ETV Bharat / bharat

ଅନ୍ଧ କରିଦେଲା ମଦ ନିଶା, 50 ଟଙ୍କା ପାଇଁ ବନ୍ଧୁର ଜୀବନ ନେଲା ବନ୍ଧୁ

author img

By

Published : Aug 3, 2023, 10:35 AM IST

50 ଟଙ୍କା ପାଇଁ ବନ୍ଧୁ ପାଲଟିଲା ସଇତାନ । ବାଡିରେ ପିଟି ପିଟି ବନ୍ଧୁର ଜୀବନ ନେଲା ବନ୍ଧୁ । ଅଧିକ ପଢନ୍ତୁ

Punjab man kills friend
Punjab man kills friend

ଚଣ୍ଡିଗଡ: ଦୁଇ ବନ୍ଧୁ ଚିୟସ୍‌ କରି ପିଉଥିଲେ ମଦ । ପେଗ ପରେ ପେଗ ମାରି ଚାଲିଥିଲେ । କିନ୍ତୁ ଆଉ ଗୋଟିଏ ପେଗ ଦେବାକୁ ବନ୍ଧୁକୁ ମନା କରିଦେଲା ବନ୍ଧୁ । ଜଣଙ୍କୁ ଅନ୍ୟ ଜଣେ 50 ଟଙ୍କା ମାଗିବାରୁ ସାଙ୍ଗ ସାଜିଲା ବଇରି । ବନ୍ଧୁର ଜୀବନ ନେବାକୁ ପଛାଇଲା ନାହିଁ ଅନ୍ୟ ଜଣେ ବନ୍ଧୁ । ବାଡିରେ ପିଟି ପିଟି ବନ୍ଧୁର ଜୀବନ ନେଲା ବନ୍ଧୁ । ଏଭଳି ହତ୍ୟାକାଣ୍ଡ ଘଟିଛି ପଞ୍ଜାବର ଖାନ୍ନା ଜିଲ୍ଲାର ସମରାଲା ଧିଲୱାନ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ବିହାରର ମୋତିହାରୀ ଜିଲ୍ଲାର ବାସିନ୍ଦା ଶିବନାଥ ମୁଖିଆ । ଏହି ଘଟଣାରେ ଅଭିଯୁକ୍ତ ଇରଜିତ ମୁଖିଆଙ୍କୁ ପୋଲିସ ଗିରଫ କରିଛି । ସେ ନେପାଳର ବାସିନ୍ଦା ହୋଇଥିବା ପୋଲିସ ସୂଚନା ଦେଇଛି ।

50 ଟଙ୍କା ପାଇଁ ବଚସା: ଏହି ଘଟଣାରେ ଡିଏସପି ୱାରିୟମ ସିଂ କହିଛନ୍ତି ଯେ, ଉଭୟ ଶିବନାଥ ମୁଖିଆ ଏବଂ ଇର୍ଜିତ ଧିଲୱାନ ଗ୍ରାମରେ କ୍ଷେତରେ କାମ କରୁଥିଲେ । ବୁଧବାର ବିଳମ୍ବିତ ରାତିରେ ଉଭୟ ମଦ ଆଣି ପିଇଥିଲେ । ମଦ ପିଇବା ସମୟରେ ଇରଜିତ୍ ଶିବନାଥଙ୍କୁ ଆଉ ଏକ ପେଗ ମାଗିଥିଲେ । କିନ୍ତୁ ଶିବନାଥ ପେଗ ଦେବାକୁ ମନା କରିଦେଇଥିଲେ । ଏହାପରେ ଇରଜିତ୍ ଶିବନାଥଙ୍କୁ 50 ଟଙ୍କା ମାଗିଥିଲେ । କିନ୍ତୁ ସେ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-୫୦ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଶେଷରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଇରଜିତ ମୁଖିଆ ତାର ବନ୍ଧୁ ଶିବନାଥ ମୁଖିଆଙ୍କୁ ଏକ ବାଡିରେ ଆକ୍ରମଣ କରିଥିଲା । ବାଡିରେ ପିଟି ପିଟି ବନ୍ଧୁର ଜୀବନ ମଧ୍ୟ ନେଇଯାଇଥିଲା । ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇଥିଲା ଅଭିଯୁକ୍ତ ଜଣଙ୍କ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସେହି ସ୍ଥାନରେ ଶୋଇ ରହିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟପଟେ ଶିବନାଥଙ୍କ ମୃତେଦହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-୫୦୦ ଟଙ୍କା ପାଇଁ ହତ୍ୟା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଗତ ବର୍ଷ ଜୁନ ମାସରେ ଏପରି ଏକ ହତ୍ୟାକାଣ୍ଡ ବେଙ୍ଗାଲୁରୁରେ ଘଟିଥିଲା । ୫୦ଟଙ୍କାକୁ ନେଇ ଦୁଇ ଘନିଷ୍ଠ ସାଙ୍ଗଙ୍କ ମଧ୍ୟରେ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ସାଙ୍ଗକୁ ଛୁରୀରେ ଭୁସି ହତ୍ୟା କରିଥିଲା ଆଉ ଏକ ସାଙ୍ଗ । ବେଙ୍ଗାଲୁରୁର ବାସେଭେଶ୍ୱର ଥାନା ଅନ୍ତର୍ଗତ କୁରୁବରାହଲ୍ଲୀ ନିକଟରେ ଏପରି ଘଟଣା ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.