ETV Bharat / bharat

ଆଜି ସରୁଛି ରିମାଣ୍ଡ, କୋର୍ଟରେ ହାଜର ହେବେ ମନୀଷ ସିସୋଦିଆ

author img

By

Published : Mar 4, 2023, 9:23 AM IST

ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କ ଆଜି ସରୁଛି ରିମାଣ୍ଡ ଅବଧି । ରୋଜ ଆଭିନ୍ୟୁ କୋର୍ଟରେ ହାଜର ହେବେ ସିସୋଦିଆ । ଅଧିକ ପଢନ୍ତୁ

Manish Sisodia to be produced at Delhi court

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଆଜି ରିମାଣ୍ଡ ଅବଧି ଶେଷ ହେବାକୁ ଥିବା ବେଳେ ରୋଜ ଆଭିନ୍ୟୁ କୋର୍ଟରେ ହାଜର ହେବେ ସିସୋଦିଆ । ଅପରାହ୍ନ 2ଟା ସମୟରେ ତାଙ୍କୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି । ତେବେ ଅବକାରୀ ଦୁର୍ନୀତି ମାମଲାରେ ଅଧିକ ତଦନ୍ତ ପାଇଁ ସିସୋଦିଆଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବା ନେଇ କୋର୍ଟରେ ଆବେଦନ କରିପାରେ ସିବିଆଇ ।

ସିବିଆଇ ତରଫରୁ କୁହାଯାଇଛି ଯେ, ମନିଷ ସିସୋଦିଆ 5ଦିନିଆ ରିମାଣ୍ଡରେ ଆସିଥିବା ବେଳେ ତାଙ୍କୁ ଅବକାରୀ ଦୁର୍ନୀତି ନେଇ ପଚରାଉଚରା କରାଯାଇଥିଲା । କିନ୍ତୁ ସେ ତଦନ୍ତରେ କୌଣସି ପ୍ରକାର ସହଯୋଗ କରୁନାହାନ୍ତି । ଗତ ଜାନୁଆରୀ ମାସରେ ସିସୋଦିଆଙ୍କ କାର୍ଯ୍ୟାଳୟରୁ ଏକ କମ୍ପ୍ୟୁଟର ଜବତ କରାଯାଇଥିଲା । ପରେ ସେହି କମ୍ପ୍ୟୁଟରରୁ ଅନେକ ତଥ୍ୟ ଡିଲଟ ହୋଇଥିବା ଜଣାପଡିଥିଲା । ଡିଲିଟ ହୋଇଥିବା ତଥ୍ୟକୁ ପାଇବା ପାଇଁ ସିବିଆଇ କମ୍ପ୍ୟୁଟରକୁ ଫରେନସିକ୍ ସାଇନ୍ସ ଲାବ୍ରୋଟୋରୀକୁ ପଠାଇଥିଲା । ବର୍ତ୍ତମାନ ରିପୋର୍ଟ ଆସିବା ପରେ ଡିଲିଟ ହୋଇଥିବା ଫାଇଲ ଗୁଡିକ ସିବିଆଇ ହାତରେ ଲାଗିଛି । ସିବିଆଇ ରିମାଣ୍ଡ ପେପରରେ ଉଲ୍ଲେଖ କରିଛି ଯେ ଦିଲ୍ଲୀର ଏକ୍ସାଇଜ୍ ପଲିସି ସ୍କାମରେ ସିସୋଦିଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ଫେବୃଆରୀ 26 ତାରିଖରେ ମନୀଷ ସିସୋଦିଆଙ୍କୁ ମାରାଥନ ଜେରା ପରେ ଗିରଫ କରିଥିଲା ସିବିଆଇ । ପୂର୍ବାହ୍ନ ପ୍ରାୟ 11ରେ ସିସୋଦିଆ ସିବିଆଇ ମୁଖ୍ୟାଳୟରେ ହାଜରେ ହେବା ପରେ ତାଙ୍କୁ ଜେରା କରାଯାଇଥିଲା । ଏହାପରେ ସଂଧ୍ୟାରେ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ଗିରଫ କରିଥିଲା । ଏହାପରେ କଡା ସୁରକ୍ଷା ମଧ୍ୟରେ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା । ଏହା ସହ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ସିସୋଦିଆଙ୍କୁ 5 ଦିନିଆ ରିମାଣ୍ଡରେ ନେଇଥିବା ସିବିଆଇ । ଗିରଫର ଗୋଟିଏ ଦିନ ପରେ କେଜ୍ରିଓ୍ବାଲଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ମନୀଷ ସିସୋଦିଆ ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗତ ଫେବୃଆରୀ 19ରେ ସିସୋଦିଆକୁ ହାଜର ହେବାକୁ ସିବିଆଇ ନୋଟିସ କରିଥିଲା । ଏହା ପରେ ଗତ 26 ତାରିଖରେ ସିବିଆଇରେ ହାଜର ହୋଇଥିଲେ । ସେଠାରେ 8 ଘଣ୍ଟା ମାରାଥନ ଜେରା ପରେ ସନ୍ତୋଷଜନକ ଉତ୍ତର ନ ଦେବା ସହ ପ୍ରମାଣ ନଷ୍ଟ କରିବା ଯୁକ୍ତି ବାଢି ତାଙ୍କୁ ଗିରଫ କରିଥିଲା ସିବିଆଇ । ମନୀଷ ସିସୋଦିଆଙ୍କ ଏହି ଗିରଫଦାରୀକୁ ନେଇ ବିଜେପି ଉପରେ ତୀବ୍ର ବର୍ଷିଥିଲା ଆପ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.