ETV Bharat / bharat

ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧିନ କୋଠା, 5 ଶ୍ରମିକ ମୃତ

ରାଜଧାନୀ ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଭୁଶୁଡ଼ିଲା ନିର୍ମାଣାଧିନ କୋଠା । ପ୍ରାଥମିକ ସୂଚନା ଅନୁଯାୟୀ ଭଙ୍ଗା କାନ୍ଥ ଓ ଛାତ ତଳେ ଚାପି ହୋଇ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Jul 15, 2022, 3:05 PM IST

Updated : Jul 15, 2022, 5:35 PM IST

many labours died after a builiding collapesed in Delhi Alipur
ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧିନ କୋଠା, ୬ ଶ୍ରମିକ ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଭୁଶୁଡ଼ିଲା ନିର୍ମାଣାଧିନ କୋଠା । ପ୍ରାଥମିକ ସୂଚନା ଅନୁଯାୟୀ ଭଙ୍ଗା କାନ୍ଥ ଓ ଛାତ ତଳେ ଚାପି ହୋଇ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେବି ଅନେକ ଶ୍ରମିକ ଚାପି ହୋଇ ରହିଥିବା ନେଇ ସୂଚନା ମିଳିଛି । ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି ।

  • Alipur wall collapse, Delhi | 5 dead, 9 injured including 2 critical cases. Debris being cleared from the site: Delhi Police pic.twitter.com/imcY7jApt5

    — ANI (@ANI) July 15, 2022 " class="align-text-top noRightClick twitterSection" data=" ">

ସେପଟେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । କୋଠା ନିର୍ମାଣ ହେଉଥିବା ବେଳେ ଅଚାନକ ଏହା ଭୁଶୁଡ଼ି ପଡ଼ିଥିଲା । ଏହି କୋଠାରେ ପ୍ରାୟ ୨୦ରୁ ୨୫ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ ।

  • Anguished by the mishap in Alipur, Delhi. My thoughts are with those who have lost their loved ones. I pray that those who are injured recover at the earliest: PM @narendramodi

    — PMO India (@PMOIndia) July 15, 2022 " class="align-text-top noRightClick twitterSection" data=" ">

ଏକ ଗୋଦାମଘର ଭାବରେ ଏହି କୋଠା ନିର୍ମାଣ ହେଉଥିଲା । ତେବେ ସ୍ଥାନୀୟ ଲୋକଙ୍କ ମୁତାବକ ଅବୈଧ ତରିକାରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହାକୁ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ବନ୍ଦ ହୋଇନଥିଲା ।

ସେପଟେ ଏହି ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ୍‌ କରି କହିଛନ୍ତି ଯେ, "ଅଲୀପୁର ଦୁର୍ଘଟଣାକୁ ନେଇ ଦୁଃଖିତ । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଙ୍କ ପ୍ରତି ମୁଁ ସମବେଦନା ଜଣାଉଛି । ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।"

Last Updated : Jul 15, 2022, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.