ETV Bharat / bharat

Manipur: ପୁଣି ହିଂସାରେ 17 ଆହତ, ଇମ୍ଫାଲ ଭ୍ୟାଲିକୁ ଫେରିଲା କର୍ଫ୍ୟୁ - ମଣିପୁରରେ ହିଂସାରେ ଏକାଧିକ ଆହତ

ମଣିପୁରର ବିଷ୍ଣୁପୁରରେ ପୁଣି ହିଂସାରେ 17 ଆହତ । ଇମ୍ଫାଲ ଭ୍ୟାଲି ସମେତ କିଛି ସ୍ଥାନରେ ଲାଗୁ ହେଲା କର୍ଫ୍ୟୁ । ଅଧିକ ପଢନ୍ତୁ

Manipur: ପୁଣି ହିଂସାରେ 17 ଆହତ, ଇମ୍ଫାଲ ଭ୍ୟାଲିକୁ ଫେରିଲା କର୍ଫ୍ୟୁ

author img

By

Published : Aug 3, 2023, 5:18 PM IST

Updated : Aug 3, 2023, 9:08 PM IST

ଇମ୍ଫାଲ: ମଣିପୁର ହିଂସା ପ୍ରସଙ୍ଗରେ ସଂସଦଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଉଦବେଗ ପ୍ରକାଶ ପାଇବା ସହ ହଂସା ରୋକିବା ଓ ଶାନ୍ତି ଫେରାଇବା ପାଇଁ ତମାମ ପ୍ରୟାସ କରାଯାଉଛି । ହେଲେ ଆଜି ମଣିପୁରର ବିଷ୍ଣୁପୁରରେ ନୂଆ ହିଂସା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକ ଓ ସେନା ମଧ୍ୟରେ ସଂଘର୍ଷରେ 17ଜଣ ଆହତ ହୋଇଥିବା ସୂଚନା ମିଳିଛି । ହିଂସା ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପୋଲିସ, ପାରା ମିଲିଟାରୀ ଫୋର୍ସ ଓ ରାପିଡ ଆକ୍ସନ ଫୋର୍ସ ପହଞ୍ଚି ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଛନ୍ତି ।

ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ଫୋର୍ସକୁ ଲୁହବୁହା ଗ୍ୟାସ୍‌ ମାଡ଼ କରିବାକୁ ପଡ଼ିଛି । ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ମଧ୍ୟ ସୂଚନା ମିଳିଛି । ବିଷ୍ଣୁପୁର ହିଂସା ପରେ ଏବେ ରାଜ୍ୟର କିଛି ସ୍ଥାନରେ କୋହଳ କରାଯାଇଥିବା କର୍ଫ୍ୟୁକୁ ମଧ୍ୟ ପୁଣି ଲାଗୁ କରାଯାଇଛି । ରାଜଧାନୀ ଉପକଣ୍ଠ ଇମ୍ଫାଲ ଭ୍ୟାଲି, ଇମ୍ଫାଲ-ପୂର୍ବ ଓ ଇମ୍ଫାଲ-ପଶ୍ଚିମ ଜିଲ୍ଲାକୁ ପୁଣି କର୍ଫ୍ୟୁ ଫେରିଛି ।

ଆଜି ମଣିପୁରର ହିଂସାରେ ପ୍ରାଣ ହରାଇଥିବା କୁକି-ଜୋମି ସମ୍ପ୍ରଦାୟର ମୃତକଙ୍କ ସମୂହ ସମାଧି ପାଇଁ ଯୋଜନା ରଖାଯାଇଥିଲା । ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ଆଶଙ୍କାରେ ଏହି ସମୂହ ସମାଧି ସ୍ଥଳକୁ ଯିବା ପାଇଁ ହାଇକୋର୍ଟ ବାରଣ କରିବା ପରେ ପୋଲିସ ଓ ସେନା ମୁତୟନ ହୋଇଥିଲା । ଏକ ଆଦିବାସୀ ସଂଗଠନ (ITLF) ଅଭିଯୋଗ କରିଛି ଯେ, ବିଷ୍ଣୁପୁର ସୀମାନ୍ତରେ ଥିବା ଚୁରାଚାନ୍ଦପୁର ଜିଲ୍ଲାର ହାଲାଇ ଖୋପି ଗ୍ରାମରେ 35 ଜଣଙ୍କ ଅନ୍ତିମ ସଂସ୍କାର ଏପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହାପରେ ଲୋକେ ଏକାଠି ହେବା ସହ ସାମାଧି ସ୍ଥଳକୁ ଯିବା ପାଇଁ ଉଦ୍ୟମ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-ରାଷ୍ଟ୍ରପତିଙ୍କୁ ଭେଟିଲେ ଇଣ୍ଡିଆ ମେଣ୍ଟର ସାଂସଦ: ପ୍ରଧାନମନ୍ତ୍ରୀ ମଣିପୁର ଯିବା ଉଚିତ୍ କହିଲେ ଖଡ୍‌ଗେ

ସମାଧି ସ୍ଥଳ ଆଖପାଖ ଅଞ୍ଚଳରେ ସେନା ନିଷେଧାଦେଶ ଜାରି କରିଥିଲେ । ଏହାକୁ ନେଇ ବିଷ୍ଣୁପୁର ଜିଲ୍ଲାରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକ ଏକାଠି ହେବା ସହ ସେନା ଓ ପାରା ଫୋର୍ସର ଗତିରୋଧ କରିଥିଲେ । ସେନା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଆନ୍ଦୋଳନକାରୀମାନେ ମହିଳାଙ୍କୁ ଆଗରେ ରଖିଥିଲେ । ସେନା ଦ୍ବାରା ଲଗାଯାଇଥିବା ବାରିକେଡକୁ ସେମାନେ ଭାଙ୍ଗିବା ସହ ଆଗକୁ ବଢିବାକୁ ଉଦ୍ୟମ କରିଥିଲେ । ସେନା ସେମାନଙ୍କୁ ରୋକିବା ସହ ଲୁଲବୁହା ଗ୍ଯାସ ମାଡ଼ କରି ଘଟଣାସ୍ଥଳରୁ ଘଉଡାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 3, 2023, 9:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.