ETV Bharat / bharat

ପ୍ରେମିକାର ମୃତଦେହ ସହ ରହୁଥିଲା ପ୍ରେମିକ, ଦୁର୍ଗନ୍ଧ ବାହାରିବା ପରେ ଜଣାପଡିଲା ଘଟଣା

author img

By

Published : Apr 12, 2023, 7:30 AM IST

ଲିଭ୍ ଇନ ପାର୍ଟନରର ମୃତଦେହ ସହ ରହୁଥିଲା ପ୍ରେମିକ । ଦୁର୍ଗନ୍ଧ ବାହାରିବା ପରେ ଜଣାପଡିଲା ଘଟଣା । ପ୍ରେମିକକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ପ୍ରେମିକା ମୃତଦେହ ସହ ରହୁଥିଲା ପ୍ରେମିକ
ପ୍ରେମିକା ମୃତଦେହ ସହ ରହୁଥିଲା ପ୍ରେମିକ

ରାୟପୁର: ପ୍ରେମିକାର ମୃତଦେହ ସହ ରହୁଥିଲା ପ୍ରେମିକ । ଘରୁ ଦୁର୍ଗନ୍ଧ ବାହାରିବା ପରେ ପଦାକୁ ଆସିଲା ଘଟଣା । ଛତିଶଗଡର ରାଜଧାନୀ ରାୟପୁରରୁ ଏଭଳି ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ପ୍ରେମିକର କହିବା ଅନୁସାରେ, ତା'ର ପ୍ରେମିକା ଘରେ ଜୀବନ ହାରି ଦେଇଥିଲେ । କାଳେ ପୋଲିସ ତାକୁ ଗିରଫ କରିନେବ ସେହି ଭୟରେ ସେ ମୃତଦେହ ସହ ଏକାକୀ ରହୁଥିଲେ । କେବଳ ଖାଇବାକୁ ବାହାରକୁ ଯାଉଥିଲେ । ପୋଲିସ ଭୟରେ ସେ ଏ ବିଷୟରେ କାହାରିକୁ ଜଣାଇ ନଥିଲେ । ଏହି ଘଟଣା ଜଣାପଡିବା ପରେ ପୋଲିସ ଭଡାଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ନୁହେଁ ବରଂ ହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି ।

କ'ଣ ପୁରା ଘଟଣା: ରାୟପୁର ସହରର ଲାଲପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାରେ ଗୋଟିଏ ଭଡା ଘରେ ମହାସମୁନ୍ଦ ନିବାସୀ ବସନ୍ତୀ ଯାଦବ ତିଲଦା ଅଞ୍ଚଳର ଗୋପୀ ନିଷାଦଙ୍କ ସହ ଲିଭ୍ ଇନ ରିଲେସନରେ ରହୁଥିଲେ । ଦୁହେଁ ଏମଏମଆଇ ହସ୍ପିଟାଲରେ ୱାର୍ଡ ବୟ ଭାବେ କାମ କରୁଥିଲେ । ସେମାନେ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ତିନି ଦିନ ପୂର୍ବରୁ ବସନ୍ତୀ ଭଡା ଘରେ ଝୁଲି ପଡିଥିଲେ । ପ୍ରେମିକାର ଆତ୍ମହତ୍ୟା ଜନିତ ମୃତ୍ୟୁ ପରେ ପ୍ରେମିକ ଗୋପୀ ମୃତଦେହକୁ ତଳକୁ ଆଣି ତା' ସହିତ ରହିବାକୁ ଲାଗିଥିଲା । କେବଳ ଯାହା ଖାଇବା ସମୟରେ ବାହାରକୁ ଯାଉଥିଲା ।

ଏପଟେ ଦୁଇ ଦିନ ହେଲା ଯୁବତୀଙ୍କ ଦେଖା ନମିଳିବାରୁ ଘର ମାଲିକ ଏ ସମ୍ପର୍କରେ ପ୍ରେମିକ ଗୋପୀକୁ ପଚାରିଥିଲେ । ଯୁବତୀଙ୍କ ଦେହ ଖରାପ ଥିବାରୁ ସେ ଘରେ ଶୋଇଥିବା ଗୋପୀ ଜଣାଇଥିଲା । ହେଲେ ସକାଳେ ଯୁବକଙ୍କ ରୁମ୍ ଭିତରୁ ଖୁବ୍ ଜୋରରେ ଦୁର୍ଗନ୍ଧ ବାହାରିଥିଲା । ସନ୍ଦେହ ହେବାରୁ ଘର ମାଲିକ ଘର ଖୋଲିବାରୁ ଯୁବତୀଙ୍କ ମୃତଦେହ ଖଟ ଉପରେ ପଡିଥିବାର ଦେଖିଥିଲେ । ଏହାଦେଖି ଯୁବକ ଜଣକ ଘର ମାଲିକ ଆଗରେ ହାତ ଯୋଡି ପୋଲିସ ଆଗରେ ଏ କଥା ନ କହିବାକୁ ଗୁହାରି କରିଥିଲେ । ହେଲେ ମାଲିକ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।

ଏନେଇ ସିଏସପି ରାଜେଶ ଚୌଧୁରୀ କହିଛନ୍ତି ଯେ, ଭଡା ଘରୁ ସନ୍ଦେହ ଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଳିଛି । ପୋଲିସ ମାମଲାର ଖୋଳତାଡ ଚଳାଇଛି । ପ୍ରେମିକ ଗୋପୀକୁ ପୋଲିସ ହେପାଜତକୁ ନେଇଛି । ବର୍ତ୍ତମାନ ତାକୁ ପଚରାଉଚରା କରାଯାଉଛି । ତେବେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.