ETV Bharat / bharat

୫୪ ବର୍ଷ ପରେ ଫେରି ପାଇଲେ ଦୃଷ୍ଟିଶକ୍ତି

author img

By

Published : Jun 1, 2022, 10:32 PM IST

୫୪ ବର୍ଷ ପରେ ନିଜର ଦୃଷ୍ଟିଶକ୍ତି ଫେରି ପାଇଛନ୍ତି ପାର୍ଥ ଭଟ୍ଟାଚାର୍ଯ୍ୟ । ଦେଶର ଅନେକ ଡାକ୍ତରଙ୍କ ସହ ପରାମର୍ଶ ପରେ ମୋତିଆବିନ୍ଦୁର ସଫଳ ଅପରେସନ ଦ୍ବାରା ସେ ନିଜ ଆଖି ଫେରି ପାଇଛନ୍ତି । ଅଧିକ ପଢ଼ନ୍ତୁ

man gets back his vision after 54 years in west bengal
୫୪ ବର୍ଷ ପରେ ଫେରି ପାଇଲେ ଦୃଷ୍ଟିଶକ୍ତି

କୋଲକାତା: ମଣିଷ ଜୀବନରେ କେବେ କଣ ହେବ, ତାହା କଳନା କରିବା ଅସମ୍ଭବ । ଏହାର ଏକ ଜ୍ବଳନ୍ତ ଉଦାହରଣ ଘଟିଛି ପାର୍ଥ ଭଟ୍ଟାଚାର୍ଯ୍ୟଙ୍କ କ୍ଷେତ୍ରରେ । ଯିଏକି ୫୪ ବର୍ଷ ପରେ ନିଜର ଦୃଷ୍ଟିଶକ୍ତି ଫେରି ପାଇଛନ୍ତି । ସେ ଦେଶର ଅନେକ ଡାକ୍ତରଙ୍କ ସହ ପରାମର୍ଶ ନେଇଥିଲେ । ମାତ୍ର କୌଣସି ସୁଫଳ ମିଳିପାରି ନଥିଲା । ହେଲେ ମୋତିଆ ବିନ୍ଦୁ ଅପରେସନ ପରେ ସେ ଆଜି ତାଙ୍କ ଆଖି ଫେରି ପାଇଛନ୍ତି ।

ପାର୍ଥ ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗର ଜଲପାଇଗୁରି ଜିଲ୍ଲାର ରାୟକଟପରାର ବାସିନ୍ଦା ଅଟନ୍ତି । ପେସାରେ ଜଣେ ସାମ୍ବାଦିକ ଥିବା ସେ କହିଛନ୍ତି । ସପ୍ତମ ଶ୍ରେଣୀ ପଢୁଥିବା ସମୟରେ ତାଙ୍କର ଚକ୍ଷୁ ସମସ୍ୟା ଆରମ୍ଭ ହୋଇଥିଲା । ଏହାପରେ ସେ ଡାହାଣ ଆଖିରେ ଦେଖି ପାରିଲେ ନାହିଁ । ପରିବାରରେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅପରେସନ କରିବାକୁ ସକ୍ଷମ ହୋଇପାରିନଥିଲେ । ଏହାପରେ ପାର୍ଥ ଦେଶର ଅନେକ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ମାତ୍ର କୌଣସି ସୁଫଳ ମିଳିପାରିନଥିଲା । ବାହାର ରାଜ୍ୟକୁ ଯାଇ ଚିକିତ୍ସା କରିବାକୁ ଅନେକ ସହାୟତା ପାଇଁ ହାତ ବଢ଼ାଇଥିଲେ ।

କିନ୍ତୁ ସେ କାହାଠାରୁ ଅର୍ଥ ନେବାକୁ ରାଜି ନଥିଲେ । ଅନ୍ଧାର ଭିତରେ ଆଲୁଅ ଆସିବା ଭଳି ପାର୍ଥଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନର ସମୟ ଆସିଥିଲା । କ୍ବାଜିମ ଆଲମ ନୈୟାର ନାମକ ଜଣେ ଡାକ୍ତରଙ୍କ ଚିକିତ୍ସା କ୍ରମେ ସେ ତାଙ୍କ ଦୃଷ୍ଟିଶକ୍ତି ପୁନଃ ଫେରି ପାଇଛନ୍ତି । ମୋତିଆବିନ୍ଦୁର ସଫଳ ଅପରେସନ ପରେ ଖାଲି ଆଖିରେ ସମ୍ପୂର୍ଣ୍ଣ ଦେଖିପାରୁଛନ୍ତି । ଦୀର୍ଘ ୫୪ ବର୍ଷ ପରେ ନିଜ ଆଖି ଫେରିପାଇ ପାର୍ଥ ଅନେକ ଖୁସି ଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.