ETV Bharat / bharat

ଛତିଶଗଡରେ ଅଭାବନୀୟ ଦୃଶ୍ୟ: ବାପର କାନ୍ଧରେ ଝିଅର ମୃତଦେହ - ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ ସିଂଦେଓ

ପୁଣି ସଭ୍ୟ ସମାଜରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଘଟଣାଟି ଛତିଶଗଡର ସୁରଗୁଜ ଜିଲ୍ଲାର । ଝିଅର ମୃତଦେହକୁ କାନ୍ଧରେ ଧରି ବାପା ଯାଉଥିବାବେଳେ ଏବେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଛତିଶଗଡରେ ଅଭାବନୀୟ ଦୃଶ୍ୟ: ବାପର କାନ୍ଧରେ ଝିଅର ମୃତଦେହ

author img

By

Published : Mar 26, 2022, 5:12 PM IST

ରାୟପୁର: ପୁଣି ସଭ୍ୟ ସମାଜରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଘଟଣାଟି ଛତିଶଗଡର ସୁରଗୁଜ ଜିଲ୍ଲାର । ଝିଅର ମୃତଦେହକୁ କାନ୍ଧରେ ଧରି ବାପା ଯାଉଥିବାବେଳେ ଏବେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ତେବେ ଛତିଶଗଡର ସୁରଗୁଜ ଜିଲ୍ଲା ଅନ୍ତର୍ଗତ ଲଖନପୁର ଗାଁରେ ଘଟଣା ଦେଖିବାକୁ ମିଳିଛି । ଏବେ ଏହି ଭିଡିଓ ଭାଇରାଲ ହେବା ପରେ ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ ସିଂଦେଓ ଏହାକୁ ଗୁରୁତର ଭାବେ ନେବା ସହିତ ଏହାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ସ୍ବାସ୍ଥ୍ୟ ବିଭାଗର ଜଣେ ଅଫିସରଙ୍କ ସୂଚନା ଅନୁସାରେ, ନାବାଳିକାଟିର ଶୁକ୍ରବାର ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିବା ସେ କହିଛନ୍ତି ।

ସେହପରି ମୃତଦେହ ନେବାକୁ ଗାଡି ଆସିବା ପୂର୍ବରୁ ସେ ନାବାଳିକାଙ୍କ ବାପା ନେଇ ପଳାଇଯାଇଥିବା ସେ କହିଛନ୍ତି । ତେବେ ଛତିଶଗଡର ସୁରଗୁଜ ଜିଲ୍ଲାର ଅମଦଳା ଗାଁର ଇଶ୍ବର ଦାସ ତାଙ୍କ ସାତ ବର୍ଷର ନାବାଳିକା ଝିଅର ଚିକିତ୍ସା ପାଇଁ ଲଖନପୁର ମେଡିକାଲକୁ ନେଇ ଆସିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ହୋଇଥିବା ଗ୍ରାମଞ୍ଚଳ ମେଡିକାଲ୍ ଆସିଷ୍ଟାଣ୍ଟ ଡାକ୍ତର ବିନୋଦ ଭାର୍ଗବ କହିଛନ୍ତି ।

ସେହିଭଳି ନାବାଳିକା ଲଖନପୁର ମେଡିକାଲରେ ଚିକିତ୍ସା ପାଇଁ ପହଞ୍ଚିବା ବେଳେ ଝିଅଟିର ଅମ୍ଲଜାନ ଲେଭଲ ୬୦ ରହିଥିଲା । କାରଣ ଝିଅଟିକୁ ପୂର୍ବରୁ କିଛି ଦିନ ତଳେ ଭୀଷଣ ଜ୍ବର ହୋଇଥିଲା । ଫଳରେ ତାର ଅମ୍ଲଜାନ ଲେଭଲ କମିଯାଇଥିଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଏଥିସହ ମେଡିକାଲ ପକ୍ଷରୁ ଏନେଇ ତୁରନ୍ତ ସେବା ପ୍ରଦାନ କରିଯିବା ସହ ଚିକିତ୍ସା ଆରମ୍ଭ ହୋଇଥିଲା ।

ମାତ୍ର ଝିଅଟିର ସ୍ଥିତି ବେଳକୁ ବେଳ ବିଗିଡିବା ସହ ମୃତ୍ୟୁ ହୋଇଥିବା ଗ୍ରାମଞ୍ଚଳ ମେଡିକାଲ୍ ଆସିଷ୍ଟାଣ୍ଟ କହିଛନ୍ତି । ତେବେ ଶୁକ୍ରବାର ସକାଳ ୦୭.୨୦ରେ ନାବାଳିକାର ମୃତ୍ୟୁ ହୋଇଯାଇଥିଲା । ଏଥିସହ ଏ ସଂକ୍ରାନ୍ତରେ ପରିବାର ଲୋକଙ୍କୁ ଜଣାଇବା ସହ ମୃତଦେହ ନେବା ପାଇଁ ଗାଡି ବ୍ୟବସ୍ଥା କରାଯାଉଛି ବୋଲି ମେଡିକାଲ ପକ୍ଷରୁ କୁହାଯାଇଥିଲା ବୋଲି ସେ କହିଛନ୍ତି ।

ଅନ୍ୟପଟେ ଗାଡି ସକାଳ ୦୯.୨୦ରେ ପହଞ୍ଚିବା ବେଳକୁ ପରିବାର ଲୋକେ ମୃତଦେହ ନେଇ ପଳାଇ ଯାଇଥିବା ସେ କହିଛନ୍ତି । ଏପଟେ ନାବାଳିକାର ବାପା ୧୦ କିଲୋମିଟର ପାଦରେ ଚାଲି ଚାଲି ଗାଁରେ ପହଞ୍ଚିଥିବା ଜଣାପଡିଛି । ମାତ୍ର ଏହି ଭିଡିଓ ଭାଇରାଲ ହେବାରେ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ ସିଂଦେଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏହାର ତଦନ୍ତ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.