ETV Bharat / bharat

Manipur Unrest: ଦୁଇ ମାସ ପରେ ସ୍କୁଲ ଗଲେ ପିଲା - ହିଂସା ପ୍ରଭାବିତ ମଣିପୁରରେ ଖୋଲିଲା ସ୍କୁଲ

ଦୁଇମାସ ପରେ ହିଂସା ପ୍ରଭାବିତ ମଣିପରୁରେ ଖୋଲିଲା ପ୍ରଥମରୁ ଅଷ୍ଟମ ପିଲାଙ୍କ ସ୍କୁଲ । ପିଲାଙ୍କ ମଧ୍ୟରେ ଉତ୍ସାହ । ପ୍ରଥମ ଦିନରେ ଭଲ ଉପସ୍ଥାନ କହିଲା ଶିକ୍ଷା ବିଭାଗ । ଅଧିକ ପଢନ୍ତୁ

Manipur: ଦୁଇ ମାସ ପରେ ହିଂସା ପ୍ରଭାବିତ ମଣିପରୁରେ ଖୋଲିଲା ସ୍କୁଲ

author img

By

Published : Jul 5, 2023, 10:07 PM IST

ଇମ୍ଫାଲ: ଦୀର୍ଘ ଦୁଇ ମାସ ପରେ ହିଂସା ପ୍ରଭାବିତ ମଣିପୁରରେ ଆଜି ଖୋଲିଛି ସରକାରୀ ସ୍କୁଲ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଆଜି ବିଦ୍ୟାଳୟ ଯାଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଖୋଲିଛି । ରାଜ୍ୟରେ ହିଂସା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସ୍କୁଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ବିରେନ ସିଂ ଘୋଷଣା କରିଥିଲେ । ଆଜିଠାରୁ ପାଠପଢା ଆରମ୍ଭ ହୋଇଛି । ତେବେ ବିଭିନ୍ନ ସ୍ଥାନରେ ଆଜି ବିଦ୍ୟାଳୟ ଯିବାକୁ ନେଇ ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖାଯାଇଥିଲା ।

ପ୍ରଥମ ଦିନରେ ସ୍କୁଲରେ ମାହୋଲ କେମିତି ଥିଲା, କେତେ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ, ସେନେଇ ରାଜ୍ୟ ଶିକ୍ଷା ବିଭାଗ ଏକ ସମୀକ୍ଷା ମଧ୍ୟ କରିଥିଲା । ବିଭାଗର ତଥ୍ୟ ଅନୁସାରେ, ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ଥିଲା । ଉପସ୍ଥାନ ମଧ୍ୟ ବେଶ ଭଲ ରହିଥିଲା । ଆଜି ପ୍ରଥମ ଦିନ ହୋଇଥିବା ବେଳେ ଧିରେ ଧିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ପିଲାମାନେ ଦୀର୍ଘ 2 ମାସ ପରେ ସ୍କୁଲକୁ ଆସି ବେଶ ଖୁସି ମଧ୍ୟ ପ୍ରକାଶ କରିଛନ୍ତି ।

ତେବେ ସରକାରୀ ସୂତ୍ରରୁ ମଳିଥିବା ଅନ୍ୟ ଏକ ସୂଚନା ଅନୁସାରେ, ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ସୁଦ୍ଧା ମୋଟ 4,617 ଖୋଲଯାଇ ପାରିନାହିଁ । କାରଣ ରାଜ୍ୟରେ ହିଂସା ସ୍ଥିତିରେ ଏହି ସ୍କୁଲ ବିଲ୍ଡିଂଗୁଡିକୁ ଜରୁରୀକାଳୀନ ଭାବେ ମଧ୍ୟ ବ୍ୟବହାର କରାଯାଉଛି । ଏହାକୁ ଏନେକ ସ୍ଥାନରେ ରିଲିଫ କ୍ୟାମ୍ପ ଭାବେ ସ୍ଥାନୀୟ ପ୍ରଶାସନ ବ୍ୟବହାର କରୁଛି । ସେଠାରେ ଏବେ ମଧ୍ୟ ହିଂସା ପ୍ରଭାବିତ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି । ସ୍ଥିତିରେ ସୁଧାର ଆସିବା ପରେ ଶରଣାର୍ଥୀ ଓ ପ୍ରଭାବିତଙ୍କୁ ସେମାନଙ୍କୁ ଘରକୁ ପଠାଯିବା ପରେ ଏହାକୁ ପୁନର୍ବାର ପାଠପଢା ପାଇଁ ବ୍ୟବହାର କାରଯିବା ନେଇ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:-Manipur violence : ଦୀର୍ଘ ଦୁଇ ମାସ ପରେ ବିଦ୍ୟାଳୟ ପିଣ୍ଡା ମାଡ଼ିବେ ପିଲାଏ, 5ରୁ ଖୋଲିବ ସ୍କୁଲ

ଦୁଇମାସ ଧରି ହିଂସା ଜଳୁଥିବା ମଣିପୁରରେ ଗତ କିଛି ଦିନ ମଧ୍ୟରେ ସାମାନ୍ୟ ଶାନ୍ତି ଫେରିଛି । ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ବିରେନ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ରାଜ୍ୟରେ ହିଂସା ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ରାଜ୍ୟରେ ଏବେ ଆବଶ୍ୟକତା ଅନୁସାରେ ଫୋର୍ସ ମୁତୟନ ମଧ୍ୟ ହ୍ରାସ କରାଯିବ । ସାଧାରଣ ଜୀବନଯାତ୍ରା ସ୍ବାଭାବିକ କରିବା ପାଇଁ ଶତଚେଷ୍ଟା କରାଯାଉଛି । ସାଧାରଣ ନାଗରିକ ଓ ସିଭିଲ ସୋସାଇଟ କାର୍ଯ୍ୟକର୍ତ୍ତାଙ୍କ ଜରିଆରେ ସମାଜରେ ଭାଇଚାରା ବଜାୟ ରଖିବାକୁ ଚେଷ୍ଟା କରାଯାଉଛି । ଖୁବଶିଘ୍ର ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବା ନେଇ ମୁଖ୍ୟମନ୍ତ୍ରୀ ଆଶା ମଧ୍ୟ ବ୍ୟକ୍ତ କରିଥିଲେ । ସେହିପରି ଗତ ମାସ 13 ତାରୁଖ ପରଠାରୁ ରାଜ୍ୟରେ ହିଂସାରେ କାହାର ଜୀବନ ଯାଇନଥିବା ମଧ୍ୟ ସରକାର କହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.