ETV Bharat / bharat

ମଣିପୁର ଆତଙ୍କୀ ଆକ୍ରମଣ: ନିଜକୁ ଦାୟୀ କଲା PLA, MNPF ସଂଗଠନ - ପିଏଲଏ

ମଣିପୁର ଆସାମ ରାଇଫଲର କନଭୟ ଉପରେ ଆତଙ୍କୀ ହମଲା ପାଇଁ ନିଜକୁ ଦାୟୀ କଲା ପିପୁଲ୍ସ ଲିବରେସନ ଆର୍ମି-PLA ଓ ମଣିପୁର ନାଗା ପିପୁଲନ୍ସ ଫ୍ରଣ୍ଟ-MNPF ଆତଙ୍କବାଦୀ ସଂଗଠନ । ଅଧିକ ପଢନ୍ତୁ...

ମଣିପୁର ଆତଙ୍କୀ ଆକ୍ରମଣ: ନିଜକୁ ଦାୟୀ କଲା PLA, MNPF ସଂଗଠନ

author img

By

Published : Nov 14, 2021, 9:51 AM IST

Updated : Nov 14, 2021, 9:56 AM IST

ଦିସପୁର: ମଣିପୁର ଆସାମ ରାଇଫଲର କନଭୟ ଉପରେ ଆତଙ୍କୀ ହମଲା ପାଇଁ ନିଜକୁ ଦାୟୀ କଲା ପିପୁଲ୍ସ ଲିବରେସନ ଆର୍ମି-PLA ଓ ମଣିପୁର ନାଗା ପିପୁଲନ୍ସ ଫ୍ରଣ୍ଟ-MNPF ଆତଙ୍କବାଦୀ ସଂଗଠନ । ଏହି ୨ ଆତଙ୍କବାଦୀ ସଂଗଠନ ମିଳିତ ଭାବେ କନଭୟ ଉପରେ ଆମ୍ବୁସ କରିଥିବା ମାନିଛନ୍ତି ।

ମଣିପୁର ଆତଙ୍କୀ ଆକ୍ରମଣ: ନିଜକୁ ଦାୟୀ କଲା PLA, MNPF ସଂଗଠନ
ମଣିପୁର ଆତଙ୍କୀ ଆକ୍ରମଣ: ନିଜକୁ ଦାୟୀ କଲା PLA, MNPF ସଂଗଠନ

ଶନିବାର ଘଟିଥିବା ଆତଙ୍କୀ ହମଲା ପାଇଁ ନିଜକୁ ଦାୟୀ କରିବା ସହ ଏନେଇ ଏକ ଚିଠି ଜାରି କରିଛନ୍ତି । ଚିଠିରେ ହମଲାର ବିସ୍ତୃତ ବିବରଣୀ ଦିଆଯିବା ସହ ଗାଡିରେ କର୍ଣ୍ଣେଲଙ୍କ ପତ୍ନୀ ଓ ପୁଅ ଥିବା ଜାଣିନଥିବା କୁହାଯାଇଛି । ଏଥିସହ ସମ୍ବେଦନଶୀଳ ସ୍ଥାନକୁ ପରିବାର ଲୋକଙ୍କୁ ନନେଇ ଆସିବାକୁ ଏହି ଦୁଇ ସଂଗଠନ ପରାମର୍ଶ ଦେଇଛନ୍ତି ଏବଂ ସରକାର ଯେଉଁ ଅଞ୍ଚଳଗୁଡିକ ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି, ସେହି ସ୍ଥାନରେ ପରିବାର ଲୋକେ ରହିବା ଠିକ୍ ନୁହେଁ ବୋଲି ଆତଙ୍କୀ ସଂଗଠନ କହିଛି ।

ସୂଚନା ଅନୁଯାୟୀ ଗତକାଲି(ଶନିବାର) ମଣିପୁର ଆସାମ ରାଇଫଲ୍ସର କନଭୟ ଉପରେ ବଡ ଧରଣର ଆକ୍ରମଣ ହୋଇଥିଲା । ଏଥିରେ ଜଣେ ୟୁନିଟର କମାଣ୍ଡିଂ ଅଫିସରଙ୍କ ସମେତ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଏଥିସହ ଜଣେ ଯବାନଙ୍କ ପତ୍ନୀ ଏବଂ ପୁଅ ମଧ୍ୟ ପ୍ରାଣ ହରାଇଛନ୍ତି । ଶହୀଦ ହୋଇଥିବା ଯବାନ ବିପ୍ଳବ ତ୍ରିପାଠୀଙ୍କ ପତ୍ନୀ ଓ ପୁଅ ପ୍ରାଣ ହରାଇଥିବା ଜଣାପଡିଛି ।

ଘଟଣାକୁ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରତିରକ୍ଷା ବିଭାଗ କଡା ନିନ୍ଦା କରିଛିନ୍ତି । ସେପଟେ ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଏଥିସହ ସୀମାନ୍ତ ଉପରେ କଡା ନଜର ରଖିଛନ୍ତି ସୁରକ୍ଷାକର୍ମୀ । ଯବାନଙ୍କ ବଳିଦାନ ବୃଥା ଯିବନି, ଖୁବଶୀଘ୍ର ଆତଙ୍କବାଦୀଙ୍କୁ ଏହାର ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Last Updated : Nov 14, 2021, 9:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.