ETV Bharat / bharat

Manipur: ଆମ୍ବୁଲାନ୍ସ ଜାଳିଦେଲେ ଦୁର୍ବୃତ୍ତ, ମହିଳା ଓ ନାବାଳକ ସମେତ 3 ଜୀବନ୍ତ ଦଗ୍ଧ - ଆମ୍ବୁଲାନ୍ସ ଜାଳିଦେଲେ ଦୁର୍ବୃତ୍ତ

ମଣିପୁରରେ ଆମ୍ବୁଲାନ୍ସ ଜାଳିଦେଲେ ଦୁର୍ବୃତ୍ତ । ମହିଳା ଓ ନାବାଳକ ସମେତ 3 ଦଗ୍ଧ । ଗୁଳି ବାଜିବା କାରଣରୁ ନାବାଳକକୁ ନିଆଯାଉଥିଲା ହସ୍ପିଟାଲ । ଅଧିକ ପଢନ୍ତୁ

Manipur: ଆମ୍ବୁଲାନ୍ସ ଜାଳିଦେଲେ ଦୁର୍ବୃତ୍ତ, ମହିଳା ଓ ନାବାଳକ ସମେତ 3 ଜୀବନ୍ତ ଦଗ୍ଧ

author img

By

Published : Jun 7, 2023, 8:26 PM IST

ଇମ୍ଫାଲ: ମଣିପୁରରେ ପୁଣି ହିଂସା । ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରି ଏକ ଆମ୍ବୁଲାନ୍ସ ଜାଳି ଦେବା ଫଳରେ ମା' ଓ ପୁଅଙ୍କ ମୃତ୍ୟ ହୋଇଛି । ଗୁଳି ବିନିମୟରେ ଜଣେ 8 ବର୍ଷୀୟ ସ୍ଥାନୀୟ ବାଳକ ଆହତ ହୋଇଥିଲା । ଏହି ଆମ୍ବୁଲାନ୍ସରେ ତାକୁ ପରିବାର ସଦସ୍ୟ ହସ୍ପିଟାଲ ନେଉଥିଲେ । ରାସ୍ତାରେ ଦୁର୍ବୃତ୍ତମାନେ ଏହି ଆମ୍ବୁଲାନ୍ସକୁ ରୋକିବା ସହ ସେଥିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଆହତ ହୋଇଥିବା ସମ୍ପୃକ୍ତ ବାଳକ ଓ ମହିଳାଜଣଙ୍କ ସମେତ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ମିଶାଇ ମୋଟ 3 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପଶ୍ଚିମ ଇମ୍ଫାଲର ଏରୋସେମ୍ବା ନିକଟରେ ଏହି ଘଟଣା ଘଟିଛି । ଖବର ପାଇ ସେନା ଓ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ଏହି ପରିବାର3 ତାରିଖ ହିଂସା ପରଠୁ ଆସାମ ରାଇଫଲ କ୍ୟାମ୍ପରେ ରହୁଥିଲେ । ଏହି ମହିଳାଜଣଙ୍କ ମୈତେଇ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ସ୍ବାମୀ କୁକି ସମ୍ପ୍ରଦାୟର । ତେଣୁ ସେମାନଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ଥିଲା । ଆଜି ଏକ ଗୁଳି ବିନିମୟ ସମୟରେ ଏହି ଦମ୍ପତିଙ୍କର 8 ବର୍ଷୀୟ ନାବାଳକ ପୁଅ ମୁଣ୍ଡରେ ଗୁଳି ବାଜିଥିଲା । ଆସାମ ରାଇଫଲ ସ୍ଥାନୀୟ ପୋଲିସକୁ ସୂଚନା ଦେବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଏକ ଆମ୍ବୁଲାନ୍ସ ମଧ୍ୟ ବ୍ୟବସ୍ଥା କରିଥିଲା । ସୁରକ୍ଷାକର୍ମୀଙ୍କ ଏସକର୍ଟରେ ଆହତଙ୍କୁ ଇମ୍ଫାଲର ରିଜିଓନାଲ ମେଡିକାଲ ସାଇନ୍ସ ଇଂଷ୍ଟିଚ୍ୟୁଟରେ ଭର୍ତ୍ତି କରିବା ପାଇଁ ପଠାଯାଇଥିଲା । ହେଲେ ରାସ୍ତାରେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଗାଡିରେ ଥିବା ମହିଳା ଓ ତାଙ୍କ ଆହତ ପୁଅଙ୍କ ସମେତ ଅନ୍ୟ ଜଣଙ୍କୁ ମିଶାଇ ମୋଟ 3 ଜଣଙ୍କ ମୃତ୍ୟୁ ଘଟିଛି । ଆସାମ ରାଇଫଲ୍ସ ଉକ୍ତ ଅଞ୍ଚଳରେ ସୁରକ୍ଷା ଓ ପାଟ୍ରୋଲିଂ କଡ଼ାକଡ଼ି କରିଛି ।

ମେ’ 27 ତାରିଖ ପରେ ପୁଣି ରାଜ୍ୟର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିବା ଆରମ୍ଭ ହୋଇଛି । ପୁଣି ଉଭୟ ସମ୍ପ୍ରଦାୟ ମଧ୍ୟରେ ଗୁଳି ବିନିମୟ ଓ ପରସ୍ପର ଉପରେ ଆକ୍ରମଣ ଜାରି ରହିଛି । ରାଜ୍ୟର କିଛି ସ୍ଥାନରେ ପୁଣି ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ସେନା ଓ କେନ୍ଦ୍ରୀୟ ଫୋର୍ସ ମଧ୍ୟ ମୁତୟନ ବଢାଯାଇଛି । ଗତ 3 ତାରିଖରେ ଦେଖାଯାଇଥିବା ଭୟଙ୍କର ହିଂସାରେ ପ୍ରାୟ 80 ଜୀବନ ଯାଇଥିଲା । ପ୍ରାୟ 35 ହଜାର ଲୋକେ ବାସହରା ହୋଇଥିଲେ । ବିଭିନ୍ନ ରାଜ୍ୟର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ସେମାନଙ୍କର ନିଜ ରାଜ୍ୟକୁ ପଠାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଏହି ପ୍ରସଙ୍ଗରେ ହିଂସାରୁ ଦୂରେଇ ରହିବା ପାଇଁ ଉଭୟ ସମ୍ପ୍ରଦାୟକୁ ଅନୁରୋଧ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.