ETV Bharat / bharat

କାର ଉପରେ ଆଉଜିଥିଲେ ବାଳକ, ଛାତିକୁ ଗୋଇଠା ମାରି ଗିରଫ ହେଲେ ମାଲିକ

author img

By

Published : Nov 4, 2022, 10:10 PM IST

କାର ଉପରେ ଆଉଜି ପଡ଼ିବାରୁ ୬ ବର୍ଷର ବାଳକକୁ ଗୋଇଠା ମାରିଲେ କାର ମାଲିକ । କେରଳର କୌନ୍ନୁର ସହରରେ ଘଟିଛି ଏଭଳି ଏକ ଅମାନବୀୟ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

Man kicks six year old boy for leaning against his car booked for attempt to murder in Kerala
କାର ଉପରେ ଆଉଜିବାରୁ ବାଳକଙ୍କୁ ଗୋଇଠା, କାର ମାଲିକ ଗିରଫ

ଥିରୁଅନନ୍ତପୁରମ: କାର ଉପରେ ଆଉଜି ପଡ଼ିବାରୁ ୬ ବର୍ଷର ବାଳକକୁ ଗୋଇଠା ମାରିଲେ କାର ମାଲିକ । ଏଭଳି କେରଳର କୌନ୍ନୁର ସହରରେ ଘଟିଛି ଏଭଳି ଏକ ଅମାନବୀୟ ଘଟଣା ଘଟିଛି । ପୋଲିସ ସିସିଟିଭି ଫୁଟେଜ ଦେଖିବା ପରେ କାର ମାଲିକ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଇ ଗିରଫ କରିଛି । ସେପଟେ କାର ମାଲିକଙ୍କ ଆକ୍ରମଣରେ ବାଳକଟି ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛି ।

ଗୁରୁବାର ଏହି ଘଟଣା ଘଟିଥିଲା । କୌନ୍ନୁର ସହରରେ ଜଣେ ୬ ବର୍ଷ ବାଳକ ରାସ୍ତାକଡ଼ରେ ଠିଆ ହୋଇଥିବା କାର ଉପରକୁ ଆଉଜି ପଡ଼ିଥିଲା । ଏହାକୁ ଦେଖି କାର ମାଲିକ ଅଚାନକ କାର୍‌ରୁ ଓହ୍ଲାଇ ଆସି ବାଳକ ଉପରକୁ ଏକ ଜୋରଦାର ଗୋଇ ପକାଇଥିଲେ । ଏହାପରେ ବାଳକଟି ଛଟିକି ପଡ଼ିଥିଲା । ଏହି ସମସ୍ତ ଘଟଣା ପାଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ଏହି ଘଟଣା ଦେଖି ସ୍ଥାନୀୟ ଲୋକେ କାର ମାଲିକଙ୍କୁ ଘେରିଥିଲେ । ଏହାପରେ କାର ମାଲିକ ସେଠାରୁ ଚାଲି ଯାଇଥିଲେ ।

ବାଳକ ଜଣକ ନିଜ ପରିବାର ସହ କେରଳ ଆସିଛି । ସେଠାରେ ତାର ପରିବାର କାମ ଅନ୍ବେଷଣରେ ପହଞ୍ଚିଛି । କନ୍ନୌର ଥାଲାସେରୀରେ ଏକ ରାସ୍ତାରେ କଡ଼ରେ ବେଆଇନ ଭାବରେ କାରଟି ଛିଡ଼ା ହୋଇଥିଲା । ଏହି କାର ମାଲିକ ମହମ୍ମଦ ଶିନାଦ ବୋଲି ଜଣା ପଡ଼ିଛି । ଶିନାଦଙ୍କ କାର ଉପରକୁ ଆଉଜି ପଡ଼ିଥିଲା ବାଳକ । ଏହାପରେ ସମସ୍ତ ଘଟଣା ଘଟାଇଥିଲେ ଶିନାଦ । ସ୍ଥାନୀୟ ଲୋକେ ଏହାକୁ ନେଇ ପୋଲିସକୁ ଜଣାଇବା ପରେ ପୋଲିସ ଯୁବକଙ୍କୁ ଅଟକ ରଖି ଛାଡ଼ି ଦେଇଥିଲା । ତେବେ ମିଡିଆରେ ଏହି ଭିଡିଓ ବାରମ୍ବାର ଚାଲିବାରେ ଲାଗିଥିଲା । ଏହାପରେ ତାକୁ ପୁନଃ ଗିରଫ କରିଛି ପୋଲିସ ।

ସେପଟେ ସିସିଟିଭି ଫୁଟେଜ ଦେଖିବା ପରେ ଶିଶୁ ଅଧିକାର କମିଶନ ପୋଲିସକୁ ନିଜ ଆଡ଼ୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପୋଲିସ ମାମଲା ରୁଜୁ କରି ଶିନାଦକୁ ଗିରଫ କିରଛି । ଏହାକୁ ନେଇ ମନ୍ତ୍ରୀ ଭି ଶିବନକୁଟ୍ଟୀ କହିଛନ୍ତି, "ଏହି ଫୁଟେଜ ଦେଖି ମର୍ମାହତ ହୋଇଛି । ଦୋଷୀ ବିରୁଦ୍ଧରେ ସମସ୍ତ ପ୍ରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୟା କେବେ କୌଣସି ସ୍ଥାନରୁ କିଣା ଯାଏ ନାହିଁ, ଏହା ମନ ଭିତରେ ରହିବା ଆବଶ୍ୟକ । କେବଳ କାର ଉପରେ ଆଉଜି ପଡ଼ିବାରୁ ଜଣେ ବାଳକଙ୍କୁ ଗୋଇଠା ମାରିବା ନିଷ୍ଠୁରତା ।"

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ବାଳକ ଓ ତାର ପରିବାରକୁ ସାହାଯ୍ୟ ଯୋଗାଇ ଦେବ । ତା ସହିତ ଅଭିଯୁକ୍ତ ବିରୁଦ୍ଧ କିଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ବୀଣା ଜର୍ଜ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.