ଲା ଏସପି ସୁଶୀଲ କୁମାର ।

ସୂଚନା ଅନୁସାରେ, ଲକିସରାଇ ଜିଲ୍ଲାରେ ପିରି ବଜାରର ବେଙ୍ଗଲିବନ୍ଦରେ ନକ୍ସଲ ଲୁଚି ଥିବା ନେଇ ସୁରକ୍ଷା କର୍ମୀଙ୍କୁ ଖବର ମିଳିଥିଲା। ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ କରିଥିଲେ ଏପରେସନ । ପୁରା ଅଞ୍ଚଳକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ । ପରେ ନକ୍ସଲଙ୍କ ପକ୍ଷରୁ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିମାଡ କରାଯାଇଥିଲା । ପରେ ସୁରକ୍ଷାକର୍ମୀ ମଧ୍ୟ ଏହାର ଦେଇଥିଲା ପ୍ରତି ଜବାବ । ଜମଲପୁର ଓ କଜରାର ଭିମଡ୍ୟାମ ଅଞ୍ଚଳ, ଅଭୟପୁର ଓ ଲକିସରାଇର ପିରି ବଜାରରେ ଅପରେସନ କରାଯାଇଥିଲା । ଯେଉଁଥିରେ SSBର ବାଟାଲିୟନ ୩୨, ବିଏସଏଫର ଟପ କମାଣ୍ତର ଓ ପାରା ମିଲିଟାରୀ ସାମିଲ ହୋଇଥିଲେ ।

ସାତ ଦିନ ପୂର୍ବରୁ, ମାଓ ଦମନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଯେଉଁଥିରେ ଜାମୁଇ, ଲକିସରାଇ ,ଶେଖପୁରା ଏବଂ ମୁଙ୍ଗର ପୋଲିସ୍ ଅଧୀକ୍ଷକଙ୍କ ସହ ପୂର୍ବତନ ଏଡିଜି ଏସସି ଏସଟି ଜେନେରାଲ୍ ଡାଇରେକ୍ଟରଙ୍କ ସହ ବୈଠକ ହୋଇଥିଲା । ଏହି ବୈଠକରେ ନକ୍ସଲ ମୁକାବିଲା ନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.