ହାଇଦ୍ରାବାଦ: ଦିନେ ଏହି ଗଛରୁ ପଣସ ଖାଇବାକୁ ମନେ କରି ଲଗାଇଥିଲେ ଏହି ମିଠାଫଳ ଗଛ । ହେଲେ ସେ ଜାଣିନଥିଲେ ଏହି ଗଛରୁ ଫଳ ଖସି ତାଙ୍କର ମୃତ୍ୟୁ ହେବ । ଶନିବାର ଦିନ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ପାଲାକୁଲୁ ଠାରେ ଏପରି ଦୁଃଖଦ ଘଟଣା ଘଟିଛି । ମାତୁରୀ ନାରାୟଣ ମୂର୍ତ୍ତୀ (66) ନାମକ ଜଣେ ପୂର୍ବତନ କାଉନସିଲର ହୋଇଥିବା ବେଳେ ଭେଙ୍କଟେଶ୍ବର କଲୋନୀର ଜଣାଶୁଣା ବ୍ୟବସାୟୀ ଭାବେ ପରିଚିତ ।
ସେ ତାଙ୍କ ବଗିଚାରୁ ପଣସ ତୋଳୁଥିବା ବେଳେ ଗୋଟିଏ ପଣସ ତାଙ୍କ ମୁହଁ ଉପରେ ପଡିଯାଇଥିଲା । ଆଉ ସେ ତଳେ ପଡିଯିବାରୁ କଂକ୍ରିଟ ରାସ୍ତାରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ପାଲାକୁଲ୍ଲୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ