ETV Bharat / bharat

ବାପାମାଆ ଓ ଦୁଇ ପୁଅଙ୍କୁ ହତ୍ୟା କରିବା ପରେ ଯୁବକଙ୍କ ଆତ୍ମହତ୍ୟା

author img

By

Published : Nov 5, 2022, 7:22 AM IST

ବାପାମାଆ ଓ ଦୁଇ ପୁଅଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ଯୁବକ । ରାଜସ୍ଥାନ ଯୋଧପୁରରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ବାପାମାଆ ଓ ଦୁଇ ପୁଅଙ୍କୁ ହତ୍ୟା କରିବା ପରେ ଯୁବକଙ୍କ ଆତ୍ମହତ୍ୟା
ବାପାମାଆ ଓ ଦୁଇ ପୁଅଙ୍କୁ ହତ୍ୟା କରିବା ପରେ ଯୁବକଙ୍କ ଆତ୍ମହତ୍ୟା

ଜୟପୁର: ରାଜସ୍ଥାନ ଯୋଧପୁରରେ ଏକ ଲୋମହର୍ଷଣକାରୀ କାଣ୍ଡ ଘଟିଛି । ଜଣେ ୩୮ ବର୍ଷୀୟ ନିଶାସକ୍ତ ବ୍ୟକ୍ତି ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି । ହତ୍ୟାକାରୀର ନାମ ଶଙ୍କର ଲାଲ୍ । ଗତାକଲି(ଶୁକ୍ରବାର) ଶଙ୍କର ପ୍ରଥମେ ବିଲରେ କାମ କରୁଥିବା ତା' ଜନ୍ମକଲା ବାପା ସୋନାରାମଙ୍କୁ(୬୫) କୁରାଢୀରେ ହାଣି ହତ୍ୟା କରିଥିଲା । ପରେ ସେ ନିଜ ମାଆ ଚମ୍ପା ଏବଂ ଦୁଇ ପୁଅ ଲକ୍ଷ୍ମଣ(୧୪) ଓ ଦିନେଶ(୮)କୁ ହତ୍ୟା କଲା(man dies by suicide after killing parents, 2 sons) । ଏହାପରେ ଅଭିଯୁକ୍ତ ମୃତଦେହଗୁଡିକୁ ଘର ପଛପଟେ ଥିବା ପୋଖରୀରେ ପକାଇ ଜଣେ ସମ୍ପର୍କୀୟ ଘରକୁ ଚାଲିଯାଇଥିଲା । ସେଠାରେ ସମ୍ପର୍କୀୟଙ୍କ ଛାତ ଉପରୁ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଛି ।

ଏହାମଧ୍ୟ ପଢନ୍ତୁ: କାର ଉପରେ ଆଉଜିଥିଲେ ବାଳକ, ଛାତିକୁ ଗୋଇଠା ମାରି ଗିରଫ ହେଲେ ମାଲିକ

ସୂଚନା ମୁତାବକ, ଯୋଧପୁରର ପିଲୱା ଗ୍ରାମରେ ଏହି ହତ୍ୟାକାଣ୍ଡ(Jodhpur Murder) ଘଟିଛି । ହତ୍ୟାକାରୀ ଶଙ୍କର ଲାଲ୍ ଜଣେ କୃଷକ । ସେ ଖୁବ୍ ଅଫିମ ଖାଉଥିଲା । ନିଶାସକ୍ତ ଅବସ୍ଥାରେ ସେ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବା କୁହାଯାଉଛି । ଏପରିକି ହତ୍ୟା ପୂର୍ବରୁ ଲାଲ୍ ସମସ୍ତଙ୍କୁ ନିଶା ଦେଇଥିବା ପୋଲିସ ସନ୍ଦେହ କରୁଛି । ଯେଉଁ କାରଣରୁ ପରିବାରରେ ତା'ର ସ୍ତ୍ରୀ ଓ ଅନ୍ୟ ସଦସ୍ୟ ଥିଲେ ମଧ୍ୟ ସେମାନେ ହତ୍ୟା ବାବଦରେ କିଛି ଜାଣିପାରି ନଥିଲେ । ପୋଲିସ ପୋଖରୀରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରିବା ପରେ ପ୍ରକୃତ ଘଟଣା ଜଣାପଡିଛି । ଏହି ଜଘନ୍ୟ ହତ୍ୟାକାଣ୍ଡ ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.