ETV Bharat / bharat

ନଥିଲା ଅଗ୍ନି ନିରାପତ୍ତା ବ୍ୟବସ୍ଥା, ୬୨ ହସ୍ପିଟାଲ୍‌ରେ ପଡ଼ିଲା ତାଲା

author img

By

Published : Jul 13, 2022, 10:40 PM IST

ସୁରଟ ସହରରେ ୬୨ଟି ହସ୍ପିଟାଲ୍‌ ସିଲ୍‌ କରାଯାଇଛି । ରାଜ୍ୟର ଅଗ୍ନିଶମ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକ ପଢ଼ନ୍ତୁ

ନଥିଲା ଅଗ୍ନି ନିରାପତ୍ତା ବ୍ୟବସ୍ଥା, ୬୨ ହସ୍ପିଟାଲ୍‌ରେ ପଡ଼ିଲା ତାଲା
ନଥିଲା ଅଗ୍ନି ନିରାପତ୍ତା ବ୍ୟବସ୍ଥା, ୬୨ ହସ୍ପିଟାଲ୍‌ରେ ପଡ଼ିଲା ତାଲା

ଗାନ୍ଧୀନଗର: ଗୁଜୁରାଟର ସୁରଟ ସହରରେ ବୁଧବାର ୬୨ଟି ହସ୍ପିଟାଲ୍‌ ସିଲ୍‌ କରାଯାଇଛି । ରାଜ୍ୟର ଅଗ୍ନିଶମ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆବଶ୍ୟକ ଭିତ୍ତିଭୂମି ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ୬୨ଟି ହସ୍ପିଟାଲ ମଧ୍ୟରୁ ୪୨ଟି ହସ୍ପିଟାଲ୍‌ ICUରେ ସବୁଦିନ ପାଇଁ ତାଲା ପକାଇଛି ଅଗ୍ନିଶମ ବିଭାଗ ।

ଏହି ସବୁ ହସ୍ପିଟାଲ୍‌ରେ ଅଗ୍ନିଶମର ଗାଇଡଲାଇନ୍‌କୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରାଯାଉଥିଲା । ଏହାକୁ ନେଇ ବାରମ୍ବାର ଅଗ୍ନିଶମ ବିଭାଗ ପକ୍ଷରୁ ବାରମ୍ବାର ନୋଟିସ କରାଯାଇଥିଲେ କୌଣସି ସୁଧାର ଆସିନଥିଲା । ବୁଧାର ସ୍ପଶାଲ ଡ୍ରାଇଭ୍‌ କରି ଅଗ୍ନିଶମ ବିଭାଗ ଅଧିକାରୀ ପ୍ରତ୍ୟେକ ହସ୍ପିଟାଲର ICU ଓ Operation ସେକ୍ସନ ବୁଲି ଦେଖିଥିଲେ ।

ତେବେ ଯେଉଁ ହସ୍ପିଟାଲ୍‌ରେ ଅଗ୍ନିଶମର ଗାଇଡଲାଇନ୍‌ ପାଳନ କରାଯାଇନାହିଁ ସେହି ସବୁ ହସ୍ପିଟାଲ୍‌କୁ ସିଲ୍‌ କରାଯାଇଛି । ମ୍ୟୁନିସିପାଲ୍‌ କମିଶନରଙ୍କ ନିର୍ଦ୍ଦେଶରେ ସ୍ପେଶାଲ ଡ୍ରାଇଭ୍‌ କରି ହସ୍ପିଟାଲ୍‌ ସିଲ୍‌ କରାଯାଇଛି । କୋଭିଡ ସଂକ୍ରମଣ ସ୍ଥିତି ପରେ ହାଇକୋର୍ଟରେ ଦାଖଲ ହୋଇଥିବା PILର ସେକ୍ସନ ୧୧୮ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଛି ହସ୍ପିଟାଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆବଶ୍ୟକ । ତେବେ ଏହାକୁ ହସ୍ପିଟାଲ ପାଳନ ନକରିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.