ETV Bharat / bharat

Manipur Violence: ଶାହଙ୍କ ଅପିଲ ପରେ ଫେରିଛି ୧୪୦ ମାରଣାସ୍ତ୍ର

author img

By

Published : Jun 2, 2023, 4:57 PM IST

କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଭାବ । ମଣିପୁରରେ ୧୪୦ଟି ମାରଣାସ୍ତ୍ର ଫେରାଇଲେ ରାଜ୍ୟବାସୀ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ମଣିପୁରରେ ଗତ ମାସ ଆରମ୍ଭ ହୋଇଥିବା ହିଂସା ଏବେ ଧୀରେ ଧୀରେ ଥମିବାରେ ଲାଗିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ରାଜ୍ୟକୁ ଗସ୍ତ କରି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲେ । ଯାହାର ପ୍ରଭାବ ଆଜି ଦେଖିବାକୁ ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅପିଲ ପରେ ରାଜ୍ୟବାସୀ ପ୍ରାୟ ୧୪୦ଟି ମାରଣାସ୍ତ୍ର ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକେ ଏହି ମାରଣାସ୍ତ୍ର ଫେରାଇଛନ୍ତି ।

ଏହି ମାରଣାସ୍ତ୍ର ମଧ୍ୟରେ ଏସଏଲଆର ୨୯, କାରବିନ, ଏକେ, INSAS ରାଇଫଲ, INSAS ଏଲଏମଜି, ୩୦୩ ରାଇଫଲ, ୯mm ପିସ୍ତଲ, ଷ୍ଟାନ ଗନ୍‌, ମଡିଫାଏଡ ରାଇଫଲ, ଜେଭିପି, ଗ୍ରେନେଡ, ଲଞ୍ଚର ରହିଛି । ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ୧୨ ଘଣ୍ଟା ଧରି ସ୍ଥିତି ସ୍ବାଭାବିକ ଥିବା ପୋଲିସ ସୂଚନା ଦେଇଛନ୍ତି । ଇମ୍ଫାଲ ୱେଷ୍ଟ, ଇମ୍ଫାଲ ଇଷ୍ଟ, ବିଷ୍ଣୁପୁର, ଜିରିବାମ, ଥୌବାଲ, କାକଚିଙ୍ଗ ଆଦି ଅଞ୍ଚଳରେ ସ୍ଥିତି ଶାନ୍ତ ରହିଥିବା ନେଇ ସୂଚନା ମିଳିଛି । ସେହିପରି ତାମେଙ୍ଗଲଙ୍ଗ, ନୋନି, ସେନାପତି, ଉଖରୁଲ ଓ କାମଜଙ୍ଗରେ କର୍ଫ୍ୟୁକୁ ହଟାଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

ଏହା ବି ପଢନ୍ତୁ- Manipur Controversy: ମୈତେଇଙ୍କଠୁ ନାଗା-କୁକିଙ୍କୁ କଣ ରହିଛି ସମସ୍ୟା, କାହିଁକି ଜଳୁଛି ମଣିପୁର ?

କେନ୍ଦ୍ର ଗୃହମନ୍ତ୍ରୀ ନିକଟରେ ୪ଦିନିଆ ମଣିପୁର ଗସ୍ତରେ ରହିଥିଲେ । ଅମିତ ଶାହଙ୍କ ଏହି ଗସ୍ତ ସକରାତ୍ମକ ପ୍ରଭାବ ପକାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀ ଇମ୍ଫାଲରେ ଏକ ପ୍ରେସ କନଫରେନ୍ସରେ ହିଂସାରେ ଜଡ଼ିତ ଥିବା ପ୍ରତିଟି ବର୍ଗକୁ ଶାନ୍ତି ବଜାୟ ରଖିବା ଲାଗି ଅପିଲ କରିଥିଲେ । ହିଂସା ଦ୍ବାରା ନୁହେଁ ବରଂ ଆଲୋଚନା ଦ୍ବାରା ସମସ୍ୟାର ସମାଧାନ କରାଯାଇପାରିବ ବୋଲି କହିଥିଲେ । ଏହାସହିତ ଯାହା ପାଖରେ ମାରଣାସ୍ତ୍ର ରହିଛି ତାକୁ ପୋଲିସ ନିକଟରେ ହସ୍ତାନ୍ତର କରିବା ଲାଗି ରାଜ୍ୟବାସୀଙ୍କୁ ଅପିଲ କରିଥିଲେ । ଯଦି କେହି ମାରଣାସ୍ତ୍ର ପୋଲିସକୁ ହସ୍ତାନ୍ତର କରୁନାହାନ୍ତି ତେବେ କୁମ୍ବିଂ ଅପରେସନ ସମୟରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ଏହା ବି ପଢନ୍ତୁ- Manipur violence: ‘ମଣିପୁର ହିଂସାର ହେବ ନ୍ୟାୟିକ ତଦନ୍ତ’

ଏହାସହିତ ଗୁଜବ ଖବର ପ୍ରସାରିତ ନ କରିବାକୁ ମଧ୍ୟ ରାଜ୍ୟବାସୀଙ୍କୁ ଅପିଲ କରିଥିଲେ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, "ଗତ ଏପ୍ରିଲ ୨୯ ତାରିଖରେ କୋର୍ଟଙ୍କ ରାୟ ଆସିବା ପରେ ମଣିପୁରରେ ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିଛି । ଗତ ୬ବର୍ଷ ଧରି ମଣିପୁର କର୍ଫ୍ୟୁ ଦେଖିନଥିଲା । ଏହା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଜଣାଯାଉଥିଲା । ହେଲେ ଏବେର ହିଂସାକାଣ୍ଡ ଯୋଗୁଁ ରାଜ୍ୟ ଅପବାଦ ମୁଣ୍ଡାଇଛି । ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଏନ ବିରେନଙ୍କ ନେତୃତ୍ବରେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ତେବେ ରାଜ୍ୟରେ ଏହି ସମସ୍ୟାର ସମାଧାନ ଓ ଶାନ୍ତି ବଜାୟ ରଖିବା ଲାଗି ଖୁବଶୀଘ୍ର ଏକ ଜୁଡିସିଆଲ କମିଶନର ଗଠନ ହେବ । ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ହେବ କମିଶନ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.