ETV Bharat / bharat

ବାଲିଘାଟରେ ଖେଳୁ ଖେଳୁ ଖସିଗଲା ଗୋଡ, 4 ନାବାଳକ ମୃତ

ବିହାରରେ ବାଲିଘାଟରେ ଖେଳୁଖେଳୁ ବୁଡିଗଲେ 4 ନାବାଳକ । ବାଲି ମାଫିଆଙ୍କ ବେଆଇନ ବାଲି ଉଠାଣକୁ ଦାୟୀ କଲେ ଗ୍ରାମବାସୀ ଓ ସମ୍ପର୍କୀୟ । ଗ୍ରାମରେ ଉତ୍ତେଜନା । ଅଧିକ ପଢନ୍ତୁ

ବିହାରରେ ପାଣିରେ ବୁଡି 4 ଶିଶୁ ମୃତ
ବିହାରରେ ପାଣିରେ ବୁଡି 4 ଶିଶୁ ମୃତ
author img

By

Published : Mar 15, 2023, 10:15 PM IST

ପାଟନା: ବିହାରର ଆରାରେ ଅଭାବନୀୟ ଘଟଣା । ନଦୀପଠାରେ ଖେଳୁଥିବା ବେଳେ ବୁଡିଯାଇ 4 ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ଆଜିମାବାଦ ପୋଲିସ ଷ୍ଟେସନ ଅଞ୍ଚଳର ଅହିମାନଚକ ସୋନ ନଦୀର ବାଲିଘାଟରେ ଏହି ଅଘଟଣ ଘଟିଛି । ପ୍ରାଣ ହରାଇଥିବା ସମସ୍ତ 4 ଶିଶୁ ସ୍ଥାନୀୟ ନୁରପୁର ଗାଁର ହୋଇଥିବା ନେଇ ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି । ବାଲି ମାଫିଆମାନେ ନଦୀପଠାରୁ ବେଆଇନ ବାଲି ଉଠାଇ ନେବା ପରେ ସୃଷ୍ଟି ହୋଇଥିବା ଖାଲରେ ଏହି ଶିଶୁମାନେ ବୁଡିଯାଇଥିଲେ । ମୃତକଙ୍କ ସମ୍ପର୍କୀୟମାନେ ବାଲି ମାଫିଆଙ୍କୁ ଦାୟୀ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ମୃତକମାନେ ନୁରପୁର ଗାଁର ବାସିନ୍ଦା ବିରେନ୍ଦ୍ର ଚୌଧୁରୀଙ୍କ 12 ବର୍ଷୀୟ ପୁଅ ଅମିତ କୁମାର, ରାମରାଜ ଚୌଧୁରୀଙ୍କ 8 ବର୍ଷର ପୁଅ ରୋହିତ କୁମାର, 10 ବର୍ଷର ପୁଅ ଶୁଭମ କୁମାର, ବଜରଙ୍ଗୀ ଚୌଧୁରୀଙ୍କ 9 ବର୍ଷୀୟ ପୁଅ ରୋହିତ ବୋଲି ବୋଲି ଜଣାପଡିଛି । ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ, ସେମାନେ ବାଲି ଘାଟରେ ଖେଳୁଥିବା ବେଳେ ଏହି ଖାଲରେ ପଶି ଯାଇଥିଲେ । ସେଠାରେ ଏତେ ପାଣି ଥିବା ଅନୁମାନ ମଧ୍ୟ କରାଯାଉନଥିଲା । ଜଣଙ୍କ ପରେ ଜଣେ 4ଜଣ ନାବାଳକ ବୁଡି ଯାଇଥିଲେ ।

କୌଣସି ପ୍ରକାର ଏକଥା ଜଣାପଡିବା ପରେ ସମସ୍ତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସମସ୍ତ 4 ନାବାଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୋଟିଏ ଗ୍ରାମର 4 ଶିଶୁଙ୍କ ଅକାଳ ବିୟୋଗ ପରେ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ପ୍ରଶାସନ ବିରୋଧରେ ନାରାବାଜୀ କରିଥିଲେ । ବାଲି ମାଫିଆଙ୍କ ବିରୋଧରେ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠନ ଗ୍ରହଣ ନକରିବା ଫଳରେ ଏପରି ଅଘଟଣ ଘଟିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଅଘଟଣ ପରେ ସମଗ୍ର ଅଞ୍ଚଳରେ ନିକଟସ୍ଥ ନଦୀ ପଠାରୁ ବେଆଇନ ବାଲି ଉଠାଣ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବାଲି ମାଫିଆଙ୍କ କାରଣରୁ ଗ୍ରାମବାସୀଙ୍କ ଜୀବନ ଅସୁରକ୍ଷିତ ହେବାକୁ ବସିଲାଣି । ଆଜିର ଅଘଟଣ ପାଇଁ ସମ୍ପୃକ୍ତ ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ । ପ୍ରଶାସନ ମଧ୍ୟ ଚୋରା ବାଲି ଉଠାଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.