ETV Bharat / bharat

Tawang clash: ଆଲୋଚନା ପାଇଁ ମନୀଷ ତିୱାରୀଙ୍କ ବାରମ୍ବାର ମୁଲତବୀ ନୋଟିସ

author img

By

Published : Dec 21, 2022, 10:43 PM IST

ଡିସେମ୍ବର 9ରେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟରରେ ଭାରତ-ଚୀନ ସେନା ସଂଘର୍ଷକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି ସତ୍ତ୍ବେ ବିରୋଧୀ ସଂସଦରେ ଆଲୋଚନା ପାଇଁ ଦାବି ଜାରି ରଖିଛନ୍ତି । ଆଜି (ବୁଧବାର) ପୁଣି ଥରେ ଲୋକସଭାରେ ସ୍ବତନ୍ତ୍ର ଆଲୋଚନା ଦାବି କରି ପୁଣି ଥରେ ମୁଲତବୀ ନୋଟିସ ଦେଇଥିଲେ କଂଗ୍ରେସ ସାଂସଦ ମନୀଷ ତିୱାରୀ । ତୱାଙ୍ଗ ସେକ୍ଟର ସଂଘର୍ଷ ସମ୍ପର୍କରେ ଲୋକସଭାରେ ଆଲୋଚନା ପାଇଁ ତିୱାରୀଙ୍କ ଏହା ଷଷ୍ଠ ମୁଲତବୀ ନୋଟିସ ଥିଲା । ପୂର୍ବରୁ ଦେଇଥିବା ସମସ୍ତ ମୁଲତବୀକୁ ଗ୍ରହଣ କରିନଥିଲେ ବାଚସ୍ପତି । ଅଧିକ ପଢନ୍ତୁ

ଲୋକସଭାରେ ମନୀଷ ତିୱାରୀ
ଲୋକସଭାରେ ମନୀଷ ତିୱାରୀ

ନୂଆଦିଲ୍ଲୀ: ଡିସେମ୍ବର 9 ରେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟରରେ ଭାରତ-ଚୀନ ସେନା ସଂଘର୍ଷକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି ସତ୍ବେ ବିରୋଧୀ ସଂସଦରେ ଆଲୋଚନା ପାଇଁ ଦାବି ଜାରି ରଖିଛନ୍ତି । ଆଜି (ବୁଧବାର) ପୁଣି ଥରେ ଲୋକସଭାରେ ସ୍ବତନ୍ତ୍ର ଆଲୋଚନା ଦାବି କରି ପୁଣି ଥରେ ମୁଲତବୀ ନୋଟିସ ଦେଇଥିଲେ କଂଗ୍ରେସ ସାଂସଦ ମନୀଷ ତିୱାରୀ । ତୱାଙ୍ଗ ସେକ୍ଟର ସଂଘର୍ଷ ସମ୍ପର୍କରେ ଲୋକସଭାରେ ଆଲୋଚନା ପାଇଁ ତିୱାରୀଙ୍କ ଏହା ଷଷ୍ଠ ମୁଲତବୀ ନୋଟିସ ଥିଲା । ପୂର୍ବରୁ ଦେଇଥିବା ସମସ୍ତ ମୁଲତବୀକୁ ଗ୍ରହଣ କରିନଥିଲେ ବାଚସ୍ପତି ।

ଏହାବି ପଢନ୍ତୁ- New Covid Variant Alert : ଶେଷ ହୋଇନାହିଁ କୋଭିଡ, ମାସ୍କ ପିନ୍ଧନ୍ତୁ କହିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ମୁଲତବୀ ନୋଟିସରେ ମନୀଷ ଦାବି କରିଥିଲେ ଲୋକସଭାର ଶୁନ୍ୟକାଳ ଓ ବିଜେନେସ ଲିଷ୍ଟକୁ ବାତିଲ କରି ସୀମା ପ୍ରସଙ୍ଗକୁ ନେଇ ଲୋକସଭାରେ ବିସ୍ତୃତ ଆଲୋଚନା କରାଯାଉ । ମନୀଷ କହିଥିଲେ 2020 ଅଗଷ୍ଟ ପରେ ଏହା ପ୍ରଥମ ସଂଘର୍ଷ ଉଭୟ ସେନା ମଧ୍ୟରେ ଘଟିଛି । ତେଣୁ ଆଲୋଚନା ହେଉ, ପ୍ରତିରକ୍ଷା ମନ୍ତ୍ରୀ ଦେଶର ସୀମା ପ୍ରସଙ୍ଗକୁ ନେଇ ବିବୃତ୍ତି ଦିଅନ୍ତୁ ବୋଲି ଦାବି କରିଥିଲେ ।

ସେହିପରି କଂଗ୍ରେସ ସାଂସଦ ନିଜ ନୋଟିସରେ ପ୍ରଶ୍ନ ଉଠାଇ କହିଛନ୍ତି, କାହିଁକି ବାରମ୍ବାର ସୀମାରେ ଏଭଳି ସଂଘର୍ଷ ଘଟୁଛି । ପ୍ରଥମେ ଗଲୱାନ ଏବେ ତୱାଙ୍ଗ । ଏହାପରେ କଣ? କଣ ଚାହୁଁଛି ଚୀନ? ଚୀନର ଉଦ୍ଦେଶ୍ୟ ସମ୍ପର୍କରେ ଭାରତ ସରକାର ସଚେତନ ଅଛନ୍ତି ତ? ଚୀନ ଆମର କୌଣସି ଭୌଗୋଳିକ ଅଞ୍ଚଳ ଦଖଲ କରିଛି କି? ଯଦି କରିଛି କେତେ କରିଛି ? ଯଦି ଦଖଲ ହୋଇଛି ଏହାକୁ ଫେରାଇ ଆଣିବା ପାଇଁ ସରକାର କଣ ଯୋଜନା କରିଛନ୍ତି? ମନୀଷ କହିଛନ୍ତି ସୀମାରେ ସଂଘର୍ଷ ସତ୍ତ୍ବେ ଚୀନ ସହ ବାଣିଜ୍ୟ ଜାରି ରଖିଛନ୍ତି ସରକାର । 2020ରେ 27.3 ବିଲିୟନ ଡଲାର ବ୍ୟବସାୟ ଥିବାବେଳେ ଏବେ ଏହା 52.4 ବିଲିୟନ ଡଲାରରେ ପହଞ୍ଚିଛି ବୋଲି ମନୀଷ କହିଛନ୍ତି । ତେଣୁ ସଂସଦକୁ ବିଶ୍ବାସକୁ ନେଇ ସରକାର ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି ମନୀଷ ତିୱାରୀ ।

ମନୀଷ ଅଭିଯୋଗକରି କହିଛନ୍ତି ଚୀନ ଆମର ଭୂମି ଉପରେ ଆଖି ପକାଇଛି । ଇଷ୍ଟର୍ଣ୍ଣ ଲଦାଖରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ଯାଏଁ 2500 କିଲୋମିଟର ବ୍ୟାପୀ ଜମି କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ ସୀମାରେ ବ୍ୟାପକ ଭିତ୍ତିଭୂମି ନିର୍ମାଣ କରୁଛି । LACରେ ଅତିରିକ୍ତ ସେନା ମୁତୟନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.