ETV Bharat / bharat

ଭିଡିଓ ଜାରି ନିଜକୁ ମହାଦେବ ଆପ୍‌ ମାଲିକ ଦାବି କଲେ ଯୁବକ: 'ଦୁବାଇ ଯିବାକୁ ବଘେଲ କହିଥିଲେ'

author img

By ETV Bharat Odisha Team

Published : Nov 6, 2023, 6:49 AM IST

ନିଜକୁ ମହାଦେବ ଆପ ମାଲିକ ଦାବି କରି ଯୁବକଙ୍କ ଭିଡିଓ, କହିଲେ ମତେ ଦୁବାଇ ଯିବାକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ କହିଥିଲେ । ଆଜି ମହାଦେବ ସମେତ 22 ଆପ୍‌କୁ ବ୍ୟାନ କଲା କେନ୍ଦ୍ର । ଅଧିକ ପଢ଼ନ୍ତୁ

ନିଜକୁ ମହାଦେବ ଆପ ମାଲିକ ଦାବି କରି ଭିଡିଓ ଜାରି କଲେ ଯୁବକ, କହିଲେ ତାଙ୍କୁ ଦୁବାଇ ଯିବାକୁ ବଘେଲ କହିଥିଲେ

ନୂଆଦିଲ୍ଲୀ: ମହାଦେବ ଅନଲାଇନ ବେଟିଂ ଆପ୍ ଲିଙ୍କ ମାମଲାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଡୁଆ ବଢିବାରେ ଲାଗିଛି । ଆଜି ଏହି ମାମଲାରେ ଦୁବାଇରେ ଥିବା ଆପ୍ଲିକେସନ୍‌ର ମୁଖ୍ୟ ଅଭିଯୁକ୍ତ ଶୁଭମ୍ ସୋନି ଏକ ଭିଡିଓ ଜାରି କରି ସିଧା ମୁଖ୍ୟମନ୍ତ୍ରୀ ବଘେଲଙ୍କ ନାମ ନେଇଛି । ସେ କହିଛନ୍ତି ଯେ ସେ ହିଁ ମହାଦେବ ଆପର ପ୍ରକୃତ ମାଲିକ ଓ ସେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନିର୍ଦ୍ଦେଶରେ ଦୁବାଇ ଯାଇଥିଲେ । ତେବେ ଏହି ଅଭିଯୋଗ ଓ ଦୁବାଇ ଲିଙ୍କ୍‌କୁ ପ୍ରଥମରୁ ବଘେଲ ଖଣ୍ଡନ କରିଆସୁଥିବା ବେଳେ ଏହି ଭିଡିଓ ଏବେ ତାଙ୍କ ଅଡୁଆ ବଢାଇଛି ।

2021 ମସିହାରେ ଆରମ୍ଭ ହୋଇଥିଲା ମହାଦେବ ବେଟିଂ ଆପ୍:-

ମହାଦେବ ଆପ୍‌ର ପ୍ରମୋଟରଙ୍କ ନିକଟବର୍ତ୍ତୀ ଶୁଭମ୍ ସୋନି ଆଜି(ରବିବାର) ଦୁବାଇରୁ ଜାରି କରିଥିବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ସେ ନିଜେ ମହାଦେବ ବେଟିଂ ଆପ୍‌ର ସଂସ୍ଥାପକ ଓ ମାଲିକ ମଧ୍ୟ । ସେ ତାଙ୍କର ପାନ୍ କାର୍ଡ, ଆଧାର କାର୍ଡ ଏବଂ ପାସପୋର୍ଟ ଦେଖାଇ ଦାବି କରିଛନ୍ତି ଯେ, ସେ ହିଁ 2021 ମସିହାରେ ମହାଦେବ ବେଟିଂ ଆପ୍ ଆରମ୍ଭ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ବଘେଲ ସମ୍ପୃକ୍ତ ଓ ସେ ହିଁ ତାଙ୍କୁ ଦୁବାଇ ଯିବାକୁ କହିଥିଲେ ।

ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛି । ନିକଟରେ ସଂସ୍ଥା ନିର୍ବାଚନ ପୂର୍ବରୁ ଏକ ହୋଟେଲରେ ଚଢାଉ କରିବା ସହ 5.39 କୋଟି ଟଙ୍କା ଜବତ କରିଛି । ଇଡିର ଅଭିଯୋଗ ଅନୁସାରେ, ଏହି ଜବତ ରାଶି ଭୁପେଶ ବଘେଲଙ୍କ ପାଇଁ ଦୁବାଇରୁ ଶୁଭମ ସୋନି ହିଁ ପଠାଇଥିଲେ ।

ଏହା ମଧ୍ୟ ପଢନ୍ତୁ :- Mahadev Book: 22 ବେଆଇନ ବେଟିଂ ଆପ ଓ ଓ୍ବେବସାଇଟକୁ ବ୍ୟାନ କଲା କେନ୍ଦ୍ର

ତେବେ ଆଜି ଏହି ଚର୍ଚ୍ଚି ମହାଦେବ ବେଟିଂ ଆପ୍ଲିକେସନ ସମେତ 22ଟି ବେଆଇନ ବେଟିଂ ଆପ୍ ଏବଂ ୱେବସାଇଟ୍ ଉପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନିଷେଧାଦେଶ ଜାରି କରିଛି । ଆଉ ଦିନକ ପରେ ଛତିଶଗଡ଼ରେ ଭୋଟିଂ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏହି ଆପ୍‌ ଉପରେ ନିଷେଧାଦେଶ ଜାରି କରାଯାଇଛି । ମହାଦେବ ବେଟିଂ ଆପ୍‌ର ପ୍ରମୋଟର ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ପ୍ରାୟ ୫ଶହ କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା । ଏବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବଘେଲଙ୍କ ଅଡ଼ୁଆ ବଢିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.