ETV Bharat / bharat

Assam Accident: ଟ୍ରକ-କାର ମୁହାଁମୁହିଁ ଧକ୍କାରେ 7 ନୁହେଁ ଯାଇଛି 2 ଜଣଙ୍କ ଜୀବନ

author img

By ETV Bharat Odisha Team

Published : Sep 11, 2023, 6:43 AM IST

Updated : Sep 11, 2023, 9:58 AM IST

ଆସାମରେ ଭୀଷଣ ସଡ଼କ ଦୁର୍ଘଟଣା । ଟ୍ରକ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଆସାମରେ ଭୀଷଣ ସଡ଼କ ଦୁର୍ଘଟଣା
ଆସାମରେ ଭୀଷଣ ସଡ଼କ ଦୁର୍ଘଟଣା

ଗୌହାଟୀ: ଆସାମ ଦିବ୍ରୁଗଡ ଜିଲ୍ଲାରେ ସଡକ ଦୁର୍ଘଟଣା । ଟ୍ରକ ସହ ମୁହାଁମୁହାଁ ଧକ୍କା ହେଲା ଇନୋଭା କାର୍ । ଘଟଣାସ୍ଥଳରେ ଚାଲିଗଲା ୨ ଜଣଙ୍କ ଜୀବନ । ଗତକାଲି(ରବିବାର) ରାତିରେ ଦିବ୍ରୁଗଡ ଲେପେଟକାଟା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ(AMCH) ଭର୍ତ୍ତି କରାଯାଇଛି । ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନଥିବା ପୋଲିସ ସୂଚନା ଦେଇଛି ।

ପ୍ରାପ୍ତ ସୂଚନା ମୁତାବକ, ଗତକାଲି ରାତିରେ AS-01 JC-3076 ନମ୍ବର ବିଶିଷ୍ଟ ଏକ ଇନୋଭା କାର୍ ଲେପେଟକାଟା ଆଡକୁ ଯାଉଥିଲା । ଗାଡିରେ ୭ ଜଣ ଯାତ୍ରୀ ଥିଲେ । ଏତିକି ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଘଟଣାସ୍ଥଳରେ ହିଁ କାରରେ ଥିବା ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ଓ ଆଉ କିଛି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ ଗାଡିଟି ପୁରା ଚୁରମାର୍ ହୋଇଯାଇଥିଲା । ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଲୋକମାନଙ୍କ ସହାୟତାରେ ପୋଲିସ ଆହତମାନଙ୍କୁ ହସ୍ପିଟାଲ ପଠାଇବା ସହିତ ମୃତଦେହ ଗୁଡିକୁ ଉଦ୍ଧାର କରିଥିଲା । ତେବେ ଏ ଯାଏଁ ପୋଲିସ ମୃତକମାନଙ୍କୁ ଚିହ୍ନଟ କରିପାରିନି । ଏହି ଦୁର୍ଘଟଣାରେ ଆଇପିସି ଏବଂ ମୋଟର ଯାନ ଆକ୍ଟରେ ଏକ ମାମଲା ରୁଜୁ ହୋଇ ଛାନଭିନ୍ ଚାଲିଛି ।

ଏହାମଧ୍ୟ ପଢନ୍ତୁ: Assam Accident: ଟ୍ରକ ଓ ଟାଟା ମ୍ୟାଜିକ ମୁହାଁମୁହିଁ ଧକ୍କା, ୭ ମୃତ ୧୨ ଆହତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୬ ତାରିଖ ଦିନ ଆସାମର ତିନସୁକିଆ ଜିଲ୍ଲାରେ ଗୋଟିଏ ଟାଟା ମ୍ୟାଜିକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୭ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିଲେ । ମୃତାହତମାନେ ଡୁମଡୁମା ଅଞ୍ଚଳରେ ସାପ୍ତାହିକ ହାଟ ସାରି ରାତିରେ ଟାଟା ମ୍ୟାଜିକରେ ଘରକୁ ଫେରୁଥିବା ବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଗାଡିରେ ମୋଟ ୨୦ ଜଣ ଯାତ୍ରୀ ଥିଲେ । ତେବେ ଟ୍ରକ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବାରୁ ଏହି ଅଘଟଣ ଘଟିଥିବା କୁହାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ମର୍ମନ୍ତୁଦ ଦୁର୍ଘଟଣାରେ 7 ମୃତ, 20ରୁ ଅଧିକ ଆହତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 11, 2023, 9:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.