ETV Bharat / bharat

ସିକ୍କିମରେ ପ୍ରକୃତିର କୋପ; ବନ୍ୟାରେ ଗଲାଣି ୧୪ ଜୀବନ, ଏବେ ବି ୧୦୨ ନିଖୋଜ - ବନ୍ୟାରେ ଭାସିଗଲେ ଯବାନ

ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟାରେ ଏବେ ସୁଦ୍ଧା ଗଲାଣି ୧୪ ଜୀବନ । ସେନା ଯବାନଙ୍କ ସମେତ ଏବେ ବି ୧୦୨ ନିଖୋଜ । ଅଧିକ ପଢନ୍ତୁ

ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟା
ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟା
author img

By ETV Bharat Odisha Team

Published : Oct 5, 2023, 9:52 AM IST

ଗ୍ୟାଙ୍ଗଟକ: ସିକ୍କିମରେ ତାଣ୍ଡବ ରଚିଛି ପ୍ରକୃତି । ବାଦଲ ଫଟା ବର୍ଷା ଓ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ସିକ୍କିମ ବନ୍ୟାରେ ଏବେ ସୁଦ୍ଧା 14 ଜଣଙ୍କ ଜୀବନ ଯାଇଛି । ଶତାଧିକ ଲୋକେ ବନ୍ୟାରେ ଭାସି ଯାଇଥିବା ବେଳେ ସେମାନଙ୍କର ପତ୍ତା ମିଳୁନି । 22 ଯବାନଙ୍କ ସମେତ 102 ଜଣ ସାଧାରଣ ନାଗରିକ ଏବେ ବି ନିଖୋଜ ଅଛନ୍ତି । ଏନେଇ ସିକ୍କିମ ସରକାରଙ୍କୁ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟର ବିଭିନ୍ନ ସ୍ଥାରେ 3 ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଥିବା ଆଶଙ୍କା କରାଯାଉଛି । ସରକାରଙ୍କ ପକ୍ଷରୁ ଯୁଦ୍ଧାକାଳୀନ ଭିତ୍ତିରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି । ବନ୍ୟା ମାଙ୍ଗନ, ଗ୍ୟାଙ୍ଗଟକ ଏବଂ ପାକୟଙ୍ଗ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।

ସିକ୍କିମର ମୁଖ୍ୟ ଶାସନ ସଚିବ ଭିବି ପାଠକଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୧୦ଟା ୪୨ ସମୟରେ ଲୋହନକ ଲେକ୍‌ରେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ଏହାର ବନ୍ଧରେ ଘାଇ ସୃଷ୍ଟି ହେବା ସହ ତିସ୍ତା ନଦୀରେ ଅଚାନକ ବନ୍ୟା ଆସିଥିଲା । ବନ୍ୟାରେ ରାଜ୍ୟବ୍ୟାପୀ 26 ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚୁଙ୍ଗଥାଙ୍ଗ ସ୍ଥିତ ତିସ୍ତା ଡ୍ୟାମରେ 12ରୁ 14 ଜଣ ଶ୍ରମିକ କାମ କରୁଥିବା ବେଳେ ବନ୍ୟା ଆସିବା ଯୋଗୁଁ ସମସ୍ତେ ସେଠାରେ ଫସି ରହିଛନ୍ତି । ସେହିପରି ବାରଦାଙ୍ଗ ଅଞ୍ଚଳରେ ଏବେ ବି 22 ଯବାନ ନିଖୋଜ ଅଛନ୍ତି । ଯବାନଙ୍କ କନଭୟ ରାଜପଥ କଡରେ ପାର୍କିଂ ହୋଇଥିବା ବେଳେ ତାହା ବନ୍ୟାରେ ବୁଡି ଭାସି ଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Sikkim Flash Floods: ସିକ୍କିମ ବନ୍ୟାରେ ନିଖୋଜ ଯବାନଙ୍କ ମଧ୍ୟରୁ ଜଣେ ଓଡିଆ

ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାରୁ ରାଜ୍ୟ ସରକାର ଏନଡିଆରଏଫର 3 ଅତିରିକ୍ତ ପ୍ଲାଟୁନ ମଗାଇଛନ୍ତି । ରେସ୍କ୍ୟୁ ଅପେରସନ ପାଇଁ ଏହି ଅତିରିକ୍ତ ପ୍ଲାଟୁନକୁ ଚୁଙ୍ଗଥାଙ୍ଗ ଏୟାରଲିପ୍ଟ କରାଯିବ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ 3 ହଜାରରୁ ଅଧିକ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ବିପର୍ଯ୍ୟୟର ମୁକାବିଲା ସହ ପୀଡିତାଙ୍କୁ ଉଦ୍ଧାର ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ବନ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକ୍କିମ ମୁଖ୍ୟମନ୍ତ୍ରୀ ତମଙ୍ଗଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.