ETV Bharat / bharat

Mundka fire incident: ବିଲ୍ଡିଂ ମାଲିକକୁ ଗିରଫ କଲା ପୋଲିସ, ପୂର୍ବରୁ ଗିରଫ ହୋଇଥିଲେ 2 - ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ଘର ମାଲିକ ଗିରଫ

ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ଘଟଣାରେ ଗିରଫ ହେଲେ ବିଲ୍ଡିଂ ମାଲିକ । ପୂର୍ବରୁ ଗିରଫ ହୋଇଥିଲେ ଦୁଇ ଅଭିଯୁକ୍ତ । ଅଧିକ ପଢନ୍ତୁ

mundka fire incident: ବିଲ୍ଡିଂ ମାମଲିକୁ ଗିରଫ କଲା ପୋଲିସ

author img

By

Published : May 15, 2022, 8:22 PM IST

ନୂଆଦିଲ୍ଲୀ: ଦିଲ୍ଲୀର ମୁଣ୍ଡକାସ୍ଥିତ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ୨୭ ଜଣ ପ୍ରାଣ ହରାଇବା ଘଟଣାରେ ତଦନ୍ତ ଜାରି ରହିଛି । ଆଜି (ରବିବାର) ବିଲ୍ଡିଂ ମାଲିକ ମନୀଷ ଲାକ୍ରାଙ୍କୁ ପୁଲିସ ଗିରଫ କରିଛି । ଘଟଣା ପର ଠାରୁ ଲାକ୍ରା ଫେରାର ଥିବାବେଳେ ଆଜି ପୋଲିସ ତାଙ୍କୁ ଠାବ କରିବା ସହ ଗିରଫ କରିବାରେ ସଫଳ ହୋଇଛି ।

ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ମୁଣ୍ଡକାସ୍ଥିତ ଏକ ଚାରି ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ 27 ଜଣ ପ୍ରାଣ ହରାଇବା ସହ 12 ଜଣ ଗୁରୁତର ହୋଇଥିଲେ । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫାୟାର ଟିମର ଏକାଧିକ ୟୁନିଟ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ପ୍ରାୟ 100ରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ବିଲ୍ଡିଂରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଅନ୍ୟ କିଛି ଆବଶ୍ୟକୀୟ ବ୍ୟବସ୍ଥାର ଅନୁପାଳନ କରାଯାଇଥିଲା କି ନାହିଁ ତାହା ତଦନ୍ତ କରାଯାଇଥିଲା । ଆଜି ମାଲିକ ଲାକ୍ରାଙ୍କୁ ଗିରଫ କରାଯାଇଥିବା ବେଳେ ପୂର୍ବରୁ ଅନ୍ୟ ଦୁଇ ଅଭିଯୁକ୍ତ ତଥା ବିଲ୍ଡିଂ କାର୍ଯ୍ୟାଳୟ ସହ ଜଡିତ ହରିଶ ଗୋୟଲ ଏବଂ ବରୁଣ ଗୋଏଲଙ୍କୁ ଗିରଫ କରିସାରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.