ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ ହୋଇଛି କୋରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାର କରୁଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେବେ ଦେଶରେ କୋରୋନା ସ୍ଥିତି ଓ ଓମିକ୍ରନକୁ ନେଇ ନେଇ ଆଜି ୫ଟି ରାଜ୍ୟ ସହ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଆଜି ଅପରାହ୍ନ ୩ଟା ସମୟରେ ଏହି ବୈଠକ ହେବ ।
ବିହାର, ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡରେ କୋରୋନା ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏହା ପୂର୍ବରୁ ଗତକାଲି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଲାକ୍ଷାଦ୍ବୀପ, ତାମିଲନାଡୁ, ପୁଡୁଚେରୀ ଓ ଆଣ୍ଡାମାନ ଓ ନିକୋବର ରାଜ୍ୟଗୁଡିକ କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ବୈଠକ କରିଥିଲେ କେନ୍ଦ୍ରମନ୍ତ୍ରୀ । ବୈଠକରେ ଇ-ସଞ୍ଜୀବନୀ, ଟେଲି କନସଲଟେସନ୍, ଆଇସୋଲେସନ ଉପରେ ନଜର ରଖିବା ଏବଂ କମ୍ ପ୍ରତିଶତ କୋରୋନା ପରୀକ୍ଷା କରୁଥିବା ରାଜ୍ୟଗୁଡିକରେ ଆରଟିପିସିଆର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।
@ANI