ETV Bharat / bharat

ପଞ୍ଜାବରେ କଂଗ୍ରେସ ପରାଜୟ ପରେ ମୁହଁ ଖୋଲିଲେ ମନୀଷ ତିଓ୍ବାରୀ, କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇବା ନେଇ ଉଠାଇଲେ ପ୍ରଶ୍ନ - ମନୀଷ ତିଓ୍ବାରୀ ମନ୍ତବ୍ୟ

କଂଗ୍ରେସ ପରାଜୟ ପରେ ମୁହଁ ଖୋଲିଲେ ମନୀଷ ତିଓ୍ବାରୀ, କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇବା ଓ ଟିକେଟ ବଣ୍ଟନ ନେଇ ଉଠାଇଲେ ପ୍ରଶ୍ନ । ସିଦ୍ଧୁଙ୍କ ନେତୃତ୍ବ ଓ ଜାଖରଙ୍କୁ ମୁଖ୍ୟମନ୍ତ୍ରୀ ନକରିବା ପାଇଁ ମଧ୍ୟ କଲେ ପ୍ରଶ୍ନ । ଅଧିକ ପଢନ୍ତୁ

ପଞ୍ଜାବରେ କଂଗ୍ରେସ ପରାଜୟ ପରେ ମୁହଁ ଖୋଲିଲେ ମିନୀଷ ତିଓ୍ବାରୀ, କ୍ଯାପଟେନ ଅମରିନ୍ଦର ସିଂଙ୍କୁ ହଟାଇବା ଓ ଟିକେଟ ବଣ୍ଟନ ନେଇ ଉଠାଇଲେ ପ୍ରଶ୍ନ

author img

By

Published : Mar 29, 2022, 6:57 AM IST

Updated : Mar 29, 2022, 7:23 AM IST

ଚଣ୍ଡିଗଡ଼: ପଞ୍ଜାବରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁହଁ ଖୋଲିଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ମନୀଷ ତିଓ୍ବାରୀ । ତେବେ ନିଜର ଆକ୍ରୋଶ ପ୍ରକାଶ କରି ମନୀଷ ପୂର୍ବତନ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳରୁ ହଟାଯିବା ଓ ଗତ କିଛି ବର୍ଷ ପୂର୍ବରୁ ଦଳରେ ଯୋଗ ଦେଇଥିବା ନବଜ୍ୟୋତ ସିଦ୍ଧୁଙ୍କୁ ପିସିସିି ମୁଖ୍ୟ ଦାୟିତ୍ବରେ ଅବସ୍ଥାପିତ କରିବା ପ୍ରସଙ୍ଗରେ ଦଳୀୟ ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି ।

ପଞ୍ଜାବ ବିଧାନସଭା ନିର୍ବାଚନ ପରେ ପୁରୁଖା କଂଗ୍ରେସ ନେତାମାନେ ପୁନର୍ବାର ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଦ୍ଧୁ ଗତକାଲି କାପୁରଥାଲାରେ କିଛି କଂଗ୍ରେସ ନେତା ଏବଂ ବିଧାୟକଙ୍କ ସହ ବୈଠକ କରିଥିବାବେଳେ ଏପରି ମନ୍ତବ୍ୟ ସାମ୍ନାକୁ ଆସିଛି । ଦଳର ବରିଷ୍ଠ ନେତା ତଥା ଶ୍ରୀ ଆନନ୍ଦପୁର ସାହିବ ସାଂସଦ ମନୀଷ ତିୱାରୀ ପଞ୍ଜାବରେ ନେତୃତ୍ୱ ପରିବର୍ତ୍ତନ ଏବଂ ଟିକେଟ୍ ଆବଣ୍ଟନ ଉପରେ ସିଧାସଳଖ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି ।

କ୍ୟାପଟେନଙ୍କ ସପକ୍ଷରେ ତିୱାରୀ:-

ଏଥର ମନୀଷ ତିୱାରୀ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସପକ୍ଷରେ ସିଧାସଳଖ ପକ୍ଷ ରଖିଥିବା ସ୍ପଷ୍ଟ ଦେଖିବାକୁ ଦୃଶ୍ୟମାନ ହେଉଛି । ଏକ ଘରୋଇ ଚ୍ୟାନେଲ ସହ ବାର୍ତ୍ତାଳାପ ବେଳେ ମନୀଷ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନିଷ୍ପତ୍ତି ଠିକ ଅଛି କି? ବୋଲି ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିପରି ମାତ୍ର ପାଞ୍ଚ ବର୍ଷ ପୂର୍ବେ କଂଗ୍ରେସ ଦଳରେ ଯୋଗ ଦେଇଥିବା ନବଜୋତ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ବ ହସ୍ତାନ୍ତର କରିବା ଠିକ୍ କି ବୋଲି ମଧ୍ୟ ତିଓ୍ବାରୀ ପ୍ରଶ୍ନ କରିଛନ୍ତି।

ସେହିପରି ସାଂସଦ ତିୱାରୀ ୬ଟି ସୂତ୍ରୀ ପ୍ରସ୍ତାବ ସହ ଏବଂ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ହାଇ କମାଣ୍ଡକୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ଏବଂ ଟିକେଟ୍ ବଣ୍ଟନ ବ୍ୟତୀତ ସେ ହାଇକମାଣ୍ଡଙ୍କ ଖାର୍ଗେ କମିଟି ଗଠନକୁ ମଧ୍ୟ ସମାଲୋଚନା କରିଥିଲେ । ଏହି କମିଟି ପଞ୍ଜାବରେ କଂଗ୍ରେସର ଦଳୀୟ ଅନ୍ତକନ୍ଦଳ ଓ ବିଦ୍ରୋଗର ସୂତ୍ରପାତ କରିଥିଲା ବୋଲି ସେ ସ୍ପଷ୍ଟ ମତ ମଧ୍ୟ ରଖିଛନ୍ତି ।

କାହିଁକି କ୍ଷତିରେ ପଡିଲା କଂଗ୍ରେସ: -

ମନୀଷ ତେୱାରୀ ଏହା କହିଛନ୍ତି ଯେ ପଞ୍ଜାବରେ ହରିଶ ରାୱତଙ୍କ ପ୍ରଭାରୀ ଭାବେ ନେତୃତ୍ବ ମଧ୍ୟ ଦଳକୁ କ୍ଷତି ପହଞ୍ଚାଇଛି । ଟିକେଟ୍ ଆବଣ୍ଟନରେ ହରିଶ ଚୌଧୁରୀଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ ହିନ୍ଦୁ-ଶିଖ ପ୍ରସଙ୍ଗରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇବା ପରେ ଯଥେଷ୍ଟ ବିଧାୟକଙ୍କ ସମର୍ଥନ ଥାଇ ମଧ୍ୟ ସୁନୀଲ ଜାଖରଙ୍କୁ ମୁଖ୍ୟମନ୍ତ୍ରୀ କରାନଯିବା ନିଷ୍ପତ୍ତି ମଧ୍ୟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ହିନ୍ଦୁ ହୋଇଥିବାରୁ ସୁନିଲ ଜାଖରଙ୍କୁ ମୁଖ୍ୟମନ୍ତ୍ରୀ କଲାନି କଂଗ୍ରେସ:-

ସାଂସଦ ତିଓ୍ବାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଜାଖର ଏକ ହିନ୍ଦୁ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନାହିଁ । ସୂଚନାଯୋଗ୍ୟ ଯେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଚେୟାରରୁ ହଟାଇବା ପରେ ପ୍ରଥମେ ରାଜ୍ୟସଭା ସଦସ୍ୟ ଅମ୍ବିକା ସୋନି, ପରେ ସୁନୀଲ ଜାଖର ଏବଂ ପରେ ସୁଖଜିନ୍ଦର ସିଂ ରାନ୍ଧୱାଙ୍କ ନାମ ଚର୍ଚ୍ଚାକୁ ନିଆଯାଇଥିଲା ରାନ୍ଧୱାଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ହୋଇସାରିଥିବା ବେଳେ ସେହି ସମୟରେ ସମୟ ଚରଣଜିତ ସିଂ ଚାନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ହଠାତ ନିଯୁକ୍ତ କରାଯାଇଥିଲା ।

ବିଦ୍ରୋହ ହିଁ ପରାଜୟର କାରଣ:-

ମନୀଷ ଏହା ମଧ୍ୟ କହିଛନ୍ତି, ଖାଡ୍ଗେ କମିଟିରୁ ଆରମ୍ଭ ହୋଇଥିବା ବିଦ୍ରୋହ ପରାଜୟରେ ପହଞ୍ଚିଥିଲା । ବାସ୍ତବରେ, ପଞ୍ଜାବ କଂଗ୍ରେସରେ କ୍ୟାପଟେନଙ୍କ ବିରୋଧରେ ବିଦ୍ରୋହ ଖାର୍ଜ କମିଟିରୁ ଆରମ୍ଭ ହୋଇଥିଲା। ବିଧାୟକଙ୍କ ମତାମତ ଶୁଣିବା ପାଇଁ କଂଗ୍ରେସ ଖାଡ୍ଗେ କମିଟି ଗଠନ କରିଥିଲା। ଏହା ପରେ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ ଏହି ବିଦ୍ରୋହକୁ ବଳ ଯୋଗାଇଥିଲେଏହା ପରେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା ବୋଲି କହିଛନ୍ତି ତିଓ୍ବାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 29, 2022, 7:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.