ETV Bharat / bharat

ବିହାରରେ ବିଷାକ୍ତ ମଦ ପିଇ 11 ମୃତ, 25 ଜଣ ହରାଇଛନ୍ତି ଦୃଷ୍ଟିଶକ୍ତି - ବିହାର ଖବର

ବିହାରରେ ମଦ ବନ୍ଦ ପରେ ବି ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ଜୀବନ ଯାଇଛି । ବିହାର ଚାପ୍ରା ସାରଣ ଜିଲ୍ଲା ଭାତା ଗାଁରେ ବିଷାକ୍ତ ମଦ ପିଇ 11 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବିହାରରେ ବିଶାକ୍ତ ମଦ ପିଇ 7 ମୃତ
ବିହାରରେ ବିଶାକ୍ତ ମଦ ପିଇ 7 ମୃତ
author img

By

Published : Aug 5, 2022, 11:54 AM IST

Updated : Aug 5, 2022, 7:21 PM IST

ପାଟନା: ବିହାରରେ ମଦ ବନ୍ଦ ପରେ ବି ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ଜୀବନ ଯାଇଛି । ବିହାର ଚାପ୍ରା ସାରଣ ଜିଲ୍ଲା ଭାତା ଗାଁରେ ବିଷାକ୍ତ ମଦ ପିଇ 11 ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନେକ ଗୁରୁତର ହୋଇଛନ୍ତି । ପାଖାପାଖି ୨୫ ଲୋକ ଦୃଷ୍ଟି ଶକ୍ତି ହରାଇଛନ୍ତି । ସମସ୍ତ ଗୁରୁତରଙ୍କୁ ପାଟନା ପିଏମସିଏଚରେ ଭର୍ତ୍ତି କରାଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ଅଗଷ୍ଟ ୩ରେ ପାନାପୁରମ ଗାଁର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ଦୁଇଦିନ ପୂର୍ବରୁ ପାଟନା ମେଡିକାଲ କଲେଜ ହସ୍ପିଟାଲରେ ୩ ଜଣଙ୍କ ଜୀବନ ଯାଇଥିଲା ଏବଂ ଜଣଙ୍କୁ ଡାକ୍ତରଖାନା ଆଣିବା ବାଟରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲ ସୁପରିଟେଣ୍ଡଣ୍ଟ ଆଇଏସ ଠାକୁର । ଅନ୍ୟ ଦୁଇଜଣ ଚାପ୍ରା ସଦର ହସ୍ପିଟାଲରେ ଆଖି ବୁଜିଥିଲେ । ଗୁରୁତରଙ୍କ ମଧ୍ୟରେ ଅନେକ ଦୃଷ୍ଟିଶକ୍ତି ହରାଇଥିବା କହିଛନ୍ତି ଗ୍ରାମବାସୀ ।

ମିଥିଳେଶ ମାହୋତ ନାମକ ଜଣେ ବ୍ୟକ୍ତି ଯାହାଙ୍କ ବାପାଙ୍କ ମୃତ୍ୟୁ ହୋଇଛି । ସେ କହିଛନ୍ତି, "ଗାଁରେ ମଦ ମିଳୁଥିଲା । ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅନେକ ଲୋକ ମଦ କିଣି ପିଇଥିଲେ । କିଛି ସମୟ ପରେ ସ୍ବାସ୍ଥ୍ୟଗତଜନିତ ଜଟିଳତା ଦେଖାଯାଇଥିଲା ଅନେକ ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି ।" ସେମାନଙ୍କୁ ପିଏମସିଏଚ ନିଆଯାଇଥିଲା । ସେଠାରେ ତାଙ୍କ ଶ୍ବଶୁରଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ମିଥିଳେଶ । ସରଣ ଜିଲ୍ଲାପାଳ କହିଛନ୍ତି, "ଡାକ୍ତର ଟିମ ଓ ପାରାମେଡିକାଲ ଷ୍ଟାଫ ସ୍ଥାନୀୟ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି ।"

୨୫ଜଣ ହରାଇଛନ୍ତି ଦୃଷ୍ଟିଶକ୍ତି...

ଲୋକ ଗୁରୁତର ହେବାରୁ ତାଙ୍କୁ ଚାପ୍ରା ଏବଂ ପାଟନାକୁ ସ୍ଥାନାନ୍ତରଣ କରାଯାଇଥିଲା । ଏହି ସମୟରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଶସ୍ତାରେ ମଦ ମିଳୁଥିବାରୁ ଲୋକ ଅଧିକ ମାତ୍ରାରେ ମଦ ପିଇଥିଲେ । ଫଳରେ ଲୋକଙ୍କ ସ୍ବାସ୍ଥ୍ୟ ବିଗିଡିଥିଲା । ପାଖାପାଖି ୨୫ ଜଣ ଦୃଷ୍ଟିଶକ୍ତି ହରାଇଥିବା ଜଣାପଡିଛି ।

Last Updated : Aug 5, 2022, 7:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.