ETV Bharat / bharat

ସ୍ତ୍ରୀକୁ ଦେଉଥିଲେ ନିର୍ଯାତନା, ଅଟକାଇବାରୁ ସାଙ୍ଗର ଜୀବନ ନେଲା ସାଙ୍ଗ

author img

By ETV Bharat Odisha Team

Published : Sep 11, 2023, 7:12 AM IST

ସ୍ତ୍ରୀକୁ ଦେଉଥିଲେ ନିର୍ଯାତନା ଅଟକାଇବାରୁ ଛୁରୀରେ ଆକ୍ରମଣ କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଅଧିକ ପଢ଼ନ୍ତୁ

ସାଙ୍ଗକୁ ହତ୍ୟା କଲା ସାଙ୍ଗ
ସାଙ୍ଗକୁ ହତ୍ୟା କଲା ସାଙ୍ଗ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଗୋଟିଏ ପଟେ G-20 ସମ୍ମିଳନୀ ଚାଲିଥିବା ବେଳେ ଅନ୍ୟପଟେ ଅପରାଧ ଘଟଣା କମିବାର ନାଁ ଧରୁନି । G-20 ସମ୍ମିଳନୀ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବଳୟ ହେବାପରେ ମଧ୍ୟ ହତ୍ୟା ଭଳି ଘଟଣା ସାମ୍ନାକୁ ଆସିଛି । ଗତକାଲି(ରବିବାର) ଜଣେ ଯୁବକଙ୍କୁ ନିଜ ସାଙ୍ଗ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିବା ଭଳି ଜଘନ୍ୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ମୁନିରକା ଅଞ୍ଚଳରେ ।

ସୂଚନା ଅନୁସାରେ, ନେପାଳର ମୂଳ ବାସୀନ୍ଦା 25 ବର୍ଷୀୟ ରୋବିନ ନିଜ ପ୍ରେମିକା ସହ ଦିଲ୍ଲୀର ମୁନିରକା ଅଞ୍ଚଳରେ ରହୁଥିଲେ । ରୋବିନ ନୋଏଡା଼ର ଏକ କଲ ସେଣ୍ଟରେ କାମ କରୁଥିଲେ । ସେପଟେ ରୋବିନର ସାଙ୍ଗ 26 ବର୍ଷିୟ ମିଂଗଚାଂ ଉର୍ଫ ଜୀମିଙ୍କ ଘରେ ଏସି କାମ କରୁନଥିବାରୁ ଜିମିଙ୍କ ସ୍ତ୍ରୀ ଏବଂ ପୁଅ ଅସୁସ୍ଥ ଥିଲେ । ତେଣୁ ଜିମି ଏବଂ ତାଙ୍କ ପତ୍ନୀଙ୍କୁ ତାଙ୍କ ଘରେ ରହିବା ପାଇଁ ରୋବିନ ନିମନ୍ତ୍ରଣ କରିଥିଲେ । ଜିମି ଏବଂ ତାଙ୍କ ସ୍ତ୍ରୀ ଆସି ରୋବିନଙ୍କ ଘରେ ରହିବା ସମୟରେ ଜିମି ଅତ୍ୟଧିକ ମଦ୍ୟପାନ କରି ତାଙ୍କ ସ୍ତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ନିଶାମୁକ୍ତ ବିହାରରେ ମଦ ମାଫିଆଙ୍କ ଆତଙ୍କରାଜ, ପୋଲିସକୁ ମରଣାନ୍ତକ ଆକ୍ରମଣ

ତେବେ ସେପ୍ଟେମ୍ବର 9 ଶନିବାର ଭୋର ପ୍ରାୟ 5.48 ସମୟରେ ରୋବିନଙ୍କ ଘରେ ଜିମି ତାଙ୍କ ସ୍ତ୍ରୀଙ୍କୁ ମଦ୍ୟପାନ କରି ନିର୍ଯାତନା ଦେଉଥିବା ଦେଖି ରୋବିନ ଓ ତାଙ୍କ ପ୍ରେମିକା ଜିମିଙ୍କୁ ଏଭଳି ବ୍ୟବହାର ନକରିବା ପାଇଁ କହିବା ସହ ତାଙ୍କୁ ଅଟକାଇଥିଲେ । ଏହାପରେ ଜିମି ତାଙ୍କ ପାରିବାରିକ ମାମଲାରେ ହସ୍ତକ୍ଷପ ନକରିବା ପାଇଁ ରୋବିନଙ୍କୁ କହିଥିଲେ । ଏହାକୁ ନେଇ ଦୁଇ ଜଣଙ୍କ ସାଙ୍ଗଙ୍କ ମଧ୍ୟରେ ପ୍ରବଳ ଝଗଡା଼ ଲାଗିଥିଲା । ତେବେ ଝଗଡ଼ାରେ ଉତକ୍ଷିପ୍ତ ହୋଇ ନିଶାଗ୍ରସ୍ତ ଥିବା ଜିମି ପାଖରେ ଥିବା ଏକ ଧାରୁଆ ଛୁରୀ ଆଣି ରୋବିନଙ୍କ ଛାତି ଉପରେ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା ଅଭିଯୋଗ, ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ

ତେବେ ରୋବିନଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପ୍ରେମିକା ଏବଂ କିଛି ସାଙ୍ଗ ସଫଦରଜଙ୍ଗ ହସ୍ପିଟାଲକୁ ନେଇଥିଲେ । ତେବେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ରୋବିନଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଏନେଇ ରୋବିନଙ୍କ ପ୍ରେମିକା କିଶାନଗଡ଼ ଥାନାରେ ଜିମିଙ୍ଗ ବିରୁଦ୍ଧରେ ଏକ ମାମଲା ଦାୟର କରିଥିଲେ । ତେବେ ଭାରତୀୟ ପିଙ୍ଗଳ କୋଡ ଧାରା 302 ଆଧାରରେ ଅଭିଯୁକ୍ତ ଜିମିଙ୍କୁ ପୋଲିସ ଗିରଫ କରିବା ସହ ମାମଲାର ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.