ETV Bharat / bharat

ବ୍ୟବଚ୍ଛେଦ ପାଇଁ କହିଲା ପୋଲିସ, ଭୟରେ ମୃତଦେହ ଧରି ଧାଇଁଲେ ଭାଇ - ମୃତଦେହ ଧରି ଧାଇଁଲେ ସମ୍ପର୍କୀୟ ଭାଇ

କର୍ଣ୍ଣାଟକରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ବ୍ୟବଚ୍ଛେଦ ପାଇଁ କହିବାରୁ ମୃତଦେହ ଧରି ଧାଇଁଲେ ମୃତକଙ୍କ ପରିବାର ସଦସ୍ୟ । ଅଧିକ ପଢନ୍ତୁ

man ran away with dead body
man ran away with dead body
author img

By

Published : Jan 14, 2023, 4:17 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରଜନା ସିରିସିଲା ଜିଲ୍ଲାରେ ଅଭାବନୀୟ ଘଟଣା । ପୋଲିସ ବ୍ୟବଚ୍ଛେଦ ପାଇଁ କହିବାରୁ ମୃତଦେହକୁ ଧରି ଧାଇଁଲେ ସମ୍ପର୍କୀୟ ଭାଇ । ଟାଙ୍କାପାଲି ମଣ୍ଡଳର ଲକ୍ଷ୍ମୀପୁର ଗ୍ରାମରେ ଶୁକ୍ରବାର ଘଟିଛି ଏଭଳି ଘଟଣା । ମୃତକ ହେଲେ ୬୫ ବର୍ଷୀୟ ଜଦଲା ମଲାହିଆ । ଜଦଲାଙ୍କ ମୃତ୍ୟୁକୁ ନେଇ ପୋଲିସକୁ ସନ୍ଦେହ ହେବାରୁ ବ୍ୟବଚ୍ଛେଦ କରିବା ପାଇଁ କହିଥିଲା ପୋଲିସ । କିନ୍ତୁ ପରିବାର ଲୋକେ ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ମରଶରୀର ଧରି ଧାଇଁ ପଳାଇଥିଲେ ।

ପୋଲିସ ଏବଂ ଗ୍ରାମବାସୀଙ୍କ କହିବା ଅନୁସାରେ, ଗତକାଲି (ଶୁକ୍ରବାର) ଦିନ ଟାଙ୍କାପାଲି ମଣ୍ଡଳର ଲକ୍ଷ୍ମୀପୁର ଗ୍ରାମର ୬୫ ବର୍ଷୀୟ ଜଦଲା ମଲାହିଆଙ୍କ ମୃତ୍ୟୁ ହୋଇଥିଲା । ନିଜ ବାସଭବନରେ ସେ ଆରପାରିକୁ ଚାଲିଯାଇଥିଲେ । ଏହାପରେ ପରିବାର ଲୋକେ ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ଏକ ଅଜଣା ବ୍ୟକ୍ତି ଏହି ଘଟଣାକୁ ନେଇ ପୋଲିସକୁ ଅବଗତ କରାଇଥିଲା । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମରଶରୀରକୁ ସିରିସିଲା ପଠାଇ ବ୍ୟବଚ୍ଛେଦ କରିବା ପାଇଁ କହିଥିଲେ । କିନ୍ତୁ ପୋଲିସର କଥାରେ ରାଜି ହୋଇନଥିଲେ ଜଦଲାଙ୍କ ପରିବାର ଲୋକେ । ତେବେ ପୋଲିସ ଜଦଲାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ସମୟରେ ଜଲଦାଙ୍କ ଭାଇ ମୃତଦେହକୁ କାନ୍ଧରେ ଧରି ଦୌଡିବାକୁ ଆରମ୍ଭ କରିଥିଲା । ପୋଲିସ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ସେ ନ ଅଟକି ଅନ୍ତିମ ସଂସ୍କାର କରିବା ପାଇଁ ଦୌଡି ପଳାଇପଳାଇଥିଲା । ଜଲଦାଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି ଏବଂ ତାଙ୍କ ମୃତ୍ୟୁରେ ଆମକୁ ସନ୍ଦେହ ନାହିଁ ବୋଲି ପୋଲିସକୁ କହିଥିଲେ ପରିବାର ଲୋକେ । ତେଣୁ ଆମେ ବ୍ୟବଚ୍ଛେଦ କରିବାକୁ ଚାହୁଁନାହୁଁ ବୋଲି କହିଥିଲେ । ତେବେ ପୋଲିସ ମୃତଦେହ ଜବତ କରି ସିରିସିଲା ଡାକ୍ତରଖାନାକୁ ନେଇଛି ।

ଏହା ମଧ୍ୟ ପଢନ୍ତୁ: ଯୁବକଙ୍କ ଅଜବ କାଣ୍ଡ: ସାଙ୍ଗ ନିଜ ପ୍ରେମିକା ଅଧିକ ସମୟ କାଟିପାରୁ, ମିଛରେ ଖେଲାଇଲେ ବୋମା ଆତଙ୍କ

ଏନେଇ ପୋଲିସ କନେଷ୍ଟବଳ ମୁଖ୍ୟ ଶମ୍ଭାଶିବା ରାଓ କହିଛନ୍ତି, "ଏହି ଘଟଣା ସମ୍ପର୍କରେ ଆମେ ଖବର ପାଇବା ପରେ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ । "ଜଦଲାଙ୍କ ସ୍ତ୍ରୀ ଚନ୍ଦ୍ରଭା ପୋଲିସକୁ କହିଛନ୍ତି, "ଗୁରୁବାର ରାତିରେ ପରିବାରର ସମସ୍ତେ ଏକାଠି ବସି ରାତ୍ରି ଭୋଜନ କରିବା ପରେ ଶୋଇବା ପାଇଁ ଯାଇଥିଲେ । ଏହାପରେ ସକାଳୁ ହାର୍ଟଆର୍ଟାକରେ ମୃତ୍ୟୁ ହୋଇଛି । ଆମର ଆଉ କିଛି ସନ୍ଦେହ ନାହିଁ । ଆପଣ ବ୍ୟବଚ୍ଛେଦ ନକରି ଆମକୁ ଅନ୍ତିମ ସଂସ୍କାର କରିବା ପାଇଁ ସୁଯୋଗ ଦିଅନ୍ତୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.