ETV Bharat / bharat

ସୀମା ଟପିଲା ପାଶବିକତା ! ଝିଅକୁ ହତ୍ୟା ପରେ ମୃତଦେହ ସହ ଦୁଷ୍କର୍ମ କଲା ବାପା

ପିଶାଚ ପିତାର ବର୍ବରକାଣ୍ଡ । ଝିଅର ଗଳା ଚିପି ହତ୍ୟା କରିବା ପରେ ମୃତଦେହ ସହ ଦୁଷ୍କର୍ମ କଲା ବାପା । ଜାଣନ୍ତୁ କେଉଁଠି

author img

By

Published : Feb 24, 2022, 8:53 AM IST

ନୃଶଂସ ! ଝିଅକୁ ହତ୍ୟା ପରେ ମୃତଦେହ ସହ ଦୁଷ୍କର୍ମ କଲା ବାପା

ଭୋପାଳ: ନୃଶଂସ ! ବର୍ବରତାର ସୀମା ଟପିଲା ପିଶାଚ ପିତା । ପ୍ରଥମେ ୧୪ ବର୍ଷୀୟ ଝିଅକୁ ଗଳା ଚିପି ହତ୍ୟା ଏବଂ ତା'ର ମୃତ୍ୟୁ ପରେ ମୃତଦେହ ସହ ଦୁଷ୍କର୍ମ କଲା ଜନ୍ମଦାତା । ମଧ୍ୟପ୍ରଦେଶ ଗୁନା ଜିଲ୍ଲାରୁ ହୃଦୟ ଥରାଇବା ଭଳି ଜଣେ ପିତାର ଏପରି ପାଶବିକତା ସାମ୍ନାକୁ ଆସିଛି । ୪୦ ବର୍ଷୀୟ ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରିଛି ।

ପୋଲିସର ସୂଚନା ଅନୁଯାୟୀ, ପ୍ରଥମେ ଅଭିଯୁକ୍ତ ନିଜ ନାବାଳିକା ଝିଅକୁ ଜଙ୍ଗଲ ଭିତରକୁ ନେଇଥିଲା । ସେଠାରେ ତା' ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା, ମାତ୍ର ଝିଅଟି ଏହାକୁ ବିରୋଧ କରିବାକୁ ରାକ୍ଷସ ବାପା ନାବାଳିକାର ଗଳା ଚିପି ହତ୍ୟା କରିଲା ଏବଂ ପରେ ତା'ର ମୃତଦେହ ସହ ଦୁଷ୍କର୍ମ କଲା । ଏଭଳି ବର୍ବରକାଣ୍ଡ ଘଟାଇବା ପରେ ଝିଅ କେଉଁଆଡେ ନିଖୋଜ ହୋଇଯାଇ ଥିବା ଅଭିଯୁକ୍ତ ଥାନାରେ ଅଭିଯୋଗ କରିଥିଲା । ପୋଲିସ ମାମଲାର ଛାନଭିନ କରିବା ପରେ ପ୍ରକୃତ ଘଟଣା ଉପରୁ ପରଦା ଉଠିଛି । ଖୋଦ୍ ବାପା ନିଜ ଝିଅ ସହ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ସ୍ବୀକାର କରିଛି ।

ପୋଲିସ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପା ଉପରେ ହତ୍ୟା, ଦୁଷ୍କର୍ମ ଏବଂ ପୋକ୍ସୋ ଆକ୍ଟ ଅଧିନରେ ମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.