ETV Bharat / bharat

ବିବାହ ରାସ୍ତାରେ କଣ୍ଟା ସାଜିଲା ପ୍ରେମିକା, ତଣ୍ଟି ଚିପି ପାଇଖାନା ଟାଙ୍କିରେ ଫିଙ୍ଗି ଦେଲା ପ୍ରେମିକ

author img

By

Published : Jun 11, 2023, 8:14 AM IST

ଲିଭଇନ ପାର୍ଟନରକୁ ହତ୍ୟା କଲା ପ୍ରେମିକ । ବିବାହର ରାସ୍ତାରେ କଣ୍ଟା ସାଜିବାରୁ ପ୍ରେମିକାକୁ ହତ୍ୟା । ପାଇଖାନା ଟାଙ୍କିରେ ମୃତଦେହ ଲୁଚାଇଥିଲା ପ୍ରେମିକ ।

boyfriend murdered girlfriend
boyfriend murdered girlfriend

ଲକ୍ଷ୍ନୌ: ନୃଶଂସ ପ୍ରେମିକ । ପ୍ରେମିକାକୁ ଛାଡି ଅନ୍ୟ ଯୁବତୀଙ୍କୁ କରିଥାନ୍ତା ବିବାହ । କିନ୍ତୁ ବିବାହ ରାସ୍ତାରେ କଣ୍ଟା ସାଜିଲା ପ୍ରେମିକା । ଶେଷରେ ପ୍ରେମିକାକୁ ତଣ୍ଟି ଚିପି ହତ୍ୟା ପରେ ପାଇଖାନା ଟାଙ୍କିରେ ମୃତଦେହ ଲୁଚାଇ ଦେଲା ପ୍ରେମିକ । ଏଭଳି ହତ୍ୟାକାଣ୍ଡ ଘଟିଛି ଉତ୍ତରପ୍ରଦେଶରେ ପ୍ରୟାଗରାଜରେ । ନିଜେ ହତ୍ୟାକାଣ୍ଡ ରଚିବା ପରେ ଯୁବତୀଙ୍କ ପରିବାର ଲୋକଙ୍କ ସହ ଯାଇ ଥାନାରେ ନିଖୋଜ ଅଭିଯୋଗ ମଧ୍ୟ କରିଥିଲା । କିନ୍ତୁ ପୋଲିସର ତଦନ୍ତ ପରେ ସତ ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ । କେବଳ ଏତିକି ନୁହଁ ପ୍ରେମିକାକୁ ହତ୍ୟା ପରେ ଅନ୍ୟ ଯୁବତୀଙ୍କୁ ବିବାହ କରିଥିଲା ପ୍ରେମିକ ।

ଗିରଫ ଅଭିଯୁକ୍ତ ପ୍ରେମିକ ହେଉଛି ଅରବିନ୍ଦ କୁମାର । ରାଜକିଶୋର ଚୌଧୁରୀ ନାମକ ଯୁବତୀଙ୍କ ସହ ତାଙ୍କର 7 ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । ଉଭୟ ଲିଭଇନରେ ମଧ୍ୟ ରହୁଥିଲେ । କିନ୍ତୁ ଏହାରି ମଧ୍ୟରେ ଅରବିନ୍ଦଙ୍କ ପରିବାର ଲୋକେ ତାଙ୍କ ବିବାହ ଅନ୍ୟ ଜଣେ ଯୁବତୀଙ୍କ ସହ ସ୍ଥିର କରିଥିଲେ । ମେ 28 ତାରିଖରେ ବିବାହ ପାଇଁ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ପ୍ରେମିକର ବିବାହ ସମ୍ପର୍କରେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ ପ୍ରେମିକା ରାଜକିଶୋର । ଏହାପରେ ପ୍ରେମିକାକୁ ରାସ୍ତାରୁ ହଟାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲା ପ୍ରେମିକ। ଏକ ନିର୍ମାଣଧିନ ଘରକୁ ଡାକି ପ୍ରେମିକାର ତଣ୍ଟି ଚିପି ହତ୍ୟା କରିଥିଲା ପ୍ରେମିକ । ଏହାପରେ ହତ୍ୟାକାଣ୍ଡରୁ ବର୍ତ୍ତିବା ପାଇଁ ପ୍ରେମିକାର ମୃତଦେହକୁ ପାଇଖାନା ଟାଙ୍କିରେ ଭର୍ତ୍ତି କରିଦେଇଥିଲା । ମେ 24 ତାରିଖରେ ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ 28 ତାରିଖରେ ବିବାହ କରିଥିଲା ଅଭିଯୁକ୍ତ ।

କେହି ଯେମିତି ଅରବିନ୍ଦଙ୍କ ଉପରେ ସନ୍ଦେହ ନକରିବେ ସେଥି ପାଇଁ ଯୁବତୀଙ୍କ ପରିବାର ଲୋକଙ୍କ ସହ ମିଳି ଥାନାରେ ରାଜକିଶୋର ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ । ଏହାପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । କିନ୍ତୁ ତଦନ୍ତର ସାତ ଦିନ ପରେ ମଧ୍ୟ ଯୁବତୀଙ୍କ କୌଣସି ପତ୍ତା ପାଇନଥିଲା ପୋଲିସ । ଶେଷରେ ଅରବିନ୍ଦକୁ ପୋଲିସ ପଚରାଉଚରା କରିଥିଲା । ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ପ୍ରେମିକାକୁ ହତ୍ୟା କରିଥିଲା ପୋଲିସ ସାମ୍ନାରେ ମାନିଥିଲା ଅଭିଯୁକ୍ତ । ସାତ ବର୍ଷ ହେଲା ଆମେ ପରସ୍ପରକୁ ଭଲ ପାଉଥିଲୁ । ଲିଭଇନରେ ମଧ୍ୟ ରହୁଥିଲୁ । କିନ୍ତୁ ମୋ ପରିବାର ଲୋକେ ମୋର ବିବାହ ଅନ୍ୟ ଜଣେ ଯୁବତୀଙ୍କ ସହ ସ୍ଥିର କରିଥିଲେ । କିନ୍ତୁ ଏନେଇ ମୁଁ ରାଜକିଶୋରଙ୍କୁ କହିବାରୁ ସେ ମୋତେ ବିବାହ ନକରିବାକୁ କହିଥିଲେ । ଯେଉଁଥି ପାଇଁ ମୁଁ ତାଙ୍କୁ ହତ୍ୟା କରିଛି ବୋଲି କହିଛି ଅଭିଯୁକ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.