ETV Bharat / bharat

ମିଶନ ୨୦୪୭ରେ ସାମିଲ ଆଉ ୩ ସନ୍ଦିଗ୍ଧ ଗିରଫ, ଗଜୱା-ଏ-ହିନ୍ଦ ସହ ବି ଅଛି ଲିଙ୍କ୍‌ !

author img

By

Published : Jul 15, 2022, 9:49 PM IST

ସହରର ଫୁଲବାରୀର ଶରିଫ ଅଞ୍ଚଳରେ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରଯାଇଥିଲା । ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବାକୁ ଯୋଜନା କରିଥିଲେ । ଆଜି ଏହି ମାମଲାରେ ଆଉ ୩ ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ଆହୁରି ୨୦ ଜଣଙ୍କ ଖୋଜା ପଡ଼ିଛି । ଅଧିକ ପଢନ୍ତୁ

ମିଶନ ୨୦୪୭ରେ ସାମିଲ ଆଉ ୩ ସନ୍ଦିଗ୍ଧ ଗିରଫ,  ଗଜୱା-ଏ-ହିନ୍ଦ ସହ ବି ଅଛି ଲିଙ୍କ୍‌ !
ମିଶନ ୨୦୪୭ରେ ସାମିଲ ଆଉ ୩ ସନ୍ଦିଗ୍ଧ ଗିରଫ, ଗଜୱା-ଏ-ହିନ୍ଦ ସହ ବି ଅଛି ଲିଙ୍କ୍‌ !

ପାଟନା: ସହରର ଫୁଲବାରୀର ଶରିଫ ଅଞ୍ଚଳରେ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରଯାଇଥିଲା । ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବାକୁ ଯୋଜନା କରିଥିଲେ । ଏହି ମାମଲାରେ ଆଉ ୩ ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ଆହୁରି ୨୦ ଜଣଙ୍କ ଖୋଜା ପଡ଼ିଛି ।

ଏହି ଘଟଣାରେ ପ୍ରଥମେ ମହମ୍ମଦ ଜଲ୍ଲାଲୁଦ୍ଦିନ ଓ ଅତହର ପରବେଜକୁ ଗିରଫ କରାଯାଇଥିଲା । ପ୍ରାଥମିକ ତଦନ୍ତ ବେଳେ ଏମାନେ PFI ସହ ଜଡ଼ିତ ବୋଲି ଜଣା ପଡ଼ିଥିଲା । ଏମାନଙ୍କଠାରୁ ଜବତ ବୁକ୍‌ଲେଟରୁ ଯେଉଁ ତଥ୍ୟ ମିଳିଥିଲା, ତାହା ପୁରା ଦେଶକୁ ଦୋହଲାଇ ରଖିଛି । ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ୍‌ ରାଷ୍ଟ୍ର କରିବାକୁ ବ୍ଲୁ୍‌ପ୍ରିଣ୍ଟ ପ୍ରସ୍ତୁତ କରିଛି PFI । ପ୍ରଥମେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ବାଉର ଜେଲ୍‌ର ଅଲଗା ଅଲଗା କଠୋରୀରେ ରଖାଯାଇଛି । ଗିରଫ ଅଭିଯୁକ୍ତ ଶମିମ୍‌ ଅଖ୍‌ତର୍‌ ଗଜୱା-ଏ-ହିନ୍ଦ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ଥିବା ନେଇ ତଥ୍ୟ ମିଳିଛି । ନାଳନ୍ଦାରୁ ଶମିମ୍‌କୁ ଗିରଫ କରାଯାଇଛି ।

ମିଶନ ୨୦୪୭ରେ ସାମିଲ ଥିବା ୨୬ ଜଣଙ୍କ ମଧ୍ୟରୁ ୧୦ ପାଟନା ସହରର ବୋଲି ଜଣାପଡ଼ିଛି । ଏଥିରେ କିଛି ବଡ଼ ବ୍ୟବସାୟୀ, କଲେଜ କର୍ମଚାରୀ ଓ ଅବସରପ୍ରାପ୍ତ ସବ୍‌ ଇନ୍‌ସ୍ପେକ୍ଟର ସାମିଲ ଥିବା ଜଣାପଡ଼ିଛି । ପ୍ରତ୍ୟେକ ନିଜ ପରିଚୟ ଲୁଚାଇ ଦେଶ ବିରୋଧୀ ଅଭିଯାନରେ ସାମିଲ ଥିଲେ । ଏମାନେ ଶିକ୍ଷିତ ବେରୋଜଗାର ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରି ତାଙ୍କ ବ୍ରେନ୍‌ ୱାସ୍‌ କରିବା ସହ ସେମାନଙ୍କୁ ଟ୍ରେନିଂ ଦେଉଥିଲେ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣାଭାବ ତିଆରି କରିବା ଏହି ଗ୍ୟାଙ୍ଗ୍‌ର ମୂଳ ଲକ୍ଷ୍ୟ ଥିଲା ।

ବର୍ତ୍ତମାନ ଗିରଫ ହୋଇଥିବା ଅତହର ପରବେଜ୍‌ ମୋବାଇଲ୍‌ର CDR ଯାଞ୍ଚ କରୁଛି ପୋଲିସ । ଅତହର କେଉଁ କେଉଁ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲା ତାହାର ମୂଳ ଖୋଜା ଚାଲିଛି । ସେପଟେ ଜଲ୍ଲାଲୁଦ୍ଦିନକୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.