ETV Bharat / bharat

ମୋଦିଙ୍କ ଜନ୍ମଦିନରେ ମେଗା ରେକର୍ଡ, ସ୍ବାସ୍ଥ୍ୟକର୍ମୀଙ୍କୁ ମିଠା ଖୁଆଇଲେ ମନ୍ତ୍ରୀ - 2 cr COVID-19 vaccinations record

ମୋଦିଙ୍କ ଜନ୍ମ ଦିନରେ ହୋଇଛି ମେଗା ଟୀକାକରଣ କାର୍ଯ୍ୟକ୍ରମ । ୨ କୋଟିରୁ ଅଧିକ ଡୋଜ ଦେଇ ରେକର୍ଡ ସୃଷ୍ଟି କରିଛି ଭାରତ । ଦେଶର ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ମୋଦିଙ୍କ ଜନ୍ମଦିନରେ ମେଗା ରେକର୍ଡ, ସ୍ବାସ୍ଥ୍ୟକର୍ମୀଙ୍କୁ ମିଠା ଖୁଆଇଲେ ମନ୍ତ୍ରୀ

author img

By

Published : Sep 17, 2021, 10:46 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ରେକର୍ଡ ଭାଙ୍ଗିଛି ଟୀକାକରଣ । ମୋଦିଙ୍କ ଜନ୍ମ ଦିନରେ ହୋଇଛି ମେଗା ଟୀକାକରଣ କାର୍ଯ୍ୟକ୍ରମ । ୨ କୋଟିରୁ ଅଧିକ ଡୋଜ ଦେଇ ରେକର୍ଡ ସୃଷ୍ଟି କରିଛି ଭାରତ । ଏହି ଅବସରରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ପହଁଞ୍ଚି ଏହି ରେକର୍ଡର ଖୁସି ବାଣ୍ଟିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

ଦେଶର ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଭ୍ୟାକ୍ସିନ ସେବାକୁ ଚରିତାର୍ଥ କରିଥିବାରୁ ସ୍ବାସ୍ଥ୍ୟ କର୍ମୀ ଏବଂ ଦେଶବାସୀଙ୍କ ପକ୍ଷରୁ ଏହା ପ୍ରଧାନମନ୍ତ୍ରୀଙ୍କୁ ଉପହାର ବୋଲି କହିଛନ୍ତି ମାଣ୍ଡବ୍ୟ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭାରତ ୨କୋଟି କୋଟିରୁ ଅଧିକ ଟୀକାକରଣ କରି ଐତିହାସିକ ଓ ଏକ ନୂତନ ରେକର୍ଡ ସୃଷ୍ଟି କରିଥିବା ଟ୍ବିଟରେ ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

୭୧ ବର୍ଷରେ ପାଦ ଦେଇଛନ୍ତି ମୋଦି । ଏପଟେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଦେଶରେ ରେକର୍ଡ ଭାଙ୍ଗିଛି ଟିକାକରଣ ।

ଦେଶରେ ଚତୁର୍ଥ ଥର ୧ କୋଟି ପାର୍‌ ହୋଇଛି ଟୀକାକରଣ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଜାରି ରହିଛି ମେଗା ଟୀକାକରଣ ଅଭିଯାନ । ରାତି ୯ଟା ୩୦ସୁଦ୍ଧା ଦେଶରେ ୨.୨୫ କୋଟିରୁ ଅଧିକ ଟିକା ଦିଆଯାଇସାରିଛି । ଶୁକ୍ରବାର ୧ ଲକ୍ଷରୁ ଅଧିକ ସ୍ଥାନରେ ଜାରି ରହିଛି ଟୀକାକରଣ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.