ETV Bharat / bharat

Manipur violence: ଦିଲ୍ଲୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଦୁଇ ଉତ୍ତର-ପୂର୍ବ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା - ଦିଲ୍ଲୀ ବିଶ୍ବବିଦ୍ୟାଳୟ

ମଣିପୁର ହିଂସାକୁ ନେଇ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ କ୍ୟାମ୍ପସରେ ଉତ୍ତେଜନା । ଦୁଇ ଉତ୍ତର-ପୂର୍ବ ଛାତ୍ରଗୋଷ୍ଠୀ ମୁହାଁମୁହିଁ । କ୍ୟାମ୍ପସରେ ପହଞ୍ଚିଲା ପୋଲିସ । ଅଧିକ ପଢନ୍ତୁ

Manipur violence: ଦିଲ୍ଲୀ ବିଶ୍ବବିଦ୍ୟାଳୟରେ କ୍ୟାମ୍ପସରେ ପ୍ରଭାବ, ଦୁଇ ଉତ୍ତର-ପୂର୍ବ ଛାତ୍ରଗୋଷ୍ଠୀ ମୁହାଁମୁହିଁ

author img

By

Published : May 6, 2023, 6:14 PM IST

ନୂଆଦିଲ୍ଲୀ: ମଣିପୁରରେ ହୋଇଥିବା ହିଂସାର ଆଂଶିକ ପ୍ରଭାବ ଦିଲ୍ଲୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଧ୍ୟ ପଡିଛି । ମଣିପୁରରେ ଦୁଇ ସମ୍ପ୍ରଦାୟ ମୁଁହାମୁଁହି ହୋଇଥିବା ବେଳେ କ୍ୟାମ୍ପସରେ ମଧ୍ୟ ଉଭୟ ସମ୍ପ୍ରଦାୟର ଛାତ୍ରାଛାତ୍ରୀ ମୁଁହାମୁଁହି ହୋଇଛନ୍ତି । ଦିଲ୍ଲୀ ବିଶ୍ବବିଦ୍ୟାଳୟ ନର୍ଥ-କ୍ୟାମ୍ପସରେ ରହୁଥିବା କିଛି ମଣିପୁରୀ-କୁକି ସମ୍ପ୍ରଦାୟ ଛାତ୍ରଛାତ୍ରୀ ମୈତେଇ ସମ୍ପ୍ରଦାୟର ଛାତ୍ରଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଗୁରୁବାର ରାତିରେ ଏହି ଆକ୍ରମଣ ହୋଇଥିବା ଗୋଟିଏ ଛାତ୍ରଗୋଷ୍ଠୀ ଅଭିଯୋଗ କରିଛି ।

ଗତକାଲି (ଶୁକ୍ରବାର) କୁକି ସମ୍ପ୍ରଦାୟର ଛାତ୍ରଛାତ୍ରୀ, ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ସହ ମୌରେସି ନଗର ଥାନାରେ ପହଞ୍ଚିଥିଲେ । ହେଲେ ପୋଲିସ ସେଠାରେ ସେମାନଙ୍କ ଏତଲା ଗ୍ରହଣ ନକରିବାରୁ ସେମାନେ କିଛି ସମୟ ଧାରଣାରେ ବସିଥିଲେ । ସେମାନେ ପୋଲିସ ଓ ମୈତେଇ ସମ୍ପ୍ରଦାୟ ବିରୋଧରେ ନାରାବାଜୀ ମଧ୍ୟ କରିଥିଲେ । ଏବେ ଏହାର ସମାଧାନ ହୋଇସାରିଛି । କିଛି ଛାତ୍ରଙ୍କୁ ଅଟକ ରଖାଯାଇଥିବା ମଧ୍ୟ ଦିଲ୍ଲୀ ପୋଲିସ ସୂଚନା ଦେଇଛି । ସେହିପରି କ୍ୟାମ୍ପସରେ ମଧ୍ୟ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ସାମାନ୍ୟ ମାତ୍ରାରେ ପୋଲିସ ମୁତୟନ କରାଯାଇଛି ।

ଏବେ ମଣିପୁରରେ ମଧ୍ୟ ସ୍ଥିତିରେ ସୁଧାର ଆସିଛି । ଆଜି ସକାଳୁ ଦୋକାନ ବଜାର ଖୋଲିବା ସହ ଜୀବନ ଯାତ୍ରା ସ୍ବାଭାବିକ ହୋଇଛି । ଇମ୍ଫାଲ ଭ୍ୟାଲି ସମେତ ଆଖପାଖ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ 54ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଶତାଧିକ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧିନ ରହିଛନ୍ତି । ଏବେ ମଧ୍ୟ ରାଜ୍ୟରେ ଇଣ୍ଟନରନେଟ ସେବା ସ୍ବାଭାବିକ ହୋଇନାହିଁ । ପ୍ରାୟ 13 ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରି ଅସ୍ଥାୟୀ ରିଲିଫ କ୍ୟାମ୍ପରେ ରଖାଯାଇଥିଲା । ସ୍ଥିତି ସମୀକ୍ଷା ପରେ ସେମାନଙ୍କୁ ଆବଶ୍ୟକସ୍ଥଳେ ଫେରିବା ପାଇଁ ଅନୁମତି ଦିଆଯାଉଛି । ସେନା, ଅର୍ଦ୍ଧସାମରିକ ବଳ ଓ ସ୍ଥାନୀୟ ପୋଲିସର ପ୍ରାୟ 10 ହଜାର ଅଧିକାରୀ ଓ କର୍ମଚାରୀ ରାଜ୍ୟର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି ।

କେନ୍ଦ୍ର ସରକାର ସ୍ଥିତି ଉପରେ ନଜର ରଖିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସହ କଥା ହୋଇଛନ୍ତି । ତିନି ତାରିଖରେ ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ଆୟୋଜିତ ରାଲିରେ ଆଦିବାସୀ ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଦେଖାଯାଇଥିଲା । ପରେ ଏହି ହିଂସା ସମଗ୍ର ରାଜ୍ୟକୁ ବ୍ୟାପି ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.