ETV Bharat / bharat

ରେଳମନ୍ତ୍ରୀଙ୍କ PA କହି GMକୁ କରିଥିଲେ ଫୋନ, ବାନ୍ଧିଲା ପୋଲିସ - ବନ୍ଧା ହେଲେ ନକଲି ପିଏ

ଗତକାଲି ରେଳ ମନ୍ତ୍ରଣାଳୟର ମହାପ୍ରବନ୍ଧକ(ଜେନେରାଲ ମ୍ୟାନେଜର)ଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ନକଲି ପିଏ ଜଣଙ୍କ କିଛି କମ୍ପାନୀ ପାଇଁ ଅନୁକମ୍ପା ମାଗିବା ସହ କିଛି କର୍ମଚାରୀଙ୍କ ବଦଳି କରିବା କରିବା ପାଇଁ କହିଥିଲେ ।

Railway Minister
Railway Minister
author img

By

Published : Jul 24, 2021, 12:38 PM IST

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବ୍ୟକ୍ତିଗତ ସହାୟକ(ପିଏ) ପରିଚୟ ଦେଇ ରେଳବାଇ ମହାପ୍ରବନ୍ଧକ(ଜେନେରାଲ ମ୍ୟାନେଜର)ଙ୍କୁ ଫୋନ କରିବା ଓ ନକଲି ପିଏ ଗିରଫ ହେବା ଏବେ ଦିଲ୍ଲୀ ପାୱାର କରିଡରରେ ଚର୍ଚ୍ଚାର ବିଷୟ ହୋଇଛି ।

ଘଟଣା ଟି ଏମିତି । ଗତକାଲି ରେଳ ମନ୍ତ୍ରଣାଳୟର ମହାପ୍ରବନ୍ଧକ(ଜେନେରାଲ ମ୍ୟାନେଜର)ଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ନକଲି ପିଏ ଜଣଙ୍କ କିଛି କମ୍ପାନୀ ପାଇଁ ଅନୁକମ୍ପା ମାଗିବା ସହ କିଛି କର୍ମଚାରୀଙ୍କ ବଦଳି କରିବା କରିବା ପାଇଁ କହିଥିଲେ। ଏପରିକି ମନ୍ତ୍ରୀ ତୁରନ୍ତ ଏହା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ ।

ତେବେ ନକଲି ପିଏଙ୍କ କଥାରେ କିଛି ସାମଞ୍ଜସ୍ୟ ଥିବା ଜାଣିବା ପରେ କଲକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ମହାପ୍ରବନ୍ଧକ । ଏହି ଘଟଣାକୁ ରେଳବାଇର ସମସ୍ତ ୟୁନିଟକୁ ଜଣାଯିବା ପରେ ଏହା ଏକ ମିଛ କଲ ବୋଲି ଜଣାପଡିଥିଲା । କେହି ରେଳମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ କହି ଫାଇଦା ନେବା ପାଇଁ ଉଦ୍ୟମ କରୁଥିବା ଜଣାପଡିଥିଲା । ଏହାପରେ ରେଳବାଇ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।

ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରି କଲ ନମ୍ବରକୁ ଯାଞ୍ଚ କରି ସମର୍ଥ ନାମକ ଜଣେ ଯୁବକ ଓ ତାଙ୍କ ପିତାଙ୍କୁ ଗିରଫ କରିଥିଲା । ଘଟଣାକୁ ନେଇ ଦିଲ୍ଲୀ ପୋଲିସ କହିଛି, ସମର୍ଥ ଏକ ଠକ ସଂସ୍ଥା କରି ବିଭିନ୍ନ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରଲୋଭନ ଦେଖାଇ ଅର୍ଥ ହରିଲୁଟ କରିଥାଏ । ଏପରିକି ଚାକିରିରେ ବଦଳି କରାଇ ଦେବାକୁ କହି ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିଥାଏ । ତେବେ ଘଟଣାକୁ ନେଇ ସମର୍ଥଙ୍କ ପିତା ଅଜୟ ନିଜ ସମ୍ପୃକ୍ତିକୁ ନେଇ ଅସ୍ବୀକାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.