ETV Bharat / bharat

Blast In Afghanistan: 10 ମୃତ, 50ରୁ ଅଧିକ ଆହତ

author img

By

Published : Apr 21, 2022, 5:43 PM IST

ଆଫଗାନିସ୍ତାର ଏକ ମସଜିଦରେ ବିସ୍ଫୋରଣ । 10 ମୃତ ସହ ଅନେକ ଆହତ ଆଶଙ୍କା । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

Blast At a Mosque in Afghanistan: 10 ମୃତ, 50 ରୁ ଉର୍ଦ୍ଧ୍ବ ଆହତ

କାବୁଲ: ଉତ୍ତର ଆଫଗାନିସ୍ତାରେ ମଜର-ଏ-ସରିଫ (Mazar-e-Sharif) ଅଞ୍ଚଳରେ ଥିବା ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ପ୍ରାୟ 10ରୁ ଉର୍ଦ୍ଧ୍ବ ପ୍ରାଣ ହରାଇଥିବା ବେଳେ ଆହତଙ୍କ ସଂଖ୍ୟା ପ୍ରାୟ 50ରୁ ଅଧିକ ହେବା ନେଇ ପ୍ରାଥମିକ ଭାବେ ଆଶଙ୍କା କରାଯାଉଛି । ମସଜିଦରେ ନମାଜ ପାଠ ଜାରି ରହିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ଥିବା ହେତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

ବର୍ତ୍ତମାନ ରମଜାନ ମାସ ଚାଲିଥିବା ବେଳେ ମସଜିଦରେ ଭିଡ ଥିଲା । ଏବେ ସୁଦ୍ଧା କୌଣସି ଜିହାଦୀ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ତାଲିବାନର ଜଣେ କମାଣ୍ଡର ଏହି ଘଟଣାକୁ ନିନ୍ଦା କରିବା ସହ ମୃତାହାତ ସଂଖ୍ୟା ପ୍ରାୟ 20 ହୋଇପାରେ ବୋଲି ଆଶଙ୍କା କରି ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦୁଇ ଦିନ ପୂର୍ବରୁ ମଧ୍ୟ ଏକ ସ୍କୁଲରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ 20 ଜଣ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.