ETV Bharat / bharat

Manipur violence: ରାଜ୍ୟପାଳଙ୍କୁ ‘ଇଣ୍ଡିଆ’ ପ୍ରତିନିଧି ଟିମ୍‌ର ସ୍ମାରକପତ୍ର, ମୋଦିଙ୍କ ନୀରବତାକୁ ସମାଲୋଚନା - ମଣିପୁର ହିଂସା ପ୍ରସଙ୍ଗ

ମଣିପୁର ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ‘ଇଣ୍ଡିଆ’ ପ୍ରତିନିଧି ଟିମ, ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ସମାଲୋଚନା । ଗତାକାଲିଠାରୁ ଦୁଇଦିନିଆ ଗସ୍ତରେ ଅଛନ୍ତି ବିରୋଧୀ ପ୍ରତିନିଧି ଟିମ୍‌ । ଅଧିକ ପଢନ୍ତୁ

Manipur violence: ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ‘ଇଣ୍ଡିଆ’ ପ୍ରତିନିଧି ଟିମ, ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ସମାଲୋଚନା

author img

By

Published : Jul 30, 2023, 4:45 PM IST

ଇମ୍ଫାଲ: ଶନିବାରଠାରୁ ଦୁଇଦିନିଆ ହିଂସା ପ୍ରଭାବିତ ମଣିପୁର ଗସ୍ତରେ ଥିବା ନବଗଠିତ ‘ଇଣ୍ଡିଆ’ ମେଣ୍ଟର 21ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି(ରବିବାର) ରାଜ୍ୟପାଳ ଅନସୂୟା ୟୁକେଙ୍କୁ ସାକ୍ଷାତ କରିଛନ୍ତି । ଏହି ଟିମ୍‌ ବର୍ତ୍ତମାନ ସ୍ଥିତି ନେଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି । ଦଙ୍ଗା ପ୍ରଭାବିତ ଲୋକଙ୍କୁ ତୁରନ୍ତ ପୁନଃ ଥଇଥାନ କରିବା ସହ ହିଂସା ରୋକିବା ଦିଗରେ ରାଜ୍ୟ ସରକାର ତ୍ବରାନ୍ବିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ବିରୋଧୀ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତା ନେଇ ମଧ୍ୟ ଆଲୋଚନା କରିଛନ୍ତି ।

‘ଇଣ୍ଡିଆ’ ମେଣ୍ଟ ପ୍ରଚିନିଧି ଟିମର ସାଂସଦମାନେ କହିଛନ୍ତି, ରାଜ୍ୟରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଅବିଶ୍ୱାସ ଓ କ୍ରୋଧ ରହିଛି । ଅନ୍ୟପଟେ ଜାରି ରହିଥିବା ଭିତ୍ତିହୀନ ଖବର ଓ ଗୁଜବ ହିଁ ରାଜ୍ୟରେ ହିଂସା ପ୍ରଶମିତ କରିବାରେ ବାଧା ସୃଷ୍ଟି କରୁଛି । ରାଜ୍ୟରେ ପ୍ରାୟ 3 ମାସ ଧରି ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି, ଫଳରେ ରାଜ୍ୟବାସୀ ବିଭିନ୍ନ ଗୁଜବରେ ଶିକାର ହେଉଛନ୍ତି । ରାଜ୍ୟରେ ବର୍ତ୍ତମାନର ପ୍ରକୃତ ସ୍ଥିତି କ’ଣ ରହିଛି, ରାଜ୍ୟପାଳ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାନ୍ତୁ ବୋଲି ଏମାନେ ଅନୁରୋଧ ମଧ୍ୟ କରିଛନ୍ତି ।

ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ବିରୋଧୀ ପ୍ରତିନିଧି ମଣ୍ଡଳୀ ହିଂସା ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ସମ୍ପୂର୍ଣ୍ଣ ଫେଲ ମାରିଥିବା ଦର୍ଶାଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ସାଧାରଣ ରାଜ୍ୟବାସୀ ହିଂସାରେ ପ୍ରଭାବିତ ହୋଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବିରୋଧୀ ମେଣ୍ଟ ପ୍ରତିନିଧି ଟିମ୍‌ରେ କଂଗ୍ରେସରୁ ପ୍ରତିନିଧିତ୍ବ କରୁଥିବା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ସ୍ଥିତି ଅତି ଯନ୍ତ୍ରଣାଦାୟକ । ରାଜ୍ୟପାଳଙ୍କ ସହ ଏ ସମ୍ପର୍କରେ ଆଲୋଚନା ହେଲା । ବିରୋଧୀ ମେଣ୍ଟର ଏହି 21 ଜଣିଆ ପ୍ରତିନିଧିଙ୍କ ଟିମ୍‌ ନିଜ ସମବେଦନା ପ୍ରକାଶ କରିବା ସହ ରାଜ୍ୟପାଳଙ୍କୁ ସ୍ଥିତି ସମ୍ପର୍କରେ କେନ୍ଦ୍ରକୁ ଜଣାଇବା ପାଇଁ ନିବେଦନ କରିଛି ।

ଏହା ମଧ୍ୟ ପଢନ୍ତୁ:- ଆଜି ନୁହେଁ, କାଲି ମଣିପୁର ରାଜ୍ୟପାଳଙ୍କୁ ଭେଟିବେ INDIA ପ୍ରତିନିଧି

ଗତକାଲିଠାରୁ ମଣିପୁର ଗସ୍ତରେ ଥିବା ଏହି ବିରୋଧୀ ମେଣ୍ଟ ଟିମ୍‌ରେ ରହିଛନ୍ତି 21 ସାଂସଦ । ସେମାନେ ଗତକାଲି ଇମ୍ଫାଲ ସମେତ ଏକାଧିକ ରିଲିଫ କ୍ୟାମ୍ପ୍‌ରେ ଦଙ୍ଗା ଶରଣାର୍ଥୀଙ୍କୁ ଭେଟି ଆଲୋଚନା କରିଥିଲେ । ଗତକାଲି ସେମାନେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଅନୁମତି ମିଳିନଥିଲା । ଗସ୍ତର ଦ୍ବିତୀୟ ତଥା ଅନ୍ତିମ ଦିନରେ ସେମାନେ ଆଜି ରାଜଭବନରେ ରାଜ୍ୟପାଳ ଅନସୂୟା ୟୁକେଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.