ETV Bharat / bharat

Manipur viral video: 2 ପୀଡିତାଙ୍କ ପରିବାରକୁ 10 ଲକ୍ଷ ଲାଖାଏଁ ସହାୟତା ଦେଲେ ରାଜ୍ୟପାଳ

ମଣିପୁରରେ ରିଲିଫ କ୍ୟାମ୍ପ ପରିଦର୍ଶନ କଲେ ରାଜ୍ୟପାଳ ଅନସୂୟା ୟୁକେ । ଉଲଗ୍ନକାଣ୍ଡର 2 ପୀଡିତାଙ୍କ ପରିବାରକୁ ଦେଲେ 10 ଲକ୍ଷ ଲାଖାଏଁ ସହାୟତା । ଅଧିକ ପଢନ୍ତୁ

Manipur viral video: 2 ପୀଡିତାଙ୍କୁ 10 ଲକ୍ଷ ଲାଖାଏଁ ସହାୟତା ଦେଲେ ରାଜ୍ୟପାଳ

author img

By

Published : Jul 29, 2023, 10:08 PM IST

ଇମ୍ଫାଲ: ମଣିପୁର ରାଜ୍ୟପାଳ ଅନସୂୟା ୟୁକେ ଆଜି (ଶନିବାର) ମଣିପୁରର ଏକାଧିକ ହିଂସା ପ୍ରଭାବିତ ସ୍ଥାନ ଓ ରିଲିଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ସେ ଆଜି ହିଂସାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଚୁରାଚାନ୍ଦପୁର ଜିଲ୍ଲାରେ କିଛି ରିଲିଫ କ୍ୟାମ୍ପ ପରିଦର୍ଶନ କରିବା ସହ ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତରେ ରାଜ୍ୟପାଳ ଭାଇରାଲ ଭିଡିଓରେ ନିର୍ଯାତନାର ଶିକାର ହୋଇଥିବା ଦୁଇ ମହିଳାଙ୍କ ପରିବାର ସଦସ୍ୟଙ୍କୁ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ଚେକ ପ୍ରଦାନ କରିଛନ୍ତି ରାଜ୍ୟପାଳ ।

ରାଜଧାନୀ ଇମ୍ଫାଲରୁ 36 ଆସାମ ରାଇଫଲ୍ସ ହେଲିପ୍ୟାଡରେ ଅବତରଣ କରିବା ପରେ ରାଜ୍ୟପାଳ ୟୁକେ ସେଣ୍ଟ ପାଉଲ ଇନଷ୍ଟିଚ୍ୟୁଟ ରିଲିଫ କ୍ୟାମ୍ପ ଗସ୍ତ କରିଥିଲେ । ପରେ ରେଙ୍ଗକାଇରେ ଥିବା ୟଙ୍ଗ ଲର୍ଣ୍ଣର୍ସ ସ୍କୁଲକୁ ମଧ୍ୟ ଯାଇଥିଲେ ରାଜ୍ୟପାଳ । ସେଠାରେ ରିଲିଫ କ୍ୟାମ୍ପଗୁଡିକରେ ମିଳୁଥିବା ସୁବିଧା ଯାଞ୍ଚ କରିଥିଲେ । ହିଂସା ପ୍ରଭାବିତଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେଠାରେ ଥିବା କୋମଳମତି ପିଲାଙ୍କୁ ସ୍ୱଚ୍ଛତା କିଟ୍, ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ ।

ଆଇନକୁ ନିଜ ହାତକୁ ନ ନେବାକୁ ଏବଂ ବେଆଇନ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ରାଜ୍ୟପାଳ ସ୍ଥାନୀୟ ଯୁବକମାନଙ୍କୁ ନିବେଦନ କରିଛନ୍ତି । ରାଜ୍ୟପାଳ ଅନସୂୟା ୟୁକେ କହିଛନ୍ତି, ହିଂସା ପ୍ରଭାବିତ ଲୋକଙ୍କୁ ଶାନ୍ତ୍ୱନା, ସହାନୁଭୂତି ଏବଂ ସେମାନଙ୍କ ପ୍ରତି ସମର୍ଥନ ବଢାଇବା ପାଇଁ ସେ ରିଲିଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ପ୍ରୟାସ କରାଯାଉଥିବା କହିବା ସହ ହିଂସାରେ ପ୍ରଭାବିତ ଲୋକଙ୍କୁ ସରକାର କ୍ଷତିପୂରଣ ଦେବେ ବୋଲି ମଧ୍ୟ ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଆଜି ନୁହେଁ, କାଲି ମଣିପୁର ରାଜ୍ୟପାଳଙ୍କୁ ଭେଟିବେ INDIA ପ୍ରତିନିଧ

ମେ’ ମାସ 3 ତାରିଖରୁ ରାଜ୍ୟରେ ଜାତିଗତ ହିଂସା ଲାଗି ରହିଛି । ଏନେଇ ଆଜି ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’ର ୨୧ ଜଣିଆ ପ୍ରତିନିଧି ଟିମ ରାଜ୍ୟ ଗସ୍ତ କରିଛନ୍ତି । ସେମାନେ ମଧ୍ୟ ଆଜି ଏକାଧିକ ରିଲିଫ କ୍ୟାମ୍ପରେ ସ୍ଥିତି ସମୀକ୍ଷା କରିବା ସହ ହିଂସା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ । ହେଲେ ଆଜି ସେମାନେ ରାଜ୍ୟପାଳ ଅନସୂୟା ୟୁକେଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଥିଲା ବେଳେ ସେମାନଙ୍କୁ ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟିବା ସହ ରାଜଭବନ ପକ୍ଷରୁ ସମୟ ଦିଆଯାଇଛି । ଏହି ବିରୋଧୀ ମେଣ୍ଟ ପ୍ରତିନିଧି ଟିମ 2 ଦିନିଆ ମଣିପୁର ଗସ୍ତରେ ଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.